ବଣ୍ଟା ହେବ କ୍ଷମତା, ବଦଳିବ ପ୍ରଶାସନିକ ଢାଞ୍ଚା: ମନ୍ତ୍ରୀଙ୍କ କ୍ଷମତା କାର୍ଯ୍ୟକାରୀ କରିବେ ସଚିବ

ଭୁବନେଶ୍ୱର,୪ା୬(ରବିନାରାୟଣ ଜେନା):ସରକାରୀ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ପ୍ରଶାସନିକ ଢାଞ୍ଚାରେ କେତେକ ପରିବର୍ତ୍ତନ କରାଯିବ। କ୍ଷମତାର ମଧ୍ୟ ବିକେନ୍ଦ୍ରୀକରଣ ହେବ। ଏପରି କି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଗଣଙ୍କ ଉପରେ ଥିବା ଦାୟିତ୍ୱକୁ ଏପାଖସେପାଖ କରାଯିବ। ଆଗାମୀ ଦିନରେ କାର୍ଯ୍ୟର ଭାର ଯେପରି ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ନ ରହିବ ଏବଂ ସରକାରଙ୍କ ପକ୍ଷରୁ ତ୍ୱରିତ୍‌ ପଦକ୍ଷେପ ନିଆଯାଇପାରିବ, ତାହାକୁ ଦୃଷ୍ଟିରେ ରଖାଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଯୁକ୍ତି ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ସଚିବଙ୍କ ଭୂମିକା ପୂର୍ବରୁ ନ ଥିବାବେଳେ ଏବେ ସେମାନଙ୍କୁ ସମ୍ପୃୃକ୍ତ କରାଯିବ। ଅର୍ଥାତ୍‌ ସଚିବମାନେ ମନ୍ତ୍ରୀଙ୍କ କ୍ଷମତା ନିର୍ବାହ କରିବେ ବୋଲି ଜଣାପଡ଼ିଛି। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତିକୁ ଆଧାର କରି ମେ’ ୨୮ରେ ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ସଚିବ ମଧୁସ୍ମିତା ସାମଲ ସବୁ ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଇଛନ୍ତି।
ସଂପ୍ରତି ରାଜ୍ୟ ସରକାରରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ନିଯୁକ୍ତି ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ଗ୍ରୁପ୍‌-ବି’ ଅଧିକାରୀଙ୍କଠାରୁ ଗ୍ରୁପ୍‌-ଏ’ ଅଧିକାରୀ(ପାହ୍ୟା-୧୨ ତଥା ଅନୁସଚିବ)ଙ୍କ ପର୍ଯ୍ୟନ୍ତ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ହିଁ ନିଷ୍ପତ୍ତି ନେଉଛନ୍ତି। ସେହିପରି ଗ୍ରୁପ୍‌-ଏ’(ପାହ୍ୟା-୧୨)ଠାରୁ ତଦୂର୍ଦ୍ଧ୍ୱ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଏବଂ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉଛନ୍ତି। ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉପରେ କାର୍ଯ୍ୟଭାର ବଢ଼ିଚାଲିଛି। ଏମିତି କି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଗଦା ଗଦା ଫାଇଲ ପଡ଼ି ରହିଛି। ଏହି ଚାପରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତକରିବା ଲାଗି କ୍ଷମତାରେ ପରିବର୍ତ୍ତନ କରାଯିବ।
ତଦନୁଯାୟୀ, ସମ୍ପୃକ୍ତ ବିଭାଗର ସଚିବମାନେ ନିଯୁକ୍ତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କର୍ତ୍ତୃପକ୍ଷ ଭାବେ ଦାୟିତ୍ୱରେ ରହିବେ। ପୂର୍ବରୁ ବିଭାଗୀୟ ମନ୍ତ୍ରୀମାନେ ଯେପରି ଗ୍ରୁପ୍‌-ବି’ ଅଧିକାରୀଙ୍କଠାରୁ ଗ୍ରୁପ୍‌-ଏ’ ଅଧିକାରୀ(ପାହ୍ୟା-୧୨ ତଥା ଅନୁସଚିବ)ଙ୍କ ନିଯୁକ୍ତି ଏବଂ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ନେଉଥିଲେ, ଏବେ ଉକ୍ତ ଦାୟିତ୍ୱ ସମ୍ପୃକ୍ତ ବିଭାଗ ସଚିବ ନିର୍ବାହ କରିବେ।
ଅନ୍ୟପକ୍ଷରେ ସମ୍ପୃକ୍ତ ବିଭାଗ ମନ୍ତ୍ରୀ ଗ୍ରୁପ୍‌-ଏ’(ପାହ୍ୟା-୧୨ରୁ ତଦୂର୍ଦ୍ଧ୍ୱ)ବର୍ଗର ଚାକିରିଆଙ୍କଠାରୁ ଆରମ୍ଭ କରି ଗ୍ରୁପ୍‌-ଏ’(ପାହ୍ୟା-୧୪ ବା ଯୁଗ୍ମସଚିବ)ଙ୍କ ପର୍ଯ୍ୟନ୍ତ ନିଯୁକ୍ତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବେ। ହେଲେ ମୁଖ୍ୟମନ୍ତ୍ରୀ କେବଳ ଗ୍ରୁପ୍‌-ଏ(ପାହ୍ୟା-୧୪)ବର୍ଗଙ୍କଠାରୁ ଊର୍ଦ୍ଧ୍ୱ ବର୍ଗଙ୍କ ନିଯୁକ୍ତି ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବେ। ଏନେଇ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସରକାରଙ୍କ ଅନୁମୋଦନ ଆଣିବା ପରେ ଏହି ପ୍ରକ୍ରିୟାରେ ପ୍ରଶାସନିକ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ମେ’ ୯ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କ୍ୟାବିନେଟ୍‌ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶନାମା ଜାରି ହୋଇଥିଲା। ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେନ୍ଦ୍ର କୁମାର ନିର୍ଦ୍ଦେଶନାମାରେ ଦର୍ଶାଇଥିଲେ ଯେ, ଏଣିକି କ୍ୟାବିନେଟ୍‌ ବୈଠକରେ ସଚିବମାନେ ବସି ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?