ନାମାଙ୍କନ ଦାଖଲ କଲେନି ପ୍ରଦୀପ ପୁରୋହିତ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ନାହିଁ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଚାଷୀଙ୍କୁ ସମର୍ଥନ ଜଣାଇ ନାମାଙ୍କନ ପତ୍ର ଭରି ନାହାନ୍ତି । ଚାଷୀଙ୍କ ସମସ୍ୟା ସରକାର ବୁଝି ନ ଥିବାରୁ ସେ ଏହାକୁ ବିରୋଧ କରି ଉପଜିଲାପାଳଙ୍କ ଅଫିସରୁ ଫେରି ଆସିଛନ୍ତି।