Categories: ଜାତୀୟ

କୃଷି ଆଇନକୁ ବିରୋଧ କରି ପଦ୍ମ ବିଭୂଷଣ ଫେରାଇଲେ ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ,୩ ।୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କୃଷି ଆଇନକୁ ବିରୋଧ କରି କୃଷକମାନେ ଲଗାତାର ବିରୋଧ ପ୍ରଦର୍ଶନ କରିଛନ୍ତି । ଲଗାତାର ଅଷ୍ଟମ ଦିନରେ ମଧ୍ୟ ଏହା ଜାରି ରହିଛି । ଏବେ ଏହାକୁ କେତେକ ରାଜନୈତିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି । ଇତିମଧ୍ୟରେ ଶିରୋମଣି ଅକାଳି ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ପଦ୍ମ ବିଭୂଷଣକୁ ସେ ଫେରାଇ ଦେଇଥିବା ଜଣାପଡିଛି । ସେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଓ କୃଷି ଆଇନକୁ ବିରୋଧ କରି ପଦ୍ମ ବିଭୂଷଣ ଫେରାଇ ଦେଇଥିବା ଜଣାପଡିଛି ।

Share