କୋରାପୁଟ,୨୦ା୫(ଅମିତାଭ ବେହେରା): ବୁଧବାର ଚଳିତବର୍ଷ ପ୍ରକାଶିତ ଯୁକ୍ତ ୨ ପରୀକ୍ଷା ଫଳାଫଳରେ କୋରାପୁଟ ଟ୍ୟାଲେଣ୍ଟ କଲେଜ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କଲେଜର ଛାତ୍ର ପ୍ରଦ୍ୟୁମ୍ନ ପାଣିଗ୍ରାହୀ ସର୍ବାଧିକ ୫୭୩ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି। ଏହି ବର୍ଷ କଲେଜରୁ ମୋଟ୍ ୨୬୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୨୪୨ ଜଣ ପ୍ରଥମ ଶ୍ରେଣୀରେ ଓ ୧୮ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଲେଜର ୮ ଜଣ ଛାତ୍ରୀଛାତ୍ର A1 ଗ୍ରେଡ୍ ଅର୍ଜନ କରିଛନ୍ତି। ବିଶେଷ କଥା ହେଲା, କେହି ମଧ୍ୟ ତୃତୀୟ ଶ୍ରେଣୀରେ କିମ୍ବା ଅକୃତକାର୍ଯ୍ୟ ହୋଇନାହାନ୍ତି।
ଏହି ସଫଳତା ପାଇଁ କଲେଜ ଅଧ୍ୟକ୍ଷ ମାନସ ପଟ୍ଟନାୟକଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଭିଭାବକମାନେ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଥିବା ସହ ଆଗାମୀ ଦିନରେ ଆହୁରି ଭଲ ଫଳାଫଳ କରିବାକୁ ଆଶା ପ୍ରକାଶ କରିଛନ୍ତି।