ବିପଦ ବଢ଼ାଉଛି ବିଦ୍ୟୁତ୍‌ ଫାଶ

ଖମାର,୧୯ା୧୧ (ଡି.ଏନ.ଏ.): ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଉଛି ବିଦ୍ୟୁତ୍‌ ତାର। ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ପଡ଼ି ପ୍ରାଣ ହରାଉଛନ୍ତି ବନ୍ୟଜନ୍ତୁ। କୁଟୁରା, ବାର୍‌ହା, ଶମ୍ବର ଆଦି ଜଙ୍ଗଲୀ ଜନ୍ତୁଙ୍କ ପାଇଁ ବସାଯାଉଥିବା ଏହି ବିଦ୍ୟୁତ୍‌ ଫାଶ ଅନେକ ସମୟରେ ଐତିହ୍ୟ ପ୍ରାଣୀ ହାତୀ ପାଇଁ ମଧ୍ୟ ବିପଦ ସାଜୁଛି। ବେଳେ ବେଳେ ମଣିଷ ବି ଆଘାତପ୍ରାପ୍ତ ହେଉଛି। ଅନୁଗୋଳ ଜିଲା ଖମାର ବନାଞ୍ଚଳରେ ଏପରି ଭାବେ ଶିକାରୀ ସକ୍ରିୟ ଥିଲେ ବି ନୀରବ ବସିଛି ବନ ବିଭାଗ। ଫଳରେ ବଢ଼ୁଥିବା ବିଦ୍ୟୁତ୍‌ ବିପଦ ଯୋଗୁ ଜଙ୍ଗଲକୁ ଯିବାକୁ ଭୟ କରୁଛନ୍ତି ଅଞ୍ଚଳବାସୀ।
ଦେବଗଡ଼ ବନଖଣ୍ଡ ଅଧୀନରେ ରହିଛି ଅନୁଗୋଳ ଜିଲା ଖମାର ରେଞ୍ଜ। ଏହି ରେଞ୍ଜରେ ଅଛି ଖମାର, ନୂଆଗାଁ ଓ ସହର ଗୁରୁଜାଙ୍ଗ ବିଟ୍‌। ଏଠାରେ ୩ ଫରେଷ୍ଟରଙ୍କ ସହ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ହେଲେ ଜଙ୍ଗଲ ଓ ଜଙ୍ଗଲୀ ଜନ୍ତୁଙ୍କୁ ଉପଯୁକ୍ତ ସୁରକ୍ଷା ମିଳିପାରୁ ନ ଥିବା ଅଭିଯୋଗ ହେଉଛି। ଏପରି କି ରେଞ୍ଜରେ ଥିବା ବିଭିନ୍ନ ଜଙ୍ଗଲରେ ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବିଦ୍ୟୁତ୍‌ ତାର ବିଛାଇ ଏମାନେ ବନ୍ୟଜନ୍ତୁ ଶିକାର କରୁଥିବା ବହୁଳ ଭାବେ ଦେଖିବାକୁ ମିଳୁଛି। କିନ୍ତୁ ବନ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ କରାଯାଉ ନ ଥିବାରୁ ଧୀରେ ଧୀରେ ଶିକାରୀମାନେ ଗ୍ରାମାଞ୍ଚଳ ଜଙ୍ଗଲଗୁଡ଼କୁ ମଧ୍ୟ ଟାର୍ଗେଟ୍‌ କରୁଛନ୍ତି। ଫଳରେ ଧାନ, ଆଖୁ ଓ ପରିବା ଫସଲ ଖାଇବାକୁ ଗ୍ରାମାଭିମୁଖୀ ହେଉଥିବା ହାତୀ ଏହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ସେହିପରି ଗଁା ନିକଟ ଜଙ୍ଗଲକୁ ଯାଉଥିବା ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ଏହି ବିଦ୍ୟୁତ୍‌ ଫାଶ ଭୟର କାରଣ ହୋଇଛି। ଏହାଛଡ଼ା ଏହି ଫାଶ ଯୋଗୁ ଗଁା ଗୁଡ଼ିକରେ ବିଦ୍ୟୁତ୍‌ ବିଭ୍ରାଟ ଘଟୁଛି। ଏ ନେଇ ରେଞ୍ଜ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କାଠ ମାଫିଆ ଓ ଶିକାରୀଙ୍କୁ ଧରିବାକୁ ସେମାନେ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ହେଲେ ବନ ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ଏପରି କି ଜଙ୍ଗଲରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉ ନାହିଁ। କାଠ ମାଫିଆ କି ଶିକାରୀଙ୍କ ଗତିବିଧି ଉପରେ ନଜର ରଖିବା ଦିଗରେ ଆଗ୍ରହ ପ୍ରକାଶ କରାଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।

ଖୋଲାରେ ବିକ୍ରି ହେଉଛି ବନ୍ୟଜନ୍ତୁ ମାଂସ
ଶିକାରୀମାନେ ଜଙ୍ଗଲରେ ନିୟମିତ ବିଦ୍ୟୁତ୍‌ ଫାଶ ବସାଇ ବନ୍ୟଜନ୍ତୁ ଶିକାର କରୁଛନ୍ତି। ଏହାର ମାଂସ ଖୋଲାଖୋଲି ବିକ୍ରି କରୁଛନ୍ତି। ହେଲେ ବନ ବିଭାଗ ପକ୍ଷରୁ ସେମାନଙ୍କୁ ଧରାଯାଉ ନାହିଁ କି କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଦିଗରେ ପଦକ୍ଷେପ ନିଆଯାଉ ନାହିଁ।
-ବଳରାମ ସାହୁ, ଶଙ୍ଖମୁର

ଗ୍ରାମାଞ୍ଚଳରେ ହେଉଛି ବିଦ୍ୟୁତ୍‌ ବିଭ୍ରାଟ
ଶିକାରୀମାନେ ବିଛାଉଥିବା ବିଦ୍ୟୁତ୍‌ ତାର ପାଇଁ ଅନେକ ସମୟରେ ଗଁାଗୁଡ଼ିକରେ ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଉଛି। ଏହାକୁ ଠିକ୍‌ କରିବାକୁ ଜଙ୍ଗଲକୁ ଯାଉଥିବା କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି। ବନ ବିଭାଗର ଏ ନୀରବତା ଆଗକୁ ଅଧିକ ବିପଦ ସୃଷ୍ଟି କରିବ।
-ଗୋପବନ୍ଧୁ ସାହୁ, ଓଡସ

ଶିକାରୀଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି
ବିଦ୍ୟୁତ୍‌ ବିଭାଗ ଓ ବନ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରୁଛନ୍ତି। ଶିକାରୀଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି। ବିଦ୍ୟୁତ୍‌ ତାର ଦ୍ୱାରା ବନ୍ୟଜନ୍ତୁ ଶିକାର ନେଇ ଏଯାବତ ବଳିଷ୍ଠ ପ୍ରମାଣ ମିଳିନାହିଁ। ସେଥିପାଇଁ କାହାରିକୁ ଗିରଫ କରାଯାଇ ନାହିଁ। ଆଗକୁ ଚଢ଼ାଉକୁ ଜୋର୍‌ଦାର କରାଯିବ।
-ଚନ୍ଦ୍ରଶେଖର ଗଡ଼ନାୟକ, ରେଞ୍ଜର, ଖମାର


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri