ବଣ୍ଟା ହେବ କ୍ଷମତା, ବଦଳିବ ପ୍ରଶାସନିକ ଢାଞ୍ଚା: ମନ୍ତ୍ରୀଙ୍କ କ୍ଷମତା କାର୍ଯ୍ୟକାରୀ କରିବେ ସଚିବ

ଭୁବନେଶ୍ୱର,୪ା୬(ରବିନାରାୟଣ ଜେନା):ସରକାରୀ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ପ୍ରଶାସନିକ ଢାଞ୍ଚାରେ କେତେକ ପରିବର୍ତ୍ତନ କରାଯିବ। କ୍ଷମତାର ମଧ୍ୟ ବିକେନ୍ଦ୍ରୀକରଣ ହେବ। ଏପରି କି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଗଣଙ୍କ ଉପରେ ଥିବା ଦାୟିତ୍ୱକୁ ଏପାଖସେପାଖ କରାଯିବ। ଆଗାମୀ ଦିନରେ କାର୍ଯ୍ୟର ଭାର ଯେପରି ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ନ ରହିବ ଏବଂ ସରକାରଙ୍କ ପକ୍ଷରୁ ତ୍ୱରିତ୍‌ ପଦକ୍ଷେପ ନିଆଯାଇପାରିବ, ତାହାକୁ ଦୃଷ୍ଟିରେ ରଖାଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଯୁକ୍ତି ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ସଚିବଙ୍କ ଭୂମିକା ପୂର୍ବରୁ ନ ଥିବାବେଳେ ଏବେ ସେମାନଙ୍କୁ ସମ୍ପୃୃକ୍ତ କରାଯିବ। ଅର୍ଥାତ୍‌ ସଚିବମାନେ ମନ୍ତ୍ରୀଙ୍କ କ୍ଷମତା ନିର୍ବାହ କରିବେ ବୋଲି ଜଣାପଡ଼ିଛି। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତିକୁ ଆଧାର କରି ମେ’ ୨୮ରେ ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ସଚିବ ମଧୁସ୍ମିତା ସାମଲ ସବୁ ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଇଛନ୍ତି।
ସଂପ୍ରତି ରାଜ୍ୟ ସରକାରରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ନିଯୁକ୍ତି ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ଗ୍ରୁପ୍‌-ବି’ ଅଧିକାରୀଙ୍କଠାରୁ ଗ୍ରୁପ୍‌-ଏ’ ଅଧିକାରୀ(ପାହ୍ୟା-୧୨ ତଥା ଅନୁସଚିବ)ଙ୍କ ପର୍ଯ୍ୟନ୍ତ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ହିଁ ନିଷ୍ପତ୍ତି ନେଉଛନ୍ତି। ସେହିପରି ଗ୍ରୁପ୍‌-ଏ’(ପାହ୍ୟା-୧୨)ଠାରୁ ତଦୂର୍ଦ୍ଧ୍ୱ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଏବଂ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉଛନ୍ତି। ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉପରେ କାର୍ଯ୍ୟଭାର ବଢ଼ିଚାଲିଛି। ଏମିତି କି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଗଦା ଗଦା ଫାଇଲ ପଡ଼ି ରହିଛି। ଏହି ଚାପରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତକରିବା ଲାଗି କ୍ଷମତାରେ ପରିବର୍ତ୍ତନ କରାଯିବ।
ତଦନୁଯାୟୀ, ସମ୍ପୃକ୍ତ ବିଭାଗର ସଚିବମାନେ ନିଯୁକ୍ତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କର୍ତ୍ତୃପକ୍ଷ ଭାବେ ଦାୟିତ୍ୱରେ ରହିବେ। ପୂର୍ବରୁ ବିଭାଗୀୟ ମନ୍ତ୍ରୀମାନେ ଯେପରି ଗ୍ରୁପ୍‌-ବି’ ଅଧିକାରୀଙ୍କଠାରୁ ଗ୍ରୁପ୍‌-ଏ’ ଅଧିକାରୀ(ପାହ୍ୟା-୧୨ ତଥା ଅନୁସଚିବ)ଙ୍କ ନିଯୁକ୍ତି ଏବଂ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ନେଉଥିଲେ, ଏବେ ଉକ୍ତ ଦାୟିତ୍ୱ ସମ୍ପୃକ୍ତ ବିଭାଗ ସଚିବ ନିର୍ବାହ କରିବେ।
ଅନ୍ୟପକ୍ଷରେ ସମ୍ପୃକ୍ତ ବିଭାଗ ମନ୍ତ୍ରୀ ଗ୍ରୁପ୍‌-ଏ’(ପାହ୍ୟା-୧୨ରୁ ତଦୂର୍ଦ୍ଧ୍ୱ)ବର୍ଗର ଚାକିରିଆଙ୍କଠାରୁ ଆରମ୍ଭ କରି ଗ୍ରୁପ୍‌-ଏ’(ପାହ୍ୟା-୧୪ ବା ଯୁଗ୍ମସଚିବ)ଙ୍କ ପର୍ଯ୍ୟନ୍ତ ନିଯୁକ୍ତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବେ। ହେଲେ ମୁଖ୍ୟମନ୍ତ୍ରୀ କେବଳ ଗ୍ରୁପ୍‌-ଏ(ପାହ୍ୟା-୧୪)ବର୍ଗଙ୍କଠାରୁ ଊର୍ଦ୍ଧ୍ୱ ବର୍ଗଙ୍କ ନିଯୁକ୍ତି ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବେ। ଏନେଇ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସରକାରଙ୍କ ଅନୁମୋଦନ ଆଣିବା ପରେ ଏହି ପ୍ରକ୍ରିୟାରେ ପ୍ରଶାସନିକ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ମେ’ ୯ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କ୍ୟାବିନେଟ୍‌ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶନାମା ଜାରି ହୋଇଥିଲା। ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେନ୍ଦ୍ର କୁମାର ନିର୍ଦ୍ଦେଶନାମାରେ ଦର୍ଶାଇଥିଲେ ଯେ, ଏଣିକି କ୍ୟାବିନେଟ୍‌ ବୈଠକରେ ସଚିବମାନେ ବସି ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri