ବଲିଉଡ୍‌ରେ ଡେବ୍ୟୁ କରିବେ ସାଉଥ୍‌ର ଏହି ସୁପରଷ୍ଟାର

ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ବେଲମକୋଣ୍ଡା ସାଈ ଶ୍ରୀନିବାସ ଏସ୍‌ ରାଜମୌଲୀଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସଙ୍କ ଅଭିନୀତ ମେଗା ହିଟ୍‌ ଫିଲ୍ମ ‘ଛତ୍ରପତି’ର ରିମେକ୍‌ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପେନ୍‌ ଷ୍ଟୁଡିଓ ଦ୍ୱାରା ନିର୍ଦ୍ଦେଶିତ ଏହି ବଲିଉଡ୍‌ ଫିଲ୍ମର ନିର୍ମାଣ ଦାୟିତ୍ୱରେ ରହିଛନ୍ତି ଡକ୍ଟର ଜୟନ୍ତୀଲାଲ ଗଡ଼ା। ଏହି ଫିଲ୍ମ ପାଇଁ ବେଲମକୋଣ୍ଡା ସାଇନ୍‌ କରିସାରିଥିବା ଜଣାପଡ଼ିଛି। ତେବେ ତାଙ୍କ ବିପକ୍ଷରେ କିଏ ଅଭିନେତ୍ରୀ ହେବେ ତାହା ଜଣାପଡ଼ି ନାହିଁ।

ବେଲମକୋଣ୍ଡା ୨୦୧୪ ମସିହାରେ ସୁପରଡିଟ୍‌ ଆକ୍ସନ ଫିଲ୍ମ ‘ଆଲୁଦୁ ସେନୁ’େ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଖୁବ୍‌ ସମୟ ମଧ୍ୟରେ ସେ ତେଲୁଗୁ ସିନେମାର ସୁପରଷ୍ଟାର ହୋଇଗଲେ।

Share