ଆଇସିୟୁରେ ଥାଇ ଅରିନ୍ଦମଙ୍କୁ ଖୋଜୁଛନ୍ତି ପ୍ରଭାତ : ଭାଇ କେମିତି ଅଛି…

କଟକ ଅଫିସ,୨୫।୯: କଟକ ମୁଣ୍ଡଳି ଜଳ ସ୍ରୋତରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ୍‌ଙ୍କ ସହିତ ଖବର ସଂଗ୍ରହ ପାଇଁ ଓଟିଭି ରିପୋଟର ଅରିନ୍ଦମ ଦାସ ଓ ତାଙ୍କ ସହଯୋଗୀ କ୍ୟାମେରା ମ୍ୟାନ୍‌ ପ୍ରଭାତ ସିହ୍ନା ଯାଇଥିଲେ। ବୋଟ୍‌ଟି ଓଲଟି ପଡ଼ିବାରୁ ଦୁର୍ଘଟଣାରେ ଅରିନ୍ଦମଙ୍କ ଜୀବନ ଚାଲିଯାଇଥିବା ବେଳେ ପ୍ରଭାତ ଗୁରୁତର ହୋଇ ଏବେ କଟକ ବଡ଼ ମେଡିକାଲରେ ଆଇସିୟୁର ୧୩ ନଂ. ବେଡ୍‌ରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଅବସ୍ଥାରେ ପ୍ରଭାତଙ୍କୁ କାଜୁଆଲ୍ଟିରୁ ଆଇସିୟୁକୁ ସ୍ଥାନାନ୍ତର କରାଯିବା ପରେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ । ପରେ ସେ ଖୋଜୁଥିଲେ ସାଥୀ ସାମ୍ବାଦିକ ଅରିନ୍ଦମଙ୍କୁ ସନ୍ଧ୍ୟାରେ ତାଙ୍କ ପାଖକୁ ଦେଖା କରିବାକୁ ଯାଇଥିବା କେତେ ଜଣ ସାମ୍ବାଦିକଙ୍କୁ ସେ କହିଥିଲେ, ମୋର ଆଉ କୌଣସି ଅସୁବିଧା ନାହିଁ। ମୁଁ ଭଲ ଭାବେ ନିଃଶ୍ୱାସ ପ୍ରଶ୍ୱାସ ନେଇ ପାରୁଛି। ହେଲେ ଅରିନ୍ଦମ ଭାଇ ଅବସ୍ଥା କିପରି ଅଛି ବୋଲି ସେ ପଚାରିଥିଲେ। ଆଉ ଏମିତି ଏକ ପ୍ରଶ୍ନର ଉତ୍ତର କାହା ପାଖେ ନ ଥିଲା। ସେ ଜାଣିନାହାନ୍ତି ଯେ ତାଙ୍କ ସହିତ ରିପୋର୍ଟିଂ କରୁଥିବା ସାଥୀ ଅରିନ୍ଦମ ଆଉ ନାହାନ୍ତି। ଯିଏ କହିବ ଆସ ଭାଇ ରିପୋର୍ଟିଂ ରେ ଯିବା ସେ ହାତୀ ଉଠି ଲାଣି କି ନାହିଁ ଖବର ସଂଗ୍ରହ କରିବା।


Enter your email to get our daily news in your inbox.

All Right Reserved By Dharitri.Com

୧୧ ମାସ ପରେ ଖୋଲିଲା ଆଇଆଇଏମ୍‌

ସମ୍ବଲପୁର,୧୧ା୨(ବ୍ୟୁରୋ): ମହାମାରୀ କରୋନା କଟକଣା ପରେ ସମ୍ବଲପୁର ଆଇଆଇଏମ୍‌ ବୁଧବାରଠାରୁ ଖୋଲାଯାଇଛି। ଚଳିତ ଶିକ୍ଷାବର୍ଷ ଓ ପୂର୍ବ ବର୍ଷର କେତେକ ଛାତ୍ରୀଛାତ୍ର କ୍ୟାମ୍ପସ୍‌ରେ ପହଞ୍ଚତ୍ଛନ୍ତି। ପ୍ରତିଷ୍ଠାନ...

୨୬ କର୍ମଚାରୀରେ ସାଇବର ଅପରାଧ ନିୟନ୍ତ୍ରଣ

ଯାଜପୁର ଅଫିସ,୧୨।୧୨: ରାଜ୍ୟରେ ସାଇବର ଅପରାଧ ଅଣାୟତ୍ତ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ୨୦୧୫ରୁ ୨୦୨୧ ସେପ୍ଟେମ୍ବର ୩୦ ମଧ୍ୟରେ ୭୩୩୦ ସାଇବର ଅପରାଧ ପଞ୍ଜୀକୃତ...

ଏମ୍‌ଜିଏନ୍‌ଆରଇଜିଏସ୍‌ରେ କେନ୍ଦ୍ର ଦେଉନି ଅର୍ଥ

ଭଞ୍ଜନଗର,୧୩।୨(ଡି.ଏନ.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଆସିବା ପରଠୁ ବେକାରଙ୍କୁ ଆତ୍ମନିଯୁକ୍ତି ଯୋଗାଇବାରେ ପ୍ରମୁଖ ଯୋଜନା ପାଲଟିଛି । ଏହାଦ୍ୱାରା...

ରାଜ୍ୟରେ ସୁସ୍ଥ ହେଲେ ୧୭୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୩।୧: ରାଜ୍ୟରେ ବୁଧବାର ୧୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ଓଡ଼ିଶାରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୩,୨୮,୬୨୨ରେ ପହଞ୍ଚତ୍ଛି। ସୁନ୍ଦରଗଡ଼...

CORONAVIRUS UPDATE: ୬୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୬୭ କରୋନା ପଜିଟିଭ୍‌ ଚିହ୍ନଟ...

ଏତଲା ରଖି ପୋଲିସ ଚୁପ୍‌

ଝୁମ୍ପୁରା,୯।୨(ଡି.ଏନ.ଏ.) କେନ୍ଦୁଝର ଜିଲା ଝୁମ୍ପୁରା ଓ ବାମେବାରୀ ଥାନା ଅଞ୍ଚଳରେ ଚୋରି ବଢ଼ି ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦ନଂ.ଜାତୀୟ ରାଜପଥ ପାର୍ଶ୍ୱରେ ପାର୍କିଂ କରାଯାଇ...

୪୫୪ ସରକାରୀ ସ୍କୁଲରେ ଶନିବାର ନୋ ବ୍ୟାଗ୍‌ ଡେ: ପୁତିଗୋପାଳପୁର ସ୍କୁଲରୁ ଶୁଭାରମ୍ଭ

ଛତ୍ରପୁର/ବ୍ରହ୍ମପୁର ଅଫିସ, ୮ା୩(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୪୫୪ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍‌ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ...

ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ମାରି ଲୁଟ୍‌

ଭାପୁର,୨୭।୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ଅଧୀନ ଘଟିପିରି କଳାଙ୍ଗ ରାସ୍ତାର ମାଧପୁର ନିକଟରେ ସୋମବାର ଅପରାହ୍ନରେ ଫାଇନାନ୍ସ କର୍ମଚାରୀ ସୁବୋଧ କୁମାର...

Advertisement
Archives

Model This Week