ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ: ଗଜପତିର ଗୁମ୍ମା ଟିମ ଚାମ୍ପିୟନ, ଟ୍ରଫି ସହ ମିଳିଲା ଏତେ ଟଙ୍କା

ଦିଗପହଣ୍ଡି, ୫।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୭ମ ଦିବସ ରବିବାର ଫାଇନାଲ ମ୍ୟାଚରେ ଗଜପତି ଜିଲାର ଗୁମ୍ମା ଗ୍ରାମ ଭଲିବଲ ଟିମ ପ୍ରତିପକ୍ଷ ବ୍ରହ୍ମପୁରର ପାୱାର ସିକ୍ସ ଭଲିବଲ ଟିମକୁ ପରାଜିତ କରି ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତି ୧୨ଟାରେ ସରିଥିଲା। ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ନାମେଣ୍ଟର ଉଦ୍‌ଯାପନ ଉତ୍ସବରେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁମ୍ମା ଗ୍ରାମର ଚାମ୍ପିୟନ ଟିମକୁ ୩୩୩୩୩ ଟଙ୍କା ଓ କପ ସିଲ୍ଡ ପ୍ରଦାନ କରିଥିଲେ। ରନର୍ସଅପ ହୋଇଥିବା ପାୱାର ସିକ୍ସ ଟିମକୁ ଅନ୍ୟତମ ଅତିଥି ତଥା ଟୁର୍ନାମେଣ୍ଟ ଆୟୋଜକ କମିଟି ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ ୨୨୨୨୨ ଟଙ୍କା ଓ କପ ସିଲ୍ଡ ପ୍ରଦାନ କରିଥିଲେ। ସମୁଦାୟ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି କନ୍ଧମାଳ ଜିଲା ବାରଖମାର ବିଟୁ ଓରଫ ଢାମଣା ନାୟକଙ୍କୁ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା କାଉନସିଲର ଦୀପକ କୁମାର ମିଶ୍ର ରୌପ୍ୟମୁଦ୍ରା ସହ ଏକ ନୂଆ ସାଇକେଲ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ରୂପେ ବରିଷ୍ଠ କ୍ରୀଡାବିତ ଦୁର୍ଗାପ୍ରସାଦ ଦାସ , ସାମାଜିକ କର୍ମୀ ଗଣେଶ ବ୍ରହ୍ମା , ଗଡ଼ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ସାହୁ , କାଉନସିଲର ନୀଳମାଧବ ଗୌଡ଼ ପ୍ରମୁଖ ଯୋଗଦେଇ ଉଭୟ ଟିମ ର ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଆୟୋଜକ କମିଟି ସଭ୍ୟ ବୈକୁଣ୍ଠନାଥ ସ୍ବାଇଁ , ରଞ୍ଜିତ ବେହେରା , ନରେନ୍ଦ୍ର ସାହୁ , ଆର୍‌ . ମୁନା , ଶିବରୁଦ୍ର ନାୟକ , ସନାତନ ରେଡ୍ଡୀ , ଶଙ୍କର ମହାରଣା , ହୃଦୟ ନନ୍ଦ , କାଳିଆ ରେଡ୍ଡୀ , ରବିନ୍ଦ୍ର ମାର୍ଥା , ସମ୍ବୁଜ ଦଳାଇ , ସରୋଜ ଦଳାଇ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସମୟ ଖେଳିବାକୁ ନେଇ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଆଣ୍ଠେଇଦେଲେ ନବମ ଶ୍ରେଣୀ ଛାତ୍ର, ଭିଡିଓ ଭାଇରାଲ ପରେ…

ଉଦଳା ,୨୮।୨(ସନ୍ତୋଷ କୁମାର ବାଛିନୀ), ହଷ୍ଟେଲରେ ସୀମା ଟପିଲେ ବଡ଼ ଶ୍ରେଣୀର ଛାତ୍ର। ତଳ ଶ୍ରେଣୀ ଛାତ୍ରଙ୍କୁ କରିଲେ ରାଗିଙ୍ଗ୍‌ । ଖେଳ ସମୟରେ ହଷ୍ଟେଲର ୩…

ଏତେ କୋଟି ଟଙ୍କାର ସୁନା ପିନ୍ଧିଥିଲେ ରଶ୍ମିକା-ବିଜୟ , ମୂଲ୍ୟ ଶୁଣିଲେ ଉଡିଜିବ ହୋସ୍‌

ମୁମ୍ବାଇ: ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଅଭିନନ୍ଦନ…

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି…

ମାନସିକ ସ୍ବାସ୍ଥ୍ୟ: ୬୦ତମ ସ୍ଥାନରେ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୮ା୨: ମାନସିକ ସ୍ବାସ୍ଥ୍ୟ ମାପକାଠି (ଏମ୍‌ଏଚ୍‌କ୍ୟୁ) ସ୍କୋରରେ ଭାରତୀୟ ଯୁବବର୍ଗ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ୮୪ଟି ଦେଶକୁ ନେଇ କରାଯାଇଥିବା ବୈଶ୍ୱିକ ସ୍ବାସ୍ଥ୍ୟ ଅଧ୍ୟୟନରେ ଭାରତୀୟ ଯୁବପିଢ଼ି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri