ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ

ସମ୍ବଲପୁର,୧ା୭(ବ୍ୟୁରୋ): ଟିପିଡବ୍ଲ୍ୟୁଓଡିଏଲ୍‌ ନିରବଚ୍ଛିନ ବିଦ୍ୟୁତ୍‌ ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରୁଛି। ଏହିକ୍ରମରେ ଓଭରହେଡ କେବୁଲକୁ ମଜବୁତ କରିବା ସକାଶେ ଝାରସୁଗୁଡ଼ା ଓ ରାଉରକେଲାରେ ୧୩୨/୩୩ କାର୍ଯ୍ୟ କରାଯିବ। ତେଣୁ ୨ ଜୁଲାଇରେ ବିଦ୍ୟୁତ୍‌ ସରବରାହ ଝାରସୁଗୁଡା ଓ ରାଉରକେଲାର କିଛି ଅଂଶ ପ୍ରଭାବିତ ହେବ। ଝାରସୁଗୁଡା ମୁଖ୍ୟ କ୍ଷେତ୍ରଗୁଡିକରେ ମୁଚିବାହାଲ, ଗୋବିନ୍ଦପୁର, ଝାରସୁଗୁଡା, ଧୁଲୁଣ୍ଡା, ଲଖନପୁର, ବନ୍ଧବାହାଲ, ବ୍ରଜଜନଗର ଏବଂ ରାଉରକେଲା ଅଞ୍ଚଳରେ ହେମଗିର, ବିଲେଇମୁଣ୍ଡା, ସରଗିପାଲି, ଡର୍ଲିପାଲି, ଗୁଲଥା, ତୁମାପାଲି, ଲେଫ୍ରିପାଡା, ଗରଜନବାଲ ଅଞ୍ଚଳ ପ୍ରଭାବିତ ହେବ। ଉପଭୋକ୍ତାମାନେ ସହଯୋଗ କରିବାକୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି।