ଏକାଠି ନଜର ଆସିବେ ପ୍ରଭାସ ଓ ଦୀପିକା

ମୁମ୍ବାଇ: ଫିଲ୍ମ ‘କେ’କୁ ନେଇ ଷ୍ଟାର୍‌ମାନଙ୍କ ନାମ ଆଗୁଆ ଘୋଷଣା କରାଯାଇଛି। ଏଥିରେ ଅମିତାଭ ବଚ୍ଚନ, ପ୍ରଭାସ-ଦୀପିକା ପ୍ରମୁଖ ନଜର ଆସିବେ। ତେବେ ମଲ୍ଟି ଷ୍ଟାରର ଫିଲ୍ମରେ ପ୍ରଥମଥର ପାଇଁ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି ପ୍ରଭାସ ଓ ଦୀପିକା। ଏହାର ଶୁଟିଂ ଆରମ୍ଭ ହେବ ନଭେମ୍ବରରୁ। ନିର୍ଦ୍ଦେଶକ ନାଗ୍‌ ଅଶ୍ୱିନଙ୍କ ଅନୁଯାୟୀ, ୨୦୨୨ ସୁଦ୍ଧା ଫିଲ୍ମର ନିର୍ମାଣ କାର୍ଯ୍ୟ ଶେଷ ହେବ।

Share