ବିଶିଷ୍ଟ ମଞ୍ଚ କଳାକାର ପ୍ରକାଶ ଦେବତାଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକର ଛାୟା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଶିଷ୍ଟ ମଞ୍ଚ କଳାକାର ତଥା ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲର ଉପସଭାପତି ପ୍ରକାଶ ଦେବତା (ପେରୁ )ଙ୍କର ବୁର୍ଲା ଡାକ୍ତରଖାନାରେ ପରଲୋକ ଘଟିଛି। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଜିଲାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ବିଭିନ୍ନ ସାଂସ୍କୃତିକ ଓ ନାଟ୍ୟାନୁଷ୍ଠାନ ଜରିଆରେ ଦେବଗଡ ଜିଲା , ବାହାର ଜିଲା ସମେତ ରାଜ୍ୟ ବାହାରେ ମଞ୍ଚସ୍ଥ ଶତାଧିକ ନାଟକରେ ନିଖୂଣ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରିବା ସହ ପେରୁ ନାମରେ ବେଶ ପ୍ରସିଦ୍ଧି ଲାଭ କରିଥିଲେ।

Dharitri – Odisha’s No.1 Odia Daily

Share