Categories: ଜାତୀୟ

ରାହୁଲଙ୍କୁ ଟାର୍ଗେଟ କଲେ ଜାଭେଡକର

ନୂଆଦିଲ୍ଲୀ,୨୪ ।୧୦: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କଂଗ୍ରେସ ଶାସିତ ରାଜ୍ୟରେ ହେଉଥିବା ବଳାତ୍କାର ଘଟଣାକୁ ନେଇ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କଂଗ୍ରେସ ନେତା ନିଜ ଦଳ ଦ୍ୱାରା ଶାସିତ ରାଜ୍ୟରେ ଘଟୁଥିବା ଘଟଣାକୁ ନେଇ ମୁହଁ ଖୋଲିବା ଦରକାର । କେବଳ ହାଥରସ ଓ ଅନ୍ୟ ରାଜ୍ୟକୁ ଯାଇ ଫଟୋ ଶେସନ କରିବା ଛାଡିଦେଉ କଂଗ୍ରେସ । ଜାଭେଡକର କହିଛନ୍ତି ପଞ୍ଜାବ ହୋସିୟାରପୁରର ଟାଣ୍ଡା ଗାଁରେ ଦଳିତ କନ୍ୟା ପ୍ରତି ହୋଇଥିବା ବଳାତ୍କାର ଓ ହତ୍ୟା ଘଟଣା ଚମକାଇବା ଭଳି । ଏହି ସମୟରେ ରାହୁଲ ରାଜନୈତିକ ରାଲି କରିବା ଅପେକ୍ଷା ପଞ୍ଜାବ ଓ ରାଜସ୍ଥାନ ଗସ୍ତ କରିବା ଦରକାର ଓ ସେଠାରେ ମହିଳାଙ୍କ ସହ ଅପରାଧ ଘଟଣାକୁ ନେଇ ଆଲୋଚନା କରିବା ଦରକାର । ଜାଭେଡକର ଆହୁରି କହିଛନ୍ତି କଂଗ୍ରେସ ଶାସିତ ରାଜ୍ୟରେ ଘଟୁଥିବା ଅପରାଧ କଥା ନ ବୁଝି ଗାନ୍ଧୀ ପରିବାର ଏବେ ହାଥରସ ଓ ଅନ୍ୟ ରାଜ୍ୟକୁ ଯାଇ ଫଟୋ ଶେସନ କରୁଛନ୍ତି । ଯାହା ଆଦୌ ଯୁକ୍ତି ଯୁକ୍ତ ନୁହେଁ ।

Share