ଭାରତରେ ପୁଣିଥରେ ରିଲିଜ୍‌ ହେବ ବାହୁବଳୀ, ବାହୁବଳୀ-୨

ଇତିମଧ୍ୟରେ ଲକ୍‌ଡାଉନ୍‌ ଶେଷ ହୋଇଯାଇଛି। ଲୋକମାନେ ପୁଣିଥରେ ନିଜ ନିଜ କାମରେ ଯୋଗ ଦେଲେଣି। ଦେଶର ଅନେକ ସହରରେ ସିନେମା ହଲ୍‌ ମଧ୍ୟ ଖୋଲିଗଲାଣି। ବଲିଉଡ୍‌ କଳାକାରମାନେ ମଧ୍ୟ ସେମାନଙ୍କର ବାକି ରହିଯାଇଥିବା ଫିଲ୍ମର ଶୁଟିଂରେ ବ୍ୟସ୍ତ ହୋଇଯାଇଛନ୍ତି। ଫିଲ୍ମର ଶୁଟିଂ ଯୋଗୁ କୌଣସି ବଡ଼ ପ୍ରୋଜେକ୍ଟ ରିଲିଜ୍‌ ହେଉ ନାହିଁ। ଏଭଳି ପରିସ୍ଥିତିରେ ବାହୁବଳୀ ପ୍ରଶଂସକଙ୍କ ପାଇଁ ଖୁସି ଖବର। ସେମାନେ ନିଜର ପ୍ରିୟ ଫିଲ୍ମକୁ ପୁଣିଥରେ ବଡ଼ ପରଦାରେ ଦେଖିପାରିବେ।
ଖବର ଅନୁଯାୟୀ, ଆଗାମୀ ଶୁକ୍ରବାର ଫିଲ୍ମ ‘ବାହୁବଳୀ’ ସିନେମା ହଲ୍‌ରେ ରିଲିଜ୍‌ ହେବ। ଏହାର ଆଗାମୀ ଶୁକ୍ରବାର ଅର୍ଥାତ୍‌ ନଭେମ୍ବର ୧୩ରେ ‘ବାହୁବଳୀ-୨’ ରିଲିଜ୍‌ ହେବ। ଏସ୍‌. ଏସ୍‌ ରାଜମୌଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ବାହୁବଳୀ’ ଏବଂ ‘ବାହୁବଳୀ-୨’ରେ ପ୍ରଭାସଙ୍କ ସମେତ ତମନ୍ନା ଭାଟିଆ, ଅନୁଷ୍କା ଶେଟ୍ଟୀ, ସତ୍ୟରାଜ, ରମ୍ୟା କୃଷ୍ଣନନ ଏବଂ ରାଣା ଦଗ୍ଗୁବାତୀ ପ୍ରମୁଖ ରହିଛନ୍ତି। ଏ ନେଇ ବଲିଉଡ୍‌ ନିର୍ମାତା କରଣ ଜୋହର ସୋସିଆଲ ମିଡିଆରେ ପୋଷ୍ଟକରି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦାଙ୍କ ସହ କାହିଁକି ଫିଲ୍ମ କରି ନାହାନ୍ତି ପ୍ରଶ୍ନରେ ଏମିତି ଉତ୍ତର ଦେଲେ କାଜଲ…

ବଲିଉଡ୍‌ ଅଭିନେତ୍ରୀ କାଜଲଙ୍କୁ ଫିଲ୍ମ ‘ତ୍ରିଭଙ୍ଗା’ ରେ ଦେଖିବାକୁ ମିଳିଛି। ପ୍ରାୟ ଦେଢ଼ ଘଣ୍ଟା ଅବଧିର ଏହି ଫିଲ୍ମରେ ସେ ଅନୁରାଧା ଆପ୍ତେ ଚରିତ୍ରରେ ଅଭିନୟ...

କଲେଜ ଗର୍ଲରୁ ଫ୍ରିଡମ ଫାଇଟର ହେଲେ ସାରା

ମୁମ୍ବାଇ: ବଲିଉଡରେ ଏବେ ଜଣେ ଆଗଧାଡିର ନାୟିକା ହେଲେ ସାରା ଅଲି ଖାଁ । ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ...

ରିଲିଜ ହେଲା ‘ଗୁଡବାଏ’ର ଟ୍ରେଲର୍‌; କମେଡି ଆଳରେ ସମ୍ପର୍କର ଗୁରୁତ୍ୱ ବୁଝାଉଛି ଫିଲ୍ମ

ବମ୍ବେ: ରିଲିଜ ହୋଇଛି ମହାନାୟକ ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତା ଅଭିନୀତ ଫିଲ୍ମ ‘ଗୁଡବାଏ’ର ଟ୍ରେଲର। ଫିଲ୍ମରେ ପ୍ରଥମ ଥର ଲାଗି ନୀନା ଅମିତାଭଙ୍କ...

ଶ୍ୱଶୁରଙ୍କ ମୃତ୍ୟୁ ପରେ କାଜଲଙ୍କ ମାଆ ହସ୍ପିଟାଲରେ ଭର୍ତ୍ତି

ଅଜୟ ଦେବଗନ ଏବଂ କାଜଲଙ୍କ ପରିବାରରେ ଖରାପ ସମୟ ପଡ଼ିଛି। ଶ୍ୱଶୁର ବୀରୁ ଦେବଗନଙ୍କ ମୃତ୍ୟୁକୁ ୩ ଦିନ ନ ପୂରୁଣୁ କାଜଲଙ୍କ ମାଆ ଏବେ...

ମଲାଇକା ପିନ୍ଧିଥିବା ଡ୍ରେସ୍‌ର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ଥାନ୍ତି। କେବେବେଳେ ନିଜ ଫିଟ୍‌ନେସ୍‌କୁ ନେଇ ତ ଆଉ କେତେବେଳେ ଅଭିନେତା ଅର୍ଜୁନ କପୁରଙ୍କ ସହ...

ଦୁଇ-ତିନି ବର୍ଷରେ ପିଲା ହେବ, ଏବେ ମୁଁ ନାଁ ବାଛୁଛି: ରଣବୀର ସିଂହ

ବମ୍ବେ: ଫ୍ୟାଶନ ହେଉ ଅବା ଅଭିନୟ, ସବୁକିଛିକୁ ନେଇ ଚର୍ଚ୍ଚାରେ ଥାନ୍ତି ବଲିଉଡ୍‌ ଅଭିନେତା ରଣବୀର ସିଂହ। ଏବେ ସେ ନିଜର ପ୍ରଥମ ରିଆଲିଟି ଶୋ’...

ପ୍ରଥମ ସ୍ତ୍ରୀ ଅମ୍ରିତାଙ୍କ ପ୍ରଶଂସାରେ ସୈଫ୍‌

ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ତାଙ୍କର ପ୍ରଥମ ସ୍ତ୍ରୀ ଅମ୍ରିତାଙ୍କ ପ୍ରଶଂସାରେ ଲାଗିପଡ଼ିଛନ୍ତି। ସେ ହିଁ ତାଙ୍କୁ କାମ କରିବାର ଶୈଳୀ ଶିଖାଇଛନ୍ତି। ନିଜ କାମକୁ...

୧ ମିନିଟରୁ ଅଧିକ ସମୟ ହାତ ଧୋେଇ ଟ୍ରୋଲ ହେଲେ ଏକତା

କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ‘ସେଫ୍‌ ହ୍ୟାଣ୍ଡସ୍‌’ ଚ୍ୟାଲେଞ୍ଜ ଆରମ୍ଭ କରିଛି। ଏହି ଚ୍ୟାଲେଞ୍ଜକୁ ଅଭିନେତ୍ରୀ ଅନୁଷ୍କା ଶର୍ମା, ଦୀପିକା ପାଦୁକୋନଙ୍କ...

Advertisement
Archives

Model This Week