Categories: ଖେଳ

ପ୍ରମୋଦଙ୍କୁ ସ୍ବର୍ଣ୍ଣ, ରୌପ୍ୟ, ଶୁଭ୍ରଜିତ୍‌ଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୭।୨ (କ୍ରୀଡ଼ା ପ୍ରତିନିଧି): ସ୍ପେନ୍‌ର ଭିକ୍ଟୋରିଆଠାରେ ଅନୁଷ୍ଠିତ ସ୍ପାନିଶ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିବାବେଳେ ଶୁଭ୍ରଜିତ ମହାରଣା ବ୍ରୋଞ୍ଜ ପଦକ ପାଇଛନ୍ତି। ଡବଲ୍ସ ଫାଇନାଲରେ ପ୍ରମୋଦ ଓ ସୁକାନ୍ତ କଦମ୍‌ଙ୍କ ଯୋଡ଼ି ନିଜ ଦେଶର ନିତେଶ କୁମାର ଓ ତରୁନ ଯୋଡ଼ିଙ୍କୁ ୨୨-୨୦, ୧୨-୨୧ ,୨୧-୯ ରେ ପରାସ୍ତ କରି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ସେମିଫାଇନାଲରେ ପ୍ରମୋଦ-ସୁକାନ୍ତ ଯୋଡି ଚାଇନିଜ ତାଇପେର ହସିଙ୍ଗ ଚି ହୁଆଙ୍ଗ୍‌ ଓ ୟେ ଏନ୍‌ ଚୁଆନ୍‌ ଯୋଡ଼ିଙ୍କୁ ୨୧-୧୬, ୨୧-୧୭ ରେ ହରାଇ ଫାଇନାଲରେ ପହଞ୍ଚିଥିଲେ। ତେବେ ପ୍ରମୋଦ ସିଙ୍ଗଲ୍ସ ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେ ଟାଇଟଲ ମୁକାବିଲାରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କଠାରୁ ୧୮-୨୧, ୮-୨୧ରେ ହାରି ଯାଇଛନ୍ତି। ଅନ୍ୟତମ ଓଡ଼ିଆ ପାରା ଆଥଲେଟ୍‌ ଶୁଭ୍ରଜିତ ମହାରଣା
ଓ ମହମ୍ମଦ ଅର୍ବାଜ ଅନସାରୀଙ୍କ ଯୋଡ଼ି ସେମିଫାଇନାଲରେ ନିତେଶ କୁମାର ଓ ତରୁନଙ୍କଠାରୁ ୯-୨୧,୧୦-୨୧ରେ ହାରି ଯାଇଥିବାରୁ ବ୍ରୋଞ୍ଜ ପଦକ ପାଇଛନ୍ତି।

Share