କଳିଙ୍ଗନଗର,୨୮ା୮(ଶୁଭାଶିଷ ରାଉତ): ୫-ଟି ସଚିବ ଭିକେ ପାଣ୍ଡିଆନ ମଙ୍ଗଳବାର ଯାଜପୁର ଜିଲାର କୋରେଇ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଗସ୍ତ ପୂର୍ବରୁ ଗୀତ ମାଧ୍ୟମରେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ରଗଡ଼ି ଅଞ୍ଚଳର ଦିବ୍ୟାଙ୍ଗ ପ୍ରଫୁଲ ଦାସ।
ଘରବାଡ଼ି ପଟ୍ଟା ପାଇଛନ୍ତି। ମାତ୍ର ବର୍ଷେ ବିତିବା ପରେ ମଧ୍ୟ ଆବାସ ଯୋଜନାରେ ଘର ନ ମିଳିବାରୁ ପୁଣି ଗୀତ ମାଧ୍ୟମରେ ୫-ଟି ସଚିବଙ୍କୁ ଗୁହାରି କରିଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।


