ପ୍ରଧାନମନ୍ତ୍ରୀ ହେଲେ ସପ୍ତାହକରେ ଶକ୍ତି ସଙ୍କଟର ସମାଧାନ

ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼ରେ ଆଗୁଆ ଥିବା ୪୭ ବର୍ଷୀୟା ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ସପ୍ତାହକ ମଧ୍ୟରେ ଶକ୍ତିସଙ୍କଟର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ୧୯୭୫ରେ ଅକ୍ସଫୋର୍ଡରେ ଜନ୍ମିତ ମେରି ଏଲିଜାବେଥ୍‌ ଟ୍ରସ୍‌ଙ୍କ ପ୍ରତିଦ୍ୱନ୍ଦ୍ୱିତା ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ରୁଷି ସୁନକଙ୍କ ସହ ହେଉଛି। ଶୁକ୍ରବାର ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ମଙ୍ଗଳବାର ଫଳାଫଳ ନେଇ ଆନୁଷ୍ଠାନିକ ଘୋଷଣା କରାଯିବ। ଏହା ପୂର୍ବରୁ ଉଭୟ ପ୍ରତିଦ୍ୱନ୍ଦ୍ୱୀ ଦେଶରେ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟର ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏକ ସାକ୍ଷାତ୍‌କାରରେ ବହିର୍ବ୍ୟାପାର ମନ୍ତ୍ରୀ ଟ୍ରସ୍‌ କହିଛନ୍ତି, ବ୍ରିଟେନ୍‌ ଅର୍ଥନୀତି ଓ ଲୋକଙ୍କ ପାଇଁ ଏନର୍ଜୀ ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବିଜୟୀ ଘୋଷଣା ହେବାର ସପ୍ତାହେ ଭିତରେ ଏହାର ସମାଧାନ ଲାଗି ତାଙ୍କ ପାଖରେ ବ୍ଲ୍ୟୁ ପ୍ରିଣ୍ଟ ରହିଛି।

Share