ସମ୍ପତ୍ତି ସାର୍ବଜନୀନ କରିବାକୁ ମନା କଲେ ପ୍ରଚଣ୍ଡ

କାଠମାଣ୍ଡୁ,୫ା୪: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ତାଙ୍କ ସମ୍ପତ୍ତିକୁ ସାର୍ବଜନୀନ କରିବାକୁ ମନା କରି ଦେଇଛନ୍ତି। ୧୯୯୦ରେ ଗଣତନ୍ତ୍ରର ପୁନରୁଦ୍ଧାର ପରେ ନେପାଳର ପ୍ରଥମ ନିର୍ବାଚିତ ସରକାର ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ସାର୍ବଜନୀନ କରିବାର ପ୍ରଥା ଆରମ୍ଭ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଗିରିଜା ପ୍ରସାଦ କୋଇରାଲାଙ୍କ କ୍ୟାବିନେଟ୍‌ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରଥା ୨୦୧୮ ପର୍ଯ୍ୟନ୍ତ ଜାରି ରହିଥିଲା। ଖିଲ ରାଜ ରେଗ୍‌ମି ଏବଂ ତାଙ୍କ ଦଳ ବ୍ୟତୀତ ଦ୍ୱିତୀୟ କେପି ଶର୍ମା ଓଲି ସରକାରଙ୍କ ସମୟ ପର୍ଯ୍ୟନ୍ତ ସମସ୍ତ ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀ ସେମାନଙ୍କ ସମ୍ପତ୍ତିର ବିବରଣୀ ସାର୍ବଜନୀନ କରିଥିଲେ। ତେବେ ଅଲି ଏହି ପରମ୍ପରାକୁ ଭାଙ୍ଗିବା ପରେ ଏବେ ପ୍ରଚଣ୍ଡ ମଧ୍ୟ ସମ୍ପତ୍ତି ସାର୍ବଜନୀନ କରିବାକୁ ମନା କରିଛନ୍ତି। ତେବେ ଏନେଇ ଅନେକ ପ୍ରଶ୍ନ ଉଠିଛି।

Share