ଘରୋଇ ସହାୟିକାଙ୍କୁ ବଳାତ୍କାର, ପୂର୍ବତନ PM ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡ, କୋର୍ଟରେ…

ବେଙ୍ଗାଲୁରୁ,୨।୮:  ଜନତା ଦଳ (ସେକ୍ୟୁଲାର)ର ନିଲମ୍ବିତ ନେତା ତଥା ପୂର୍ବତନ ଏମ୍‌ପି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ନାତି ପ୍ରଜ୍ୱଳ ରେବନ୍ନାଙ୍କ ଅଡୁଆ ବଢିଛି। ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର କୋର୍ଟ ଘରୋଇ ସହାୟିକାଙ୍କୁ ବଳାତ୍କାର ମାମଲାରେ ପ୍ରଜ୍ୱଳଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି। ଏହା ସହିତ ଅଦାଲତ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ପୂର୍ବରୁ ଶୁକ୍ରବାର ଦିନ ଅଦାଲତ ଏହି ମାମଲାରେ ପ୍ରଜ୍ୱଳଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ବିଚାରପତି ଗଜାନନ ଭଟ୍ଟ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି।
ଗତ ବର୍ଷ ଘରୋଇ ସହାୟିକା ପ୍ରଜ୍ୱଳ ରେବନ୍ନାଙ୍କ ବିରୁଦ୍ଧରେ ଚାରିଟି ମାମଲା ରୁଜୁ କରିଥିଲେ। ଶୁକ୍ରବାର ଅଦାଲତ ଏହି ଚାରି ମାମଲାରେ ରେବନ୍ନାଙ୍କୁ ଦୋଷୀ ଘୋଷଣା କରିଛନ୍ତି। ପୀଡିତାଙ୍କ ସମସ୍ତ ଅଭିଯୋଗ ଅଦାଲତରେ ସତ ପ୍ରମାଣିତ ହୋଇଥିଲା। ବିଚାରପତି ସନ୍ତୋଷ ଗଜାନନ ଭଟ୍ଟ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଘୋଷଣା କରିଛନ୍ତି।
ତେବେ ଅଭିଯୋଗକାରୀ ପକ୍ଷ ୧୬୩୨ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲେ, ଯେଉଁଥିରେ ଇଲେକ୍ଟ୍ରୋନିକ ଓ ଅଣ-ଇଲେକ୍ଟ୍ରୋନିକ ପ୍ରମାଣ ସହ ୧୮୩ଟି ଦଲିଲ ଉପସ୍ଥାପନ କରାଯାଇଥିଲା। ଏହା ସହିତ ପୀଡିତାଙ୍କ ପରିବାର ଓ ୨୬ ଜଣ ସାକ୍ଷୀଙ୍କଠାରୁ ପଚରାଉଚରା କରାଯାଇଥିଲା। ଅଦାଲତ ଏହି ମାମଲାରେ ୨ ମେ’ରୁ ନିରନ୍ତର ଶୁଣାଣି କରି ଶୀଘ୍ର ନିଷ୍ପତ୍ତି ନେବାକୁ ଚେଷ୍ଟା କରିଥିଲେ।
କହିରଖୁଛୁ, ଏହି ମାମଲା ତୁମୁଳକାଣ୍ଡ ସୃଷ୍ଟି କରିଥିଲା, ଯେତେବେଳେ ପ୍ରଜ୍ୱଳଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ୨୬ ଏପ୍ରିଲ ୨୦୨୪ରେ ହାସନରେ ଲୋକ ସଭା ର୍ନିବାଚନ ପୂର୍ବରୁ ପ୍ରସାରିତ ହୋଇଥିଲା। ଏସ୍‌ଆଇଟି ହୋଲେନାରସୀପୁରା ଟାଉନ ଥାନାରେ ରୁଜୁ ଏକ ମାମଲାରେ ପ୍ରଜ୍ୱଳଙ୍କୁ ଗତ ବର୍ଷ ୩୧ ମେ’ରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଗିରଫ କରିଥିଲା, ଯେତେବେଳେ ସେ ଜର୍ମାନୀରୁ ଫେରିଥିଲେ। ପ୍ରଜ୍ୱଳ ୨୦୨୪ ଲୋକ ସଭା ନିର୍ବାଚନରେ ହାସନ ସଂସଦୀୟ କ୍ଷେତ୍ରରୁ ପରାଜିତ ହୋଇଥିଲେ। ପରେ ଜନତା ଦଳ (ସେକ୍ୟୁଲାର) ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା।
ଶୁକ୍ରବାର ଶୁଣାଣି ସମୟରେ ପ୍ରଜ୍ୱଳ ସ୍ପଷ୍ଟ ରୂପେ ଭୟଭୀତ ହୋଇଯାଇଥିବା ଦେଖାଯାଇଥିଲା। ବିଚାରପତି ତାଙ୍କୁ ଦୋଷୀ ଘୋଷଣା କରିବା ପରେ ସେ କାନ୍ଦି ପକାଇଥିଲେ। ଏପରିକି ତାଙ୍କୁ କମ୍‌ ଦଣ୍ଡ ଦେବାକୁ ନିବେଦନ କରିଥିଲେ। ଏପରିକି ଦଣ୍ଡ ଘୋଷଣା ପୂର୍ବରୁ ପ୍ରଜ୍ୱଳଙ୍କର ଶେଷ ବୟାନରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଚାଲିଥିଲେ। ତେବେ ଏହି ମାମଲାର ଶୁଣାଣି ୧୮ ଜୁଲାଇରେ ସମାପ୍ତ ହୋଇଥିଲା ଏବଂ ନିଷ୍ପତ୍ତି ୩୦ ଜୁଲାଇ ପାଇଁ ସୁରକ୍ଷିତ ରଖାଯାଇଥିଲା। କିନ୍ତୁ ବିଚାରପତି ମୋବାଇଲ ଲୋକେସନ ଡାଟା ଓ ଅନ୍ୟାନ୍ୟ ବୈଷୟିକ ପ୍ରମାଣ ଉପରେ ସ୍ପଷ୍ଟୀକରଣ ମାଗିବା ପରେ ନିଷ୍ପତ୍ତିକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri