Categories: ରାଜ୍ୟ

ପ୍ରଦୀପ ମହାରଥୀ ଗୁରୁତର: ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୧୦(ବ୍ୟୁରୋ)-ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଛି। ସେ ଗତ କିଛିଦିନ ହେବ ସମ୍‌ ଅଲଟିମେଟ ମେଡିକେୟାରରେ ଚିକିିତ୍ସିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମହାରଥୀଙ୍କ ପରିବାର ସଦସ୍ୟଙ୍କ ସହ ଟେଲିଫୋନ ଯୋଗ ସ୍ବାସ୍ଥ୍ୟ କଥା ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ମହାରଥୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶୀଘ୍ର ଆରୋଗ୍ୟ ପାଇଁ ସମସ୍ତ ପ୍ରକାର ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମହାରଥୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ ଅନୁରୋଧ କରିଛନ୍ତି।