ଫିସ୍‌ ବଢାଇଲେ ପ୍ରଭାସ

ବାହୁବଳୀ ଫେମ୍‌ ପ୍ରଭାସ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରନ୍ତି। ଆଜିକାଲି ପ୍ରଭାସ ନିଜର ଆଗାମୀ ଫିଲ୍ମ ‘ଆଦିପୁରୁଷ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ପାଇଁ ପ୍ରଭାସ ଫିସ୍‌ ବୃଦ୍ଧି କରିଛନ୍ତି। ସେ ନିର୍ମାତାଙ୍କୁ ୧୨୦ କୋଟି ଟଙ୍କା ମାଗିଛନ୍ତି। ଏହା ପୂର୍ବରୁ ସେ ୯୦ ରୁ ୧୦୦ କୋଟି ଟଙ୍କା ନେବାର ଥିଲା। କିନ୍ତୁ ସେ ହଠାତ୍‌ ଫଇସ୍‌ ବଢାଇଦେଇଛନ୍ତି। ପ୍ରଭାସଙ୍କ ଏହି ନିଷ୍ପତ୍ତି ନିର୍ମାତାଙ୍କୁ ଏକ ବଡ ଝଟକା ଦେଇଛି। କାରଣ ଫିଲ୍ମ ପାଇଁ ବହୁତ ଶୁଟ ବାକି ଅଛି। ଯଦି ଏହା ସତ ହୁଏ, ତେବେ ପ୍ରଭାସଙ୍କ ବଜେଟ ୨୫ ପ୍ରତିଶତ ବୃଦ୍ଧି ପାଇବ।
ପ୍ରଭାସଙ୍କ ଅଭିନୀତ ଗତ ଦୁଇଟି ଫିଲ୍ମ ଫ୍ଲପ ସାବ୍ୟସ୍ତ ହୋଇଛି। ପ୍ରଥମଟି ୨୦୧୯ରେ ‘ସାହୋ’ ଏବଂ ଦ୍ୱିତୀୟଟି ଚଳିତ ବର୍ଷ ‘ରାଧେ ଶ୍ୟାମ’ ବକ୍ସ ଅଫିସ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି।

Share