ପ୍ରାଚୀପ୍ରଜ୍ଞା ପିଏନ୍‌ କଲେଜ ଟପ୍ପର

ଖୋର୍ଦ୍ଧା ଅଫିସ,୩୧ା୧୦: ଖୋର୍ଦ୍ଧା ପ୍ରାଣନାଥ (ପିଏନ୍‌) ସ୍ବୟଂଶାସିତ ମହାବିଦ୍ୟାଳୟର ଦ୍ୱାଦଶତମ ସ୍ନାତକ(+୩) ୨୦୧୭-୨୦୨୦ ଶିକ୍ଷାବର୍ଷର ବାର୍ଷିକ ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ ମୋଟ୍‌ ପାସ୍‌ ହାର ୯୦.୪ ପ୍ରତିଶତ ରହିଛି। ବାଣିଜ୍ୟରେ ଆଦିତ୍ୟନାଥ ପୃଷ୍ଟି, କଳାରେ ଶିକ୍ଷା ବିଭାଗ ଛାତ୍ରୀ ରୁପାଲି ସାହୁ ଶ୍ରେଷ୍ଠ ସ୍ନାତକ ହୋଇଥିବା ବେଳେ ବିଜ୍ଞାନ ବିଭାଗର ଭୂତତ୍ତ୍ୱ ବିଜ୍ଞାନ ଛାତ୍ରୀ ପ୍ରାଚୀପ୍ରଜ୍ଞା ଶ୍ରେଷ୍ଠ ସ୍ନାତକ ସହ କଲେଜ ଟପ୍ପର ହୋଇଛନ୍ତି। କଳା, ବିଜ୍ଞାନ ଓ ବାଣିଜ୍ୟରେ ୧୧୫୪ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୧୦୪୩ଜଣ ପାସ କରିଛନ୍ତି। ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ଆଗରେ ରହିଛନ୍ତି। ଛାତ୍ରଙ୍କ ପାସ ହାର ୮୫.୮% ରହିଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର ୯୫.୭% ରହିଛି। କଳାରେ ୧୪୫ଛାତ୍ରଙ୍କ ମଧ୍ୟରୁ ୧୧୩ ଏବଂ ୨୪୧ଛାତ୍ରୀଙ୍କ ମଧ୍ୟରୁ ୨୩୬ ପାସ୍‌ କରିଛନ୍ତି। ସେହିପରି ବାଣିଜ୍ୟରେ ୨୬୨ ଛାତ୍ରଙ୍କ ମଧ୍ୟରୁ ୨୨୫ ଓ ୧୨୮ଛାତ୍ରୀଙ୍କ ମଧ୍ୟରୁ ୧୨୦ଜଣ ପାସ କରିଛନ୍ତି। ବିଜ୍ଞାନରେ ୨୧୨ଛାତ୍ରଙ୍କ ମଧ୍ୟରୁ ୧୯୩ ଏବଂ ୧୬୬ଜଣ ଛାତ୍ରୀଙ୍କ ମଧ୍ୟରୁ ୧୫୬ଜଣ ପାସ୍‌ କରିଛନ୍ତି। କଲେଜ ଅଧ୍ୟକ୍ଷ ପ୍ରଫେସର ମନୋରଞ୍ଜନ ସେନାପତି କହିଛନ୍ତି, ଏହି ପରୀକ୍ଷା ଫଳ ୬ଟି ସେମିଷ୍ଟର ପରୀକ୍ଷାର ମୋଟ ଫଳାଫଳକୁ ନେଇ ପ୍ରସ୍ତୁତ କରାଯାଇଛି। ତିନି ବିଭାଗର ଶ୍ରେଷ୍ଠ ସ୍ନାତକଙ୍କୁ ସାମ୍ବତ୍ସରିତ ଉତ୍ସବ-୨୦୨୧ରେ ସମ୍ମାନିତ କରାଯିବ। କଲେଜ ପରିଚାଳନା କମିଟି ସଭାପତି ତଥା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଉତ୍ତର ଓଡ଼ିଶାର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପରୀକ୍ଷା କଣ୍ଟ୍ରୋଲର ପ୍ରଫେସର ଦେବୀ ପ୍ରସାଦ ପଟ୍ଟନାୟକ ଏବଂ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri