Posted inଜାତୀୟ

ଶକ୍ତିଶାଳୀ ପାସ୍‌ପୋର୍ଟ ତାଲିକା: ଏହି ସ୍ଥାନରେ ଅଛି ଭାରତ

ନୂଆଦିଲ୍ଲୀ,୨୩ା୭:ହେନ୍‌ଲେ ପାସ୍‌ପୋର୍ଟ ସୂଚକାଙ୍କ-୨୦୨୫ (କ୍ୱାର୍ଟର ୨)ରେ ଭାରତର ସ୍ଥିତିରେ ଉନ୍ନତି ଘଟିଛି। ଚଳିତ ସୂଚକାଙ୍କରେ ଭାରତ ୮ ସ୍ଥାନ ଉପରକୁ ଉଠି ୭୭ତମ ସ୍ଥାନରେ ପହଞ୍ଚିଛି। ୬ ମାସ ତଳେ ହେନ୍‌ଲେ ପକ୍ଷରୁ ଜାରି କରାଯାଇଥିବା ସୂଚକାଙ୍କରେ ଭାରତର ପାସ୍‌ପୋର୍ଟ ୮୫ତମ ସ୍ଥାନରେ ଥିଲା। ଏହି ସୂଚକାଙ୍କ ଅନୁଯାୟୀ, ଭାରତୀୟ ପାସ୍‌ପୋର୍ଟଧାରୀ ବିନା ଭିଜାରେ କିମ୍ବା ଭିଜା ଅନ୍‌ ଆରାଇଭାଲ ସୁବିଧା ସହ ବିଶ୍ୱର ୫୯ ଦେଶକୁ ସମ୍ପ୍ରତି ଭ୍ରମଣ କରିପାରୁଛନ୍ତି। ଗତ ଜାନୁଆରୀରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଭାରତୀୟ ପାସ୍‌ପୋର୍ଟଧାରୀ ବିନା ଭିଜାରେ ୫୭ ଦେଶକୁ ଯାତ୍ରା କରିପାରୁଥିଲେ। ଥାଇଲାଣ୍ଡ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ଭୁଟାନ, ନେପାଳ ଆଦି ପର୍ଯ୍ୟଟନ ବହୁଳ ଦେଶଗୁଡ଼ିକୁ ଭାରତୀୟମାନେ ବିନା ଭିଜାରେ ଯାତାୟାତ କରିପାରୁଥିବା ବେଳେ ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ୍‌ ପରି ଦେଶକୁ ଯିବା ପାଇଁ ଭାରତୀୟଙ୍କୁ ଭିଜା ଆବେଦନ କରିବାକୁ ପଡ଼ୁଛି। ଏହି ସୂଚକାଙ୍କ ଅନୁଯାୟୀ, ସିଙ୍ଗାପୁରର ପାସ୍‌ପୋର୍ଟ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସ୍‌ପୋର୍ଟ। ସମ୍ପ୍ରତି ସିଙ୍ଗାପୁରର ନାଗରିକମାନେ ବିନା ଭିଜାରେ ୧୯୩ ଦେଶକୁ ଯାତ୍ରା କରିପାରୁଛନ୍ତି। ଜାପାନ ଏବଂ ଦକ୍ଷିଣ କୋରିଆ ଏହି ସୂଚକାଙ୍କରେ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଉଭୟ ଦେଶର ଲୋକେ ବିନା ଭିଜାରେ ୧୯୦ ଦେଶକୁ ଭ୍ରମଣ କରିପାରୁଛନ୍ତି। ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଡେନ୍‌ମାର୍କ, ଫିନ୍‌ଲାଣ୍ଡ, ଆୟର୍ଲାଣ୍ଡ, ସ୍ପେନ୍‌ ପରି ୟୁରୋପୀୟ ସଂଘର ୭ ଦେଶ ଏହି ସୂଚକାଙ୍କରେ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସବୁ ଦେଶଗୁଡ଼ିକର ଜନସାଧାରଣ ବିନା ଭିଜାରେ ୧୮୯ ଦେଶକୁ ଯାତାୟାତ କରିପାରୁଛନ୍ତି। ଆଫଗାନିସ୍ତାନର ପାସ୍‌ପୋର୍ଟ ସବୁଠାରୁ ଦୁର୍ବଳ ହୋଇଥିବା ଏହି ରିପୋର୍ଟ କହିଛି। ଆଫଗାନିସ୍ତାନର ନାଗରିକମାନେ ବିନା ଭିଜାରେ ସମ୍ପ୍ରତି କେବଳ ୨୫ ଦେଶକୁ ଭ୍ରମଣ କରିପାରୁଛନ୍ତି। ତେବେ ଆମେରିକା ଏବଂ ବ୍ରିଟେନ୍‌ର ପାସ୍‌ପୋର୍ଟ ସାମାନ୍ୟ ଦୁର୍ବଳ ହୋଇଥିବା ଏହି ରିପୋର୍ଟ କହିଛି। ଏକଦା ଶକ୍ତିଶାଳୀ ପାସ୍‌ପୋର୍ଟ ଭାବେ ପରିଚିତ ଥିବା ଆମେରିକା ଏବଂ ବ୍ରିଟେନ୍‌ ଏହି ସୂଚକାଙ୍କରେ ଯଥାକ୍ରମେ ୧୦ମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି। ବ୍ରିଟେନ୍‌ର ଜନସାଧାରଣ ବିନା ଭିଜାରେ ୧୮୬ ଦେଶ ଏବଂ ଆମେରିକାର ଜନସାଧାରଣ ୧୮୨ ଦେଶ ଭ୍ରମଣ କରିପାରୁଛନ୍ତି। ହେନ୍‌ଲେ ପକ୍ଷରୁ ଜାରି କରାଯାଉଥିବା ସୂଚକାଙ୍କରେ ଗତ ୧୦ ବର୍ଷ ମଧ୍ୟରେ ଆମେରିକା ୮ ସ୍ଥାନ ତଳକୁ ଖସିଥିବା ବେଳେ ବ୍ରିଟେନ୍‌ ୫ ସ୍ଥାନ ତଳକୁ ଖସିଛି। ୧୦ ବର୍ଷ ମଧ୍ୟରେ ଭେନଜୁଆଲାର ପାସପୋର୍ଟ ସର୍ବାଧିକ ୧୫ ସ୍ଥାନ ତଳକୁ ଖସି ସଦ୍ୟ ସୂଚକାଙ୍କରେ ୪୫ତମ ସ୍ଥାନରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri