ବିବାଦ ମଧ୍ୟରେ ‘ଆଦିପୁରୁଷ’କୁ ନେଇ ମେକର୍ସଙ୍କ ବଡ ନିଷ୍ପତ୍ତି

ମୁମ୍ବାଇ: ପ୍ରଭାସ ଷ୍ଟାରର ମୁଭି ‘ଆଦିପୁରୁଷ’ ଲଗାତାର ବିବାଦରେ ଫସି ରହୁଥିବାରୁ ଏହାକୁ ଦେଖି ଏବେ ମେକର୍ସ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହାର ବିଏଫଏକ୍ସକୁ ନେଇ ବାରମ୍ବାର ବିରୋଧର ସାମ୍ନା କରୁଥିବା ଫିଲ୍ମର ଟିମ ଏବେ ଏହାର ରିଲିଜ୍‌କୁ ଆଉ କିଛିଦିନ ଆଗକୁ ବଢାଇ ଦେଇଛନ୍ତି । ଏବେ ଏହି ଫିଲ୍ମ ଆସନ୍ତା ବର୍ଷ ଜୁନରେ ରିଲିଜ୍ ହେବ ବୋଲି ଜଣାପଡିଛି ।
ଫିଲ୍ମକୁ ନେଇ ମେକର୍ସ ଏକ ଅଫିସିଆଲ ବୟାନ ଜାରି କରିଛନ୍ତି । ଏଥିରେ କୁହାଯାଇଛି, ‘ଆଦିପୁରୁଷ କେବଳ ଏକ ଫିଲ୍ମ ନୁହେଁ, ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଓ ଆମର ଗୌରବଶାଳୀ ଇତିହାସ ଓ ସଂସ୍କୃତି ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିକ । ଦର୍ଶକଙ୍କୁ ଏକ ଅଦ୍ଭୁତ ଅନୁଭବ ଦେବାକୁ ଆଦିପୁରୁଷ ନିର୍ମାଣ ସହ ଜଡିତ ଲୋକଙ୍କୁ ଆଉ ଟିକେ ଅଧିକ ସମୟ ଦେବାର ଆବଶ୍ୟକତା ରହିଛି । ଆଦିପୁରଷ ଏବେ ଆସନ୍ତା ବର୍ଷ ୧୬ ଜୁନ ୨୦୨୩ରେ ରିଲିଜ୍ ହେବ । ଆମେ ଏମିତି ଏକ ଫିଲ୍ମ ନିର୍ମାଣ କରିବାକୁ ପ୍ରତିବଦ୍ଧ ହୋଇଛି ଯାହାକୁ ନେଇ ସାରା ଭାରତ ଗର୍ବ କରିବ । ଏହି ରାମକାର୍ଯ୍ୟରେ ଆପଣଙ୍କ ସହଯୋଗ, ଭଲ ପାଇବା ଓ ଆଶୀର୍ବାଦ ଆମକୁ ସଦୈବ ପ୍ରେରଣା ଦେଉଛି ଓ ଦେଉଥିବ ।
ସୂଚନାଯୋଗ୍ୟ, ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ୍ ହେବା ପରଠାରୁ ଲଗାତାର ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏଥିରେ ବ୍ୟବାହର କରାଯାଇଥିବା ବିଏଫଏକ୍ସକୁ ନେଇ ଲଗାତାର ବିବାଦ ମୁଣ୍ଡ ଟେକୁଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri