୪୮ ଘଣ୍ଟା ପ୍ରଚାର କରିପାରିବେନି ପ୍ରମିଳା

ଯାଜପୁର ଅଫିସ/ ବିଞ୍ଝାରପୁର(ଡି.ଏନ.ଏ.),୧୪ା୨: ପ୍ରଚାର ବେଳେ ଭୋଟରଙ୍କ ଉପରେ ଚାପ ପକାଇ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଏହା ପ୍ରମାଣିତ ହେବା ପରେ ରାଜ୍ୟ ନିର୍ବାଚନ କମିଶନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତଦନୁଯାୟୀ ସୋମବାର ପୂର୍ବାହ୍ନ ୧୦ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବିଧାୟିକା ମଲ୍ଲିକ ପ୍ରଚାର କରି ପାରିବେ ନାହିଁ। ଏହି ସମୟ ଅବଧି ମଧ୍ୟରେ ସେ ଟିଭି, ଖବରକାଗଜରେ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ ସାକ୍ଷାତ୍‌କାର ଦେଇପାରିବେ ନାହିଁ। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ମଧ୍ୟ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାକୁ ବିରୋଧୀ ଦଳ ନେତୃବୃନ୍ଦ ସ୍ବାଗତ କରିଥିଲେ ମଧ୍ୟ ହାଲୁକା କାର୍ଯ୍ୟାନୁଷ୍ଠାନ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେହିପରି କାର୍ଯ୍ୟାନୁଷ୍ଠାନ ଦିନେ ହେଲେ ବି ଶାସକ ବିଜେଡିର ଜଣେ ବରିଷ୍ଠ ନେତ୍ରୀଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଏହି କାର୍ଯ୍ୟାନୁଷ୍ଠାନ ଜିଲାର ବିଜେଡିର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇବ ବୋଲି ମଧ୍ୟ ଆଲୋଚନା ହେଉଛି।
ଆସନ୍ତା ୨୦ ତାରିଖରେ ବିଞ୍ଝାରପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ତେବେ ନିର୍ବାଚନ କମିଶନ ବିଧାୟିକାଙ୍କ ବିରୋଧରେ ଆସନ୍ତା ୧୬ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରିଛନ୍ତି। ତେଣୁ ବିଞ୍ଝାରପୁର ବ୍ଲକ ପାଇଁ ଏହି କଟକଣା କୌଣସି କାର୍ଯ୍ୟରେ ଲାଗିବ ନାହିଁ ବୋଲି କୁହାଯାଉଛି। ବିଞ୍ଝାରପୁର ବ୍ଲକ ସମେତ ଦଶରଥପୁର ବ୍ଲକର ୧୫ଟି ଗ୍ରାମ ପଞ୍ଚାୟତକୁ ନେଇ ସଂରକ୍ଷିତ ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ। ୨୦୦୦ରୁ ଏଠାରେ ବିଜେଡି ବାଜିମାତ କରିଆସୁଛି। ତେବେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ଅପ୍ରତ୍ୟାଶିତ ଭାବେ ୪୩% ଭୋଟ ହାତେଇବା ସହ ୨୭ ନମ୍ବର ଜିଲା ପରିଷଦ ଜୋନରେ ବିଜୟୀ ହୋଇଥିଲା। ଏହି କାରଣରୁ ଚଳିତ ନିର୍ବାଚନରେ ବିଜେଡି ସାମାନ୍ୟ ବିଚଳିତ ରହିଥିବା ଦେଖାଯାଇଛି। କଳେବଳେ କୌଶଳେ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ନେତାମାନେ ଲାଗି ପଡ଼ିଛନ୍ତି। ଏହିକ୍ରମରେ ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ଗ୍ରାମରେ ଗତ ୯ ତାରିଖରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟିକା ମଲ୍ଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଓ ଜିଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଆପଣମାନେ ଯଦି ଆଉ କାହାକୁ ଭୋଟ ଦେବେ, କିଏ କ’ଣ ନେଇଗଲା, ଇନ୍ଦିରା ଆବାସ ନ ହେଲା, ଗୁହାଳ ନ ହେଲା, ରାସ୍ତା ନ ହେଲା, ଚାଉଳ ନ ହେଲା ସେହି କଥା ମୋତେ ଆଉ କହିବେ ନାହିଁ ବୋଲି ସେ ସଭାରେ କହିଥିଲେ। ଏ ନେଇ ଅଭିଯୋଗ ହେବା ପରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗତ ୧୧ ତାରିଖରେ ବିଧାୟିକା ମଲ୍ଲିକଙ୍କୁ ବିଡିଓଙ୍କ ଜରିଆରେ ଜବାବ ତଲବ ନୋଟିସ ଜାରି କରିଥିଲେ। କିନ୍ତୁ ବିଧାୟିକା କୌଣସି ଭୁଲ ହୋଇନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ମତାମତ ରଖିଥିଲେ। ରବିବାର ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବିଧାୟିକା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଛି। ତଥାପି ତାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ପାଇଁ ୫୭ ଘଣ୍ଟା (୧୬ ତାରିଖ ପୂର୍ବାହ୍ନ ୧୦ଟାରୁ ୧୮ ତାରିଖ ସନ୍ଧ୍ୟା ୭ଟା ଯାଏ)ର ସୁଯୋଗ ରହିଛି, ଯାହାକୁ ନେଇ ଭାଜପା ପ୍ରଶ୍ନ ଉଠାଇଛି। ମାତ୍ର ୪୮ ଘଣ୍ଟା ପାଇଁ କାର୍ଯ୍ୟାନୁଷ୍ଠାନ ଶସ୍ତା ଭଳିଆ ଅନୁଭୂତ ହୋଇଛି ବୋଲି ଭାଜପା ଜିଲା ସଭାପତି ଗୌତମ ରାୟ କହିଛନ୍ତି। ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର କୁହନ୍ତି, ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ କିଛି ମତାମତ ଦେଇ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri