ପୁଣି ଅଶାନ୍ତ ସ୍ବାଭିମାନ ଅଞ୍ଚଳ: ଗୋରାସେତୁଠାରେ ପ୍ରଜାମେଳି

କୋରୁକୋଣ୍ଡା,୨୮ା୬(ଡି.ଏନ୍‌.ଏ.): ପୁଣି ଅଶାନ୍ତ ହୋଇଉଠିଛି ସ୍ବାଭିମାନ ଅଞ୍ଚଳ। ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ଦିନକୁ ଦିନ ଦାନା ବାନ୍ଧୁଛି ସରକାର ତଥା ବିଏସ୍‌ଏଫ୍‌ ବିରୋଧୀ ସ୍ବର। ସ୍ବାଭିମାନ ଅଞ୍ଚଳର ଦରଲାବେଡ଼ାଠାରେ ଗତ ୨୪ ତାରିଖରେ କିଛି ଶ୍ରମିକ କାମ ସାରି ଫେରୁଥିବା ବେଳେ ସେମାନଙ୍କୁ ବିଏସ୍‌ଏଫ୍‌ର ସୁରକ୍ଷା କର୍ମୀମାନେ ଅଟକାଇବା ସହ ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା କହି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ ଏହି ସମୟରେ ବିଏସ୍‌ଏଫ୍‌ ଏହି ଶ୍ରମିକମାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେବା ସହ ଫାଙ୍କା ଗୁଳିଚଳନା କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ଘଟଣାକୁ କେନ୍ଦ୍ର କରି ରବିବାର ସ୍ବାଭିମାନ ଅଞ୍ଚଳର ଗୋରାସେତୁଠାରେ ଏକ ବିରାଟ ପ୍ରଜାମେଳି ହୋଇଛି। ଏହି ପ୍ରଜାମେଳିରେ ଶତାଧିକ ଲୋକ ଯୋଗଦେଇ ବିଏସ୍‌ଏଫ୍‌ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସ୍ବାଭିମାନ ଅଞ୍ଚଳରେ ଅନେକ ସମସ୍ୟା ଥିବା ବେଳେ ସରକାର ସେଥିପାଇଁ ଦୃଷ୍ଟି ନ ଦେଇ ବିଏସ୍‌ଏଫ୍‌ଙ୍କ ଦାରା ନିରୀହ ଲୋକଙ୍କୁ ଶୋଷଣ କରୁଥିବା ଏହି ପ୍ରଜାମେଳିରେ ଅଭିଯୋଗ ହୋଇଛି। ବିଏସ୍‌ଏଫ୍‌ ଯଦି ଏଭଳି ଜୁଲୁମ କରିଚାଲିବ ତେବେ ଆଗାମୀ ଦିନରେ ଆଦିବାସୀମାନେ ମଧ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ବିଏସ୍‌ଏଫ୍‌କୁ ବିରୋଧ କରିବେ ବୋଲି ଏହି ମେଳିରେ ଆଲୋଚନା ହୋଇଛି। ଏହାସହ ଲକ୍‌ଡାଉନ୍‌ ଯୋଗୁ ସ୍ବାଭିମାନ ଅଞ୍ଚଳରେ ଥିବା ବିଚ୍ଛିନ୍ନ ଅଞ୍ଚଳକୁ ଦୀର୍ଘ ୩ ମାସ ହେଲା ଲଞ୍ଚ ବନ୍ଦ ଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ପ୍ରଶାସନ ଲଞ୍ଚ ବ୍ୟବସ୍ଥା କରିବା ପାଇଁ ଏହି ମେଳିରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri