ପ୍ରଭାସଙ୍କ ‘ରାଧେ ଶ୍ୟାମ’ର ନୂଆ ପୋଷ୍ଟର ରିଲିଜ୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ୍‌ ଅପେକ୍ଷାରେ ରହିଛି। ଇତିମଧ୍ୟରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି। ପ୍ରଭାସ ନିଜେ ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଧୂସର ରଙ୍ଗର ସାର୍ଟ ଏବଂ ଚେକ୍‌ ପ୍ୟାଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳୁଛି। ଫଟୋରେ ସେ ହସୁଥିବା ଦେଖାଯାଉଛନ୍ତି। ଅଭିନେତା ପୋଷ୍ଟର ସେୟାର କରି ଲେଖିଛନ୍ତି, ଅନେକ ପର୍ବ, ଗୋଟିଏ ପ୍ରେମ। ଏଥିସହ ପୋଷ୍ଟରରେ ଫିଲ୍ମର ନାମ ଏବଂ ରିଲିଜ୍‌ ତାରିଖ ଜୁଲାଇ ୩୦ ଲେଖାହୋଇଛି।

Share