ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଡିଭିଜନ-୨ ଗ୍ରୀଡରୁ ୧୧କେଭି ଟେଲିଫୋନ ଏକ୍ସଚେଞ୍ଜ ଫିଡର୍ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶୁକ୍ରବାର ଟିପିଡବ୍ଲୁଓଡିଏଲ ଘୋଷଣା କରିଥିଲା। ତେବେ ଶନିବାର ବର୍ଷାପାଗ ଲାଗି ରହିଥିବାରୁ ଏହି ଘୋଷଣାକୁ ଶନିବାର ସକାଳୁ ବାତିଲ କରିଦିଆଯାଇଛି। ଫଳରେ ବିଦ୍ୟୁତ ସେବା ବନ୍ଦ ରହିବ ନାହିଁ ଏବଂ ପୂର୍ବଭଳି ସ୍ବାଭାବିକ ରହିବ ବୋଲି ସୂଚନା ଦିଆଯାଇଛି।
ଏଠାରେ ଉଲ୍ଲେଖନୀୟ, ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବରଗଡ଼ ସହରସ୍ଥିତ ଏସପି ଅଫିସ ଓ ମୁଖ୍ୟ ରାସ୍ତା ଅଞ୍ଚଳ, ସିଭିଲ କୋର୍ଟ ଅଞ୍ଚଳ, ସରକାରୀ ବସଷ୍ଟାଣ୍ଡ, ମହିଳା ମହାବିଦ୍ୟାଳୟ, ଗୌଡ଼ପଡ଼ା, ଥାନାଛକ, ମହାନ୍ତିପଡ଼ା, ହାଟପଦା, ଧର୍ମଶାଳା, କାଳୀ ମନ୍ଦିର, ମିନି ଷ୍ଟାଡିୟମ, କଲେଜ ରୋଡ, ରଙ୍ଗରପଡ଼ା, ଟିଏଫ କଲେଜ ଗଳି, ଆରଏମ ପଣ୍ଡା ଗଳି, ଗଜାନନ କମ୍ପ୍ଲେକ୍ସ, ମୀରା ହୋଟେଲ ପଛ ପାର୍ଶ୍ୱ, ଗୋବିନ୍ଦପାଲି ରୋଡ, ଶକ୍ତି ନଗର ଅଞ୍ଚଳ, ମିନି ଷ୍ଟାଡିୟମ ପଛ ପାର୍ଶ୍ୱ, ଷ୍ଟେଟ ବ୍ୟାଙ୍କ ଅଞ୍ଚଳ, ଜର୍ଜ ହାଇସ୍କୁଲ ଅଞ୍ଚଳ, ଶିବାନନ୍ଦ ନଗର ଅଞ୍ଚଳ, ଲୁଲୁ ଡାକ୍ତର ଗଳି, ଗୁହାଳ ପଡ଼ା, ମହାରାଜା କଲୋନୀ, ସରକାରୀ ବସ ଷ୍ଟାଣ୍ଡ ସମ୍ମୁଖ ମୁଖ୍ୟ ରାସ୍ତା, ମହାରାଜା ହୋଟେଲ, ଗୌରୀ ଶଙ୍କର ମନ୍ଦିର ଅଞ୍ଚଳ, ସେଲଟେକ୍ସ ଅଞ୍ଚଳ, ପୋଲିସ କଲୋନୀ, ଜେଲ ଅଞ୍ଚଳ, ଲେଙ୍ଗୁ ମିଶ୍ର ଚୌକ, ହସ୍ପିଟାଲ ରୋଡ, ସରକାରୀ ହସ୍ପିଟାଲ, ମିଶ୍ର କମ୍ପ୍ଲେକ୍ସ, ବିଶି ପଡ଼ା ଅଞ୍ଚଳ, ବଙ୍ଗାଳୀ ପଡ଼ା, ଗୋକୁଳ ଧାମ, ବ୍ରହ୍ମକୁମାରୀ, ଖଜୁରଟିକ୍ରା ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବ ବୋଲି ଟିପି ଡବ୍ଲୂଓଡିଏଲ ପକ୍ଷରୁ ସୂଚନା ଦେଇଥିଲା। ଏବେ ପୂର୍ବ ଘୋଷଣାକୁ ବାତିଲ କରିଦିଆ ଯାଇଥିବା ଯୋଗୁ ବିଦ୍ୟୁତ ସେବା ସ୍ବାଭାବିକ ରହିବ।