ସର୍ଜନାରେ ପ୍ରବୀଣା

ଓଡ଼ିଆ ଭାଷା ଓ ସାହିତ୍ୟ ଜଗତରେ ଜଣେ ସୁପରିଚିତ ବ୍ୟକ୍ତିତ୍ୱ ପ୍ରବୀଣା ମହାନ୍ତି, ଯିଏ କୁହନ୍ତି ଜନଜୀବନର କଥା; ଯାହାଙ୍କ ଲେଖନୀରୁ ଝରିଆସେ ଅନୁଭବ ଓ ଅନୁଭୂତିର ଜୀବନ୍ତ କାହାଣୀ। ତାଙ୍କ ସର୍ଜନାର କ୍ଷେତ୍ର ଅତ୍ୟନ୍ତ ବ୍ୟାପକ ଓ ବିବିଧବର୍ଣ୍ଣା। ଗଳ୍ପ, ଉପନ୍ୟାସ, କବିତା, ଫିଚର୍‌, ପ୍ରବନ୍ଧ, ନାଟକ ଇତ୍ୟାଦି ସାହିତ୍ୟର ସମସ୍ତ ବିଭାଗରେ ସିଦ୍ଧହସ୍ତା କଥାକାର ଓ କବି ପ୍ରବୀଣା ମହାନ୍ତି। ବାପା ଶ୍ରୀ ପ୍ରାଣନାଥ ପଟ୍ଟନାୟକ ଏବଂ ବୋଉ ଶ୍ରୀମତୀ ପ୍ରଭାତୀ ପଟ୍ଟନାୟକ; ଉଭୟ ଥିଲେ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ। ସେମାନେ ଫୁଲବାଣୀରେ ଥିବା ବେଳେ ପ୍ରବୀଣାଙ୍କର ଜନ୍ମ। ବାପା ବୋଉଙ୍କର ଚାକିରି ସୂତ୍ରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କର ପିଲାଦିନ ଓ ପାଠପଢା ହୋଇଛି। ଏକାଦଶ ପରେ ବିଜେବି ମର୍ନିଂ କଲେଜ ଓ ପରେ ରାଜଧାନୀ କଲେଜରେ ପଢନ୍ତି। ଏଇ ପଢ଼ିବା ସମୟରେ ହିଁ ତାଙ୍କର ବିବାହ ହୁଏ। ତେବେ ସ୍ବାମୀ ସୁରେନ୍ଦ୍ର ମହାନ୍ତିଙ୍କର ପ୍ରୋତ୍ସାହନ ଯୋଗୁ ସେ ବି.ଏ., ବି.ଇଡି.,ଏମ୍‌.ଏ., ପିଏଚ୍‌.ଡି. ଡିଗ୍ରୀ ହାସଲ କରିବା ସହିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଦୀର୍ଘ ଚଉତିରିଶ ବର୍ଷ ଶିକ୍ଷକତା କରିବା ପରେ ଅବସର ଗ୍ରହଣ କରିଛନ୍ତି।
ଆଦ୍ୟ ଜୀବନର ଅଭୁଲା ସ୍ମୃତିକୁ ମନେପକାଇ ଲେଖିକା କୁହନ୍ତି, ”ଆମ ଘରର ସାରସ୍ବତ ପରିବେଶରେ ମୋ ଲେଖିକା ଜୀବନର ଅୟମାରମ୍ଭ ହୋଇଥିଲା। ବାପାବୋଉ ଦୁହେଁ ଥିଲେ ସାହିତ୍ୟପ୍ରେମୀ ମଣିଷ। ବଣମୁଲକ ଭିତରେ କିଛି ସାହିତ୍ୟାନୁରାଗୀ ଜ୍ଞାନୀ, ଗୁଣୀ ବ୍ୟକ୍ତିଙ୍କୁ ନେଇ ପ୍ରତିଷ୍ଠା ହୋଇଥିବା ଜାଗୃତି ସାହିତ୍ୟ ସଂସଦର ଦୁହେଁ ଥିଲେ ସକ୍ରିୟ ସଦସ୍ୟ। ସମୟେ ସମୟେ ସଂସଦର ବୈଠକ ଆମ ଘରେ ହୁଏ। ବିଜ୍ଞ, ପ୍ରାଜ୍ଞ କବି, ଲେଖକମାନଙ୍କୁ ଶୁଣେ। ଖୁବ୍‌ ଛୋଟ ଦିନୁ କେବେ କେମିତି ଅଧରାତିରେ ନିଦ ଭାଙ୍ଗିଗଲେ ଦେଖେ ମୋ ବୋଉ କ’ଣ ଗୋଟେ ଲେଖୁଛି। ମୁଁ ଭାବୁଥିଲି, ପ୍ରଧାନ ଶିକ୍ଷୟିତ୍ରୀ ବୋଉ ମୋର ସ୍କୁଲ କାମ କରୁଛି। ବହୁତ ପରେ ଜାଣିଲି ସେ ଗଳ୍ପ, ଉପନ୍ୟାସ ଲେଖୁଛି। ସେ ମୋର ପ୍ରଥମ ପ୍ରେରଣା। ଲେଖିକା ବୋଉଟିକୁ ଦେଖି ମୋ ମନରେ ଲେଖିକା ହେବାର ସ୍ବପ୍ନଟି ଜାଗି ଉଠିଥିଲା। ମୋର ସୃଜନଶୀଳ ପ୍ରତିଭାକୁ ଚିହ୍ନିପାରିଥିଲେ ମୋ ବାପା, ବୋଉ। ଆମ ଘରକୁ ଝଙ୍କାର, ସୌରଭ, ନବଜୀବନ, ଜହ୍ନମାମୁ ଇତ୍ୟାଦି ଅନେକ ପତ୍ରପତ୍ରିକା ଆସୁଥିଲା। ବହି ପଢ଼ିବାର ନିଶା ମୋର ପ୍ରବଳ ଥିଲା। ମନର ଅକୁହା କଥା ସବୁ ନିରୋଳା ମୁହୂର୍ତ୍ତରେ ଡାଏରୀରେ ଲେଖି ଆନନ୍ଦ ପାଉଥିଲି ମୁଁ। ସ୍କୁଲ ପାଠ ପଢ଼ିବାଠାରୁ ମନର ଭାବନାକୁ କାଗଜରେ ଉତାରିବାର ନିଶା କାହିଁ କେତେ ଗୁଣରେ ଅଧିକ ଥିଲା। ସାଦା କାଗଜ ମୋତେ ଲେଖାମନସ୍କ କରି ଦେଉଥିଲା। ଅଷ୍ଟମ ଶ୍ରେଣୀରୁ
ହିଁ ମତେ ଲେଖିକାର ମାନ୍ୟତା ମିଳିଥିଲା। ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମୋ ଲେଖା ପୁରସ୍କୃତ ହେବା ପରେ ‘ନବଦିଗନ୍ତ’ ନାମକ ସଂକଳନରେ ଉଭୟ ଗଳ୍ପ ଓ କବିତା ପ୍ରକାଶ ପାଇଥିଲା। ପ୍ରଥମ ଥର ପାଇଁ ଛପା ଅକ୍ଷରରେ ନିଜ ଲେଖା ଦେଖିବାର ଖୁସି ଆଜି ବି ସ୍ମରଣୀୟ। ମାସିକ ସାହିତ୍ୟ ପତ୍ରିକା ସୌରଭରେ ପ୍ରଥମ କବିତା ପ୍ରକାଶିତ ହୋଇଥିଲା। ତାହା ପୁଣି ପ୍ରଦୀପା ପଟ୍ଟନାୟକ ନାଆଁରେ। କଥା ହେଉଛି ପିଲାବେଳେ ଏହି ନାଆଁଟି ମତେ ବେଶ୍‌ ଆକର୍ଷିତ କରିଥିଲା। ତେଣୁ ପ୍ରବୀଣା ନାମଟିକୁ ବଦଳାଇ ପ୍ରଦୀପା କରିଦେବାକୁ ବାପା ବୋଉଙ୍କୁ କହିଥିଲି। ସେମାନେ କିନ୍ତୁ ନାମ ପରିବର୍ତ୍ତନ ସପକ୍ଷରେ ନ ଥିଲେ। ତେଣୁ ମୋ ଖୁସି ପାଇଁ ଅନେକ ଦିନ ପର୍ଯ୍ୟନ୍ତ ପ୍ରଦୀପା ପଟ୍ଟନାୟକ ନାମରେ ଲେଖୁଥିଲି। କଲେଜ ଜୀବନର ପ୍ରଥମ ବର୍ଷରେ ପ୍ରଜାତନ୍ତ୍ର ଖବରକାଗଜରେ ସମାଲୋଚନାତ୍ମକ ଫିଚର୍‌ଟିଏ ଲେଖି ବେଶ୍‌ ଚର୍ଚ୍ଚିତ ହୋଇଥିଲି। ଆଉ ତା’ପାଇଁ ପାଇଥିଲି ବିଷୁବ ପୁରସ୍କାର। ସେତେବେଳେ ମୋର ଅନେକ ଶୁଭେଚ୍ଛୁ, ପ୍ରିୟ ପାଠିକାପାଠକ ନିଜ ନାମରେ ଲେଖା ପ୍ରକାଶ କରିବାକୁ କହିଥିଲେ। ବିବାହ ପରେ ହିଁ ମୁଁ ମୋ ନିଜସ୍ବ ନାମରେ ଲେଖିଲି। ସେ ସମୟରେ ପ୍ରକାଶିତ ହେଉଥିବା ପ୍ରତିଷ୍ଠିତ ପତ୍ରିକା ସୁଚରିତାରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲା ମୋର ଉପନ୍ୟାସ, ଯାହାକୁ ବହୁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହୁଥିଲେ ପାଠିକାପାଠିକମାନେ। ପରବର୍ତ୍ତୀ ସମୟରେ ସୁଧନ୍ୟା, ସାବିତ୍ରୀ, କଥା ଓ କାଦମ୍ବିନୀରେ ମୋର ଉପନ୍ୟାସ ଧାରାବାହିକ ଭାବରେ ପ୍ରକାଶିତ ହୋଇ ଅନେକ ପାଠକୀୟ ଶ୍ରଦ୍ଧା ହାସଲ କରିଛି।
ସ୍ବାତୀ, ନୀଡ଼, ଏବେ ବି ସୁନ୍ଦର ଧରା, ଶ୍ୟାମଳ ସୁଗନ୍ଧ, ସ୍ତିମିତ ନକ୍ଷତ୍ର, ଶ୍ରେୟସୀ, ପୁନଶ୍ଚ ମୌସୁମୀ, ବିମ୍ବିତ ଅନୁରାଗ, ଅନ୍ୟା ଅନନ୍ୟା, ଜହ୍ନର ଠିକଣା, ଇତି ତୋର ଆତ୍ମଜା, ଦୁଃଖ ପାସୋରା ଝିଅ, ରାଗିଲେ ମୁଁ ତାରା ହୋଇଯିବି ଇତ୍ୟାଦି ଗଳ୍ପ, ଉପନ୍ୟାସର ରଚୟିତା ଶ୍ରୀମତୀ ମହାନ୍ତି କ୍ଷୁଦ୍ର ନାଟକ ସଙ୍କଳନ ରତ୍ନବର୍ଷା ଓ ଅନ୍ୟାନ୍ୟ ନାଟକ ଏବଂ ଫିଚର୍‌ ସଂକଳନ ପରିବେଶ ଓ ଶିଶୁର ବିକାଶ ପୁସ୍ତକ ପାଇଁ ଲୋକପ୍ରିୟତା ହାସଲ କରିଛନ୍ତି। ରେଡିଓ ଓ ଟେଲିଭିଜନରେ ତାଙ୍କର ଅନେକ ଗଳ୍ପ ପ୍ରସାରିତ ହୋଇଛି। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଊଦ୍ଧର୍‌ବ କାଳ ଧରି ସାହିତ୍ୟ କ୍ଷେତ୍ରରେ କାମ କରି ଆସୁଥିବା କଲମରେ ବେଶ୍‌ ଶକ୍ତିଶାଳୀ ଏହି ଲେଖିକାଙ୍କୁ ତାଙ୍କର ସାରସ୍ବତ ସୃଷ୍ଟି ପାଇଁ ସୁଧନ୍ୟା ଗଳ୍ପ ପୁରସ୍କାର, କାଦମ୍ବିନୀ ଗଳ୍ପ ସମ୍ମାନ, ଅମୃତାୟନ ରଜତ ଜୟନ୍ତୀ ସାରସ୍ବତ ସମ୍ବର୍ଦ୍ଧନା, ଓଡ଼ିଶା ଲେଖିକା ସଂସଦ ଉପନ୍ୟାସ ପୁରସ୍କାର, କେଦାରନାଥ ଗବେଷଣା ପରିଷଦ ଉପନ୍ୟାସ ସମ୍ମାନ, ଏକାମ୍ର ପୁସ୍ତକ ମେଳା ସାରସ୍ବତ ସମ୍ମାନ, ଏହିଭଳି ଅନେକ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ।

– ପ୍ରିୟମ୍ବଦା ରଥ
-ଆର୍‌ କେ ପୁରମ୍‌, ସେକ୍ଟର ୪, ନିଉଦିଲ୍ଲୀ
ମୋ:+୯୧ ୧୧୩୫୭୦୫୮୫୬


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri