ଗୀତାର ଶ୍ଳୋକରେ ମୁଖରିତ ହେଲା ମହାବିଦ୍ୟାଳୟ ପରିସର, ପ୍ରତିଯୋଗିତାରେ ଭାଗନେଲେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର

ବଲାଙ୍ଗୀର,୨୨।୧୧(ସୁନୀଲ କୁମାର ମହାନ୍ତି): ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭାରତୀୟ ଜ୍ଞାନପରମ୍ପରା, ନୈତିକ ମୂଲ୍ୟବୋଧ ତଥା ଆଧ୍ୟାତ୍ମିକ ଚେତନାର ଜାଗରଣ ଉଦ୍ଦେଶ୍ୟରେ ପ୍ରଜ୍ଞାନ ମିଶନ୍ ପକ୍ଷରୁ
ଜିଲାସ୍ତରୀୟ ଶ୍ରୀମଦ୍‌ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଜିଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରୀଛାତ୍ରମାନେ ଉତ୍ସାହ ଓ ଉଦ୍ଦୀପନାର ସହ ଯୋଗଦାନ କରି ଗୀତାର ଶ୍ଳୋକ ଆବୃତ୍ତି ମାଧ୍ୟମରେ ନିଜସ୍ୱ ପ୍ରତିଭା ଓ ଶାସ୍ତ୍ରୀୟ ଜ୍ଞାନର ପରିଚୟ ପ୍ରଦାନ କରିଥିଲେ।


ମୁଖ୍ୟ ଅତିଥି ଭାବେ ବିଶ୍ବହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତର ସଂଯୋଜିକା ସରସ୍ୱତୀ ନନ୍ଦ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବଲାଙ୍ଗୀର ଜିଲାର ନୋଡାଲ୍ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀମଦ୍‌ଭଗବଦ୍‌ଗୀତାର ସାର୍ବଜନୀନ ଜୀବନଦର୍ଶନ, କର୍ତ୍ତବ୍ୟନିଷ୍ଠା ଓ ଚରିତ୍ର ଗଠନରେ ଏହାର ଅପରିହାର୍ଯ୍ୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସଂସ୍କୃତ ଭାରତୀର ପ୍ରାନ୍ତ ସମ୍ପାଦକ ଅଧ୍ୟାପକ ଅଜିତ କୁମାର ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

 

Dharitri – Odisha’s No.1 Odia Daily

Share