ପ୍ରେମିକଙ୍କୁ ସରପ୍ରାଇଜ୍‌ ଦେବା ଲାଗି ଅନ୍ୟ ଦେଶକୁ ଯାଇଥିଲେ ଏହି ଅଭିନେତ୍ରୀ; ଏମିତି ମିଳିଥିଲା ଝଟ୍‌କା

ବମ୍ବେ: ଟେଲି ପରଦାରୁ ବଡ଼ ପରଦାର ଯାତ୍ରା ସହଜ ନ ଥିଲା, ହେଲେ ଅସମ୍ଭବ ବି ନ ଥିଲା। ଶେଷରେ ନିଜ ସ୍ବପ୍ନରେ ଡେଣା ଲଗାଇ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ପ୍ରାଚୀ ଦେଶାଇ। ଧାରାବାହିକ ‘କସମ୍‌ ସେ’ରୁ ଲୋକପ୍ରିୟତା ହାସଲ କରିବା ପରେ ସେ ବଲିଉଡ୍‌ରେ କାମ କରିବାକୁ ମନ ବଳାଇଥିଲେ। ବାସ୍‌, ସେବେଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ‘ରକ୍‌ ଅନ୍‌୍‌, ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ, ରକ୍‌ ଅନ୍‌ ୨, ଅଜହର୍‌, ଆଇ ମି ଔର ମୈ ଭଳି ଫିଲ୍ମରେ ସେ ଜବରଦସ୍ତ ଅଭିନୟ କରିଛନ୍ତି। ଅଭିନେତ୍ରୀ ଭାବେ ସଫଳ ହୋଇଥିଲେ ହେଁ ସେ ବ୍ୟକ୍ତିଗତ ଜୀବନରେ ସେ ନିରବ ରହିବାକୁ ପସନ୍ଦ କରନ୍ତି। ଏଥିଲାଗି ଗଣମାଧ୍ୟମରେ ସେ ବହୁତ କମ୍‌ ଥର ଖବର ଶିରୋନାମା ପାଲଟିଛନ୍ତି।

ଅନ୍ୟମାନଙ୍କ ସମ୍ମୁଖରେ ବ୍ୟକ୍ତିଗତ ଜୀବନକୁ ନେଇ କିଛି ବି କଥା କହିବାକୁ ପସନ୍ଦ କରୁ ନ ଥିବା ପ୍ରାଚୀ ନିକଟରେ ନିଜର ଲଭ୍‌ ଲାଇଫକୁ ନେଇ ବଡ଼ କଥା କହିଛନ୍ତି । ଫିଲ୍ମ ଫେୟାରର ଏକ ସାକ୍ଷାତକାରରେ ସେ କହିଛନ୍ତି, ଜଣଙ୍କୁ ମୁଁ ବହୁତ ଭଲ ପାଉଥିଲି। ତାଙ୍କୁ ଏକଦା ଭେଟିବା ଲାଗି ଅନ୍ୟ ଦୋରେ ପହଞ୍ଚିଥିଲି। ହେଲେ ସେଠାକୁ ଯିବା ପରେ ଜାଣିବାକୁ ପାଇଲି ଯେ ସେ ମିଛ କହିଥିଲେ। ସେ ଆଦୌ ସେଠାରେ ରହୁ ନ ଥିଲେ। ଏହା ପରେ ଉକ୍ତ ଦେଶରେ ମୁଁ ବହୁତ ମଜାକଲି ଏବଂ ନିଜ ସହ ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇଲି ବୋଲି ସେ କହିଛନ୍ତି ।

Share