ଖୋର୍ଦ୍ଧା ଅଫିସ,୩୧ା୧୦: ଖୋର୍ଦ୍ଧା ପ୍ରାଣନାଥ (ପିଏନ୍) ସ୍ବୟଂଶାସିତ ମହାବିଦ୍ୟାଳୟର ଦ୍ୱାଦଶତମ ସ୍ନାତକ(+୩) ୨୦୧୭-୨୦୨୦ ଶିକ୍ଷାବର୍ଷର ବାର୍ଷିକ ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ ମୋଟ୍ ପାସ୍ ହାର ୯୦.୪ ପ୍ରତିଶତ ରହିଛି। ବାଣିଜ୍ୟରେ ଆଦିତ୍ୟନାଥ ପୃଷ୍ଟି, କଳାରେ ଶିକ୍ଷା ବିଭାଗ ଛାତ୍ରୀ ରୁପାଲି ସାହୁ ଶ୍ରେଷ୍ଠ ସ୍ନାତକ ହୋଇଥିବା ବେଳେ ବିଜ୍ଞାନ ବିଭାଗର ଭୂତତ୍ତ୍ୱ ବିଜ୍ଞାନ ଛାତ୍ରୀ ପ୍ରାଚୀପ୍ରଜ୍ଞା ଶ୍ରେଷ୍ଠ ସ୍ନାତକ ସହ କଲେଜ ଟପ୍ପର ହୋଇଛନ୍ତି। କଳା, ବିଜ୍ଞାନ ଓ ବାଣିଜ୍ୟରେ ୧୧୫୪ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୧୦୪୩ଜଣ ପାସ କରିଛନ୍ତି। ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ଆଗରେ ରହିଛନ୍ତି। ଛାତ୍ରଙ୍କ ପାସ ହାର ୮୫.୮% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୫.୭% ରହିଛି। କଳାରେ ୧୪୫ଛାତ୍ରଙ୍କ ମଧ୍ୟରୁ ୧୧୩ ଏବଂ ୨୪୧ଛାତ୍ରୀଙ୍କ ମଧ୍ୟରୁ ୨୩୬ ପାସ୍ କରିଛନ୍ତି। ସେହିପରି ବାଣିଜ୍ୟରେ ୨୬୨ ଛାତ୍ରଙ୍କ ମଧ୍ୟରୁ ୨୨୫ ଓ ୧୨୮ଛାତ୍ରୀଙ୍କ ମଧ୍ୟରୁ ୧୨୦ଜଣ ପାସ କରିଛନ୍ତି। ବିଜ୍ଞାନରେ ୨୧୨ଛାତ୍ରଙ୍କ ମଧ୍ୟରୁ ୧୯୩ ଏବଂ ୧୬୬ଜଣ ଛାତ୍ରୀଙ୍କ ମଧ୍ୟରୁ ୧୫୬ଜଣ ପାସ୍ କରିଛନ୍ତି। କଲେଜ ଅଧ୍ୟକ୍ଷ ପ୍ରଫେସର ମନୋରଞ୍ଜନ ସେନାପତି କହିଛନ୍ତି, ଏହି ପରୀକ୍ଷା ଫଳ ୬ଟି ସେମିଷ୍ଟର ପରୀକ୍ଷାର ମୋଟ ଫଳାଫଳକୁ ନେଇ ପ୍ରସ୍ତୁତ କରାଯାଇଛି। ତିନି ବିଭାଗର ଶ୍ରେଷ୍ଠ ସ୍ନାତକଙ୍କୁ ସାମ୍ବତ୍ସରିତ ଉତ୍ସବ-୨୦୨୧ରେ ସମ୍ମାନିତ କରାଯିବ। କଲେଜ ପରିଚାଳନା କମିଟି ସଭାପତି ତଥା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଉତ୍ତର ଓଡ଼ିଶାର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପରୀକ୍ଷା କଣ୍ଟ୍ରୋଲର ପ୍ରଫେସର ଦେବୀ ପ୍ରସାଦ ପଟ୍ଟନାୟକ ଏବଂ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ଖୋର୍ଦ୍ଧା, ରାଜ୍ୟ View All
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ
ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...
ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...
RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ
ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...
ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...
ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...
ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି
ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...
ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ
ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...
Archives


