କଡ଼ା ଟକ୍କରର ସମ୍ମୁଖୀନ ହେବେ ପ୍ରମିଳା

ଯାଜପୁର/ପ୍ରୀତିପୁର(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ),୨ା୪: ଏଥର ଯାଜପୁର ଜିଲାରେ ସାଧାରଣ ନିର୍ବାଚନ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ଯୋଜନାର ସଫଳତାକୁ ବଖାଣିବା ଶାସକ ଦଳର ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ବିରୋଧୀ ଏକାଧିକ ଯୋଜନାରେ ବିଫଳତା ଏବଂ ଦୁର୍ନୀତି ଭରି ରହିଥିବା ନେଇ ଭୋଟରଙ୍କ ପାଖକୁ ଯିବେ ବୋଲି ମନସ୍ଥ କରିଛନ୍ତି। ଜିଲାର ଏକମାତ୍ର ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ବିଞ୍ଝାରପୁର। ବିଜେଡି ପ୍ରତିଷ୍ଠା ହେବା ଦିନଠାରୁ ଏଠାରେ ଲଗାତର ବିଜୟୀ ହେଉଥିବା ପ୍ରମିଳାଙ୍କୁ ଏଥର କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଭାଜପାରୁ ବବିତା ମଲ୍ଲିକ ଓ କଂଗ୍ରେସରୁ କନକଲତା ମଲ୍ଲିକ ଆଶାୟୀ ଥିବାରୁ ଏଥର ୩ ମହିଳାଙ୍କ ମଧ୍ୟରେ ନିର୍ବାଚନୀ ଯୁଦ୍ଧ ହେବ ବୋଲି ଆଶା କରାଯାଇଛି।
ବିଞ୍ଝାରପୁରର ଆସନ ପାଇଁ ଶାସକ ବିଜେଡି ପକ୍ଷରୁ ଟିକେଟ ଘୋଷଣା ହୋଇସାରିଥିଲେ ସୁଦ୍ଧା ବିରୋଧୀ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଚା’ ଦୋକାନ ଓ ଛକ ବଜାରରେ ନାନା ଆଲୋଚନା ହେଉଛି। ଏଠାରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେବା ସୂଚନା ମିଳୁଛି। ହେଲେ ଭାଜପାର ଏକାଧିକ ଆଶାୟୀ ପ୍ରାର୍ଥୀ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ ନିର୍ବାଚନର ଯାଜପୁର ଲୋକ ସଭା ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକ ଓ ବିଧାନସଭା ପ୍ରାର୍ଥୀ ବବିତା ମଲ୍ଲିକ ଟିକେଟ ଦୌଡ଼ରେ ରହିଛନ୍ତି। ଗତ ୨ ଦଶନ୍ଧି ଧରି ବିଞ୍ଝାରପୁର ରାଜନୀତିରେ ସକ୍ରିୟ ଥିବା ବବିତା ମଲ୍ଲିକ ଗତ ନିର୍ବାଚନରେ ପ୍ରମିଳାଙ୍କ ବିରୋଧରେ ଲଢ଼ି ପ୍ରାୟ ୫୮ ହଜାର ଭୋଟ ପାଇବାକୁ ସକ୍ଷମ ହୋଇଥିଲେ। ଏଥିସହିତ ଗତ ୫ ବର୍ଷ ଧରି ଦଳୀୟ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟତର ହେବାରେ ସକ୍ଷମ ହୋଇଥିବା ମତପ୍ରକାଶ ପାଇଛି। ତେଣୁ ସେ ଟିକେଟ ପାଇବେ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି। ସେହିପରି କଂଗ୍ରେସରୁ ପ୍ରମୁଖ ଆଶାୟୀ ଭାବେ ପୂର୍ବତନ ବିଞ୍ଝାରପୁର ବ୍ଲକ ଅଧ୍ୟକ୍ଷା କନକଲତା ମଲ୍ଲିକ ଚର୍ଚ୍ଚାରେ ଅଛନ୍ତି ।
ଲୋକହିତକର ଯୋଜନାଗୁଡିକୁ ବିଜେଡି ଏଠାରେ ଅସ୍ତ୍ର ଭାବେ ପ୍ରୟୋଗ କରୁଛି। ଏଠାରେ ଗମନାଗମନ କ୍ଷେତ୍ରରେ ୫୦ ପ୍ରତିଶତ ପରିବର୍ତ୍ତନ ହୋଇଥିବା କୁହାଯାଇଛି। କିନ୍ତୁ ବାସ୍ତବରେ ସରକାରୀ ଅର୍ଥର ୮୦ ଭାଗ ଯଦି ଏଠାରେ ଖର୍ଚ୍ଚ ହୋଇଥାନ୍ତ, ତେବେ ଶତପ୍ରତିଶତ ରାସ୍ତା ନିର୍ମାଣ ହୋଇ ପାରିଥାନ୍ତା ବୋଲି ମତପ୍ରକାଶ ପାଇଛି। କିନ୍ତୁ ଦୁର୍ନୀତି ଏଠାରେ ଚରମସୀମାରେ ପହଞ୍ଚି ଥିବାରୁ କେବଳ ଠିକାଦାରି ରାଜ ଚାଲିଥିବା ଅଭିଯୋଗ ହେଉଛି। କୃଷକମାନଙ୍କ ପାଇଁ ଚେକ୍‌ଡ୍ୟାମ ନିର୍ମାଣ ହୋଇଛି ସତ, ହେଲେ ସେଥିମଧ୍ୟରୁ ଅଧିକାଂଶ ଅଚଳ ହୋଇପଡ଼ିଛି। ସିଂହପୁର-ଯାଜପୁର ରାସ୍ତାର ଦୋହରୀକରଣ କାର୍ଯ୍ୟ ଗତ ସାଧାରଣ ନିର୍ବାଚନ ସମୟରେ ଆରମ୍ଭ ହୋଇଥିବାବେଳେ ଏଯାଏ ତାହା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏକାଧିକ ପ୍ରକଳ୍ପ କେବଳ ପ୍ରତିଶ୍ରୁତିରେ ଅଟକିଛି। ଘଣ୍ଟିଆଳି-କନ୍ତିଆ ସେତୁ, ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି, ରକ୍ତଭଣ୍ଡାର ଓ ଅସ୍ତ୍ରୋପଚାର, ବେଙ୍ଗାନାଳ ପ୍ରକଳ୍ପ, ୩୦ ଭାଗ ଜମିକୁ ଜଳଚେନ, ବିଞ୍ଝାରପୁର ଏନ୍‌ଏସି, ଖରସ୍ରୋତା ନଦୀ ବନ୍ଧ ଯୋଜନାର ତଳମୁଣ୍ଡରେ ଡ୍ୟାମ କରି ୮ ସ୍ଥାନରେ ସୋଠ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏଯାଏ ହୋଇପାରିନାହିଁ। ସବୁ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ବିରୋଧୀ ଅଭିଯୋଗ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri