Posted inଖେଳ

ଅଭ୍ୟାସ ମ୍ୟାଚ୍‌: ହମିଦଙ୍କ ଶତକ ସତ୍ତ୍ୱେ ଭାରତ ଅଗ୍ରଣୀ

ଚେଷ୍ଟର-ଲି-ଷ୍ଟ୍ରିଟ୍‌,୨୨।୭: ଏଠାରେ ଚାଲିଥିବା କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଭାରତ ପ୍ରଥମ ଇନିଂସରେ ଲୋକେଶ ରାହୁଲଙ୍କ ଶତକ (୧୦୧ ରନ) ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ (୭୫) ସହାୟତାରେ ୯୩ ଓଭରରେ ୩୧୧ ରନକରି ଅଲଆଉଟ ହୋଇଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି କାଉଣ୍ଟି ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ୮୨.୩ ଓଭରରେ ୨୨୦ ରନକରି ଅଲଆଉଟ ହୋଇଛି। ଫଳରେ ଭାରତ ୯୧ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଓପନର ହାସିବ ହମିଦଙ୍କ ଶତକ (୧୧୨ ରନ, ୨୪୬ ବଲ, ୧୩ ଚୌକା) ସତ୍ତ୍ୱେ କାଉଣ୍ଟି ଦଳ ବଡ଼ ସ୍କୋର ହାସଲ କରି ପାରି ନ ଥିଲା। ସେହିପରି ଲିଆମ ପାଟରସନ-ହ୍ବାଇଟ୍‌ ୩୩ ଓ ଲିଣ୍ଡନ ଜେମ୍ସ ୨୭ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଭଲ ପ୍ରଦର୍ଶନ କରି ନ ଥିଲେ।
କାଉଣ୍ଟି ଦଳ ୫୬ ରନରେ ୪ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୫ମ ଉଇକେଟରେ ହମିଦ ଓ ଲିଣ୍ଡନ ଜେମ୍ସ ୭୫ ରନକରି ସ୍ଥିତି ସମ୍ଭାଳିଥିଲେ। ଅନ୍ୟତମ ଓପନର ଜ୍ୟାକ ଲିବି ୧୨, ଅଧିନାୟକ ଓ୍ବିଲି ରୋଡ୍ସ ୧୧, ଓ୍ବାଶିଂଟନ ସୁନ୍ଦର ୧, ରବର୍ଟ ୟାଟେସ୍‌ ୧, ଜେମ୍ସ ରିଓ୍ବି ୨, ଜ୍ୟାକ କାର୍ସନ ୩ ରନକରି ଆଉଟ ହୋଇଥିଲେ। ବୋଲିଂରେ ଭାରତ ପକ୍ଷରୁ ଉମେଶ ୩, ସିରାଜ ୨, ବୁମ୍‌ରା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୦୬/୯ରୁ ଖେଳ ଆରମ୍ଭ କରି ଭାରତ ବୁଧବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଯଶପ୍ରୀତ ବୁମ୍‌ରା ୫ ରନକରି ଆଉଟ ହୋଇଥିତ୍ବାବେଳେ ମହମ୍ମଦ ସିରାଜ ୩ ରନ କରି ଅପରାଜିତ ରହିଥିଲେ। କାଉଣ୍ଟି ଦଳ ପକ୍ଷରୁ କ୍ରେଗ୍‌ ମାଇଲ୍ସ ସର୍ବାଧିକ ୪, ଲିଣ୍ଡନ ଜେମ୍ସ ଓ ଲିଆମ ପାଟରସନ ହ୍ବାଇଟ୍‌ ୨ଟି ଲେଖାଏ, ଜ୍ୟାକ କାର୍ସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ:୯୩ ଓଭରରେ ୩୧୧ ଅଲଆଉଟ।
କାଉଣ୍ଟି ସିଲେକ୍ଟ ଏକାଦଶ: ୮୨.୩ ଓଭରରେ ୨୨୦ ଅଲଆଉଟ
(ହାସିବ ହମିଦ-୧୧୨, ଲିଣ୍ଡନ ଜେମ୍ସ-୨୭, ଲିଆମ ପାଟରସନ ହ୍ବାଇଟ-୩୩; ଉମେଶ ଯାଦବ-୩/୨୨, ମହମ୍ମଦ ସିରାଜ-୨/୩୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri