ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସରେ ସୋମବାର କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଜପତି ଜିଲା ଗୁମ୍ମା ଗ୍ରାମର ଭଲିବଲ ଟିମ ପ୍ରତିପକ୍ଷ ପାଣିଗଣ୍ଡା ଗ୍ରାମର ଭଲିବଲ ଟିମକୁ ଲଗାତାର ୨ ସେଟରେ ପରାଜିତ କରି ପରବର୍ତ୍ତୀ ମ୍ୟାଚକୁ ଉନ୍ନୀତ ହୋଇଛି। ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ନାମେଣ୍ଟର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚକୁ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। କ୍ରୀଡା ଶିକ୍ଷକ ଅମ୍ବିକା ପ୍ରସାଦ ସେଠୀ, କାଉନସିଲର ଦୀପକ କୁମାର ମିଶ୍ର, ସୁନୀଲ କୁମାର ପଣ୍ଡା,କାଉନସିଲର ପ୍ରତିନିଧି ରଞ୍ଜିତ ବେହେରା, ଇ.ଶଙ୍କର,ସାମାଜିକ କର୍ମୀ ରବୀନ୍ଦ୍ର ମାର୍ଥା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଟୁର୍ନାମେଣ୍ଟ ଆୟୋଜକ ଅର୍ଦ୍ଦୁ . ଗୋବିନ୍ଦଙ୍କ ସଂଯୋଜନାରେ ଆୟୋଜିତ ମ୍ୟାଚ ଉଦଘାଟନୀ କାର୍ଯ୍ୟକ୍ରମରେ ଟୁର୍ନାମେଣ୍ଟ ପରିଚାଳନା କମିଟି ସଭାପତି ଶିବଶଙ୍କର ମହାଙ୍କୁଡ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଏ . ସାକିଲି , ବାରିକ ବେହେରା , ଲୋକନାଥ ପାଣିଗ୍ରାହୀ ,ପ୍ରମୁଖ ଉପସ୍ଥିତ ଥିଲେ। ଗୋବିନ୍ଦ ନାୟକ ରେଫେରି ଭାବେ ମ୍ୟାଚ ପରିଚାଳନା କରିଥିବା ବେଳେ ପାଣିଗଣ୍ଡା ଭଲିବଲ ଟିମର ଜିମି ନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା। ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ ସନାତନ ରେଡ୍ଡୀ,ବୈକୁଣ୍ଠ ନାଥ ସ୍ବାଇଁଙ୍କ ସମେତ ସଭ୍ୟ ବୃନ୍ଦ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ।


