୪୮ ଘଣ୍ଟା ପ୍ରଚାର କରିପାରିବେନି ପ୍ରମିଳା

ଯାଜପୁର ଅଫିସ/ ବିଞ୍ଝାରପୁର(ଡି.ଏନ.ଏ.),୧୪ା୨: ପ୍ରଚାର ବେଳେ ଭୋଟରଙ୍କ ଉପରେ ଚାପ ପକାଇ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଏହା ପ୍ରମାଣିତ ହେବା ପରେ ରାଜ୍ୟ ନିର୍ବାଚନ କମିଶନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତଦନୁଯାୟୀ ସୋମବାର ପୂର୍ବାହ୍ନ ୧୦ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବିଧାୟିକା ମଲ୍ଲିକ ପ୍ରଚାର କରି ପାରିବେ ନାହିଁ। ଏହି ସମୟ ଅବଧି ମଧ୍ୟରେ ସେ ଟିଭି, ଖବରକାଗଜରେ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ ସାକ୍ଷାତ୍‌କାର ଦେଇପାରିବେ ନାହିଁ। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ମଧ୍ୟ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାକୁ ବିରୋଧୀ ଦଳ ନେତୃବୃନ୍ଦ ସ୍ବାଗତ କରିଥିଲେ ମଧ୍ୟ ହାଲୁକା କାର୍ଯ୍ୟାନୁଷ୍ଠାନ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେହିପରି କାର୍ଯ୍ୟାନୁଷ୍ଠାନ ଦିନେ ହେଲେ ବି ଶାସକ ବିଜେଡିର ଜଣେ ବରିଷ୍ଠ ନେତ୍ରୀଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଏହି କାର୍ଯ୍ୟାନୁଷ୍ଠାନ ଜିଲାର ବିଜେଡିର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇବ ବୋଲି ମଧ୍ୟ ଆଲୋଚନା ହେଉଛି।
ଆସନ୍ତା ୨୦ ତାରିଖରେ ବିଞ୍ଝାରପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ତେବେ ନିର୍ବାଚନ କମିଶନ ବିଧାୟିକାଙ୍କ ବିରୋଧରେ ଆସନ୍ତା ୧୬ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରିଛନ୍ତି। ତେଣୁ ବିଞ୍ଝାରପୁର ବ୍ଲକ ପାଇଁ ଏହି କଟକଣା କୌଣସି କାର୍ଯ୍ୟରେ ଲାଗିବ ନାହିଁ ବୋଲି କୁହାଯାଉଛି। ବିଞ୍ଝାରପୁର ବ୍ଲକ ସମେତ ଦଶରଥପୁର ବ୍ଲକର ୧୫ଟି ଗ୍ରାମ ପଞ୍ଚାୟତକୁ ନେଇ ସଂରକ୍ଷିତ ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ। ୨୦୦୦ରୁ ଏଠାରେ ବିଜେଡି ବାଜିମାତ କରିଆସୁଛି। ତେବେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ଅପ୍ରତ୍ୟାଶିତ ଭାବେ ୪୩% ଭୋଟ ହାତେଇବା ସହ ୨୭ ନମ୍ବର ଜିଲା ପରିଷଦ ଜୋନରେ ବିଜୟୀ ହୋଇଥିଲା। ଏହି କାରଣରୁ ଚଳିତ ନିର୍ବାଚନରେ ବିଜେଡି ସାମାନ୍ୟ ବିଚଳିତ ରହିଥିବା ଦେଖାଯାଇଛି। କଳେବଳେ କୌଶଳେ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ନେତାମାନେ ଲାଗି ପଡ଼ିଛନ୍ତି। ଏହିକ୍ରମରେ ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ଗ୍ରାମରେ ଗତ ୯ ତାରିଖରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟିକା ମଲ୍ଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଓ ଜିଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଆପଣମାନେ ଯଦି ଆଉ କାହାକୁ ଭୋଟ ଦେବେ, କିଏ କ’ଣ ନେଇଗଲା, ଇନ୍ଦିରା ଆବାସ ନ ହେଲା, ଗୁହାଳ ନ ହେଲା, ରାସ୍ତା ନ ହେଲା, ଚାଉଳ ନ ହେଲା ସେହି କଥା ମୋତେ ଆଉ କହିବେ ନାହିଁ ବୋଲି ସେ ସଭାରେ କହିଥିଲେ। ଏ ନେଇ ଅଭିଯୋଗ ହେବା ପରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗତ ୧୧ ତାରିଖରେ ବିଧାୟିକା ମଲ୍ଲିକଙ୍କୁ ବିଡିଓଙ୍କ ଜରିଆରେ ଜବାବ ତଲବ ନୋଟିସ ଜାରି କରିଥିଲେ। କିନ୍ତୁ ବିଧାୟିକା କୌଣସି ଭୁଲ ହୋଇନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ମତାମତ ରଖିଥିଲେ। ରବିବାର ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବିଧାୟିକା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଛି। ତଥାପି ତାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ପାଇଁ ୫୭ ଘଣ୍ଟା (୧୬ ତାରିଖ ପୂର୍ବାହ୍ନ ୧୦ଟାରୁ ୧୮ ତାରିଖ ସନ୍ଧ୍ୟା ୭ଟା ଯାଏ)ର ସୁଯୋଗ ରହିଛି, ଯାହାକୁ ନେଇ ଭାଜପା ପ୍ରଶ୍ନ ଉଠାଇଛି। ମାତ୍ର ୪୮ ଘଣ୍ଟା ପାଇଁ କାର୍ଯ୍ୟାନୁଷ୍ଠାନ ଶସ୍ତା ଭଳିଆ ଅନୁଭୂତ ହୋଇଛି ବୋଲି ଭାଜପା ଜିଲା ସଭାପତି ଗୌତମ ରାୟ କହିଛନ୍ତି। ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର କୁହନ୍ତି, ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ କିଛି ମତାମତ ଦେଇ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?