ଦାରିଦ୍ର୍ୟ: ୨୦ ହଜାରରେ ଶିଶୁକନ୍ୟା ବିକ୍ରି

ରାୟଗଡ଼ା/ଜେକେପୁର,୨୦।୧୧ (ଆଶିଷ ରଞ୍ଜନ ପଣ୍ଡା/ରାଜେଶ ବିଶ୍ୱାଳ):ଦାରିଦ୍ର୍ୟ ଯୋଗୁ ମାତ୍ର ୨୦ ହଜାର ଟଙ୍କାରେ ନିଜର ନବଜାତ ଶିଶୁକନ୍ୟାକୁ ବିକ୍ରିକଲେ ମା’ବାପା। ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲା ପାର୍ବତୀପୁରମ୍‌ ଅଞ୍ଚଳର ଏକ ଦମ୍ପତି ଏହି ଶିଶୁକନ୍ୟାକୁ କିଣିନେଇଥିବା ସୂଚନା ମିଳିଛି। ଶିଶୁ ମଙ୍ଗଳ କମିଟିର ସଦସ୍ୟମାନେ ମଙ୍ଗଳବାର ନୂଆପଡ଼ା ବସ୍ତିରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଶିଶୁକନ୍ୟାକୁ ନେଇଥିବା ଦମ୍ପତିଙ୍କୁ ଫୋନ୍‌ରେ ଯୋଗାଯୋଗକରି ବୁଧବାର ସୁଦ୍ଧା ପିଲାକୁ ଧରି ସିଡବ୍ଲ୍ୟୁସିରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଗତ ୩ ତାରିଖରେ ନୂଆପଡ଼ା ବସ୍ତିର କୁମୁଦ ଗାଣ୍ଟା ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁକନ୍ୟା ଜନ୍ମଦେଇଥିଲେ। ପୂର୍ବରୁ ସେମାନଙ୍କର ଏକ ୩ ବର୍ଷର ଶିଶୁକନ୍ୟା ରହିଛି। ପରିବାର ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଏବଂ ଏବେ ଆଉ ଏକ ଶିଶୁକନ୍ୟା ଜନ୍ମହେବା ପରେ ଉଭୟ ମା’ କୁମୁଦ ଓ ବାପା ରାହୁଲ ଧନବେଡ଼ା ପିଲାଙ୍କ ଲାଳନପାଳନ ପାଇଁ ଚିନ୍ତାରେ ପଡ଼ିଥିଲେ। ଏହାପରେ ମଧ୍ୟସ୍ଥଙ୍କ ସହାୟତାରେ ଶିଶୁକନ୍ୟାକୁ ମାନ୍ୟମ ଜିଲା ଅନ୍ତର୍ଗତ ପେଦାପେଙ୍କି ଗ୍ରାମର କେ. ରାଜଶେଖରଙ୍କ ହାତକୁ ଟେକିଦେଇଥିଲେ। ଶିଶୁକନ୍ୟାକୁ ନେବା ପରେ ରାଜଶେଖର ଓ ତାଙ୍କ ସ୍ତ୍ରୀ ମାତ୍ର ୨୦ ହଜାର ଟଙ୍କା ଦେଇଥିଲେ ବୋଲି ରାହୁଲ କହିଛନ୍ତି। ନୂଆପଡ଼ା ବସ୍ତିରେ ରହୁଥିବା ରାହୁଲ ଟ୍ରକ୍‌ ହେଲ୍‌ପର ଭାବେ କାର୍ଯ୍ୟକରି ମାସିକ ୧,୫୦୦ ଟଙ୍କା ରୋଜଗାର କରନ୍ତି। ଅନ୍ୟପଟେ ଆମର ରାଶନକାର୍ଡ ନ ଥିବାରୁ ପିଡିଏସ୍‌ ଚାଉଳ ମଧ୍ୟ ମିଳୁନାହିଁ। ସ୍ବଳ୍ପ ରୋଜଗାରରେ ପରିବାର ଚଳାଇବା କଷ୍ଟକର ହୋଇପଡିଥିବାରୁ ନିଜ କନ୍ୟାସନ୍ତାନକୁ ଅନ୍ୟ ହାତରେ ଟେକିିଦେଇଥିବା ରାହୁଲ କହିଛନ୍ତି। ଗତ ୧୧ ତାରିଖରେ ରାଜଶେଖର ଦମ୍ପତି ନୋଟାରି ମାଧ୍ୟମରେ ବୁଝାମଣାକରି ଶିଶୁକନ୍ୟାକୁ ପୌଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି। କୋର୍ଟ ପେପରରେ ଲିଖିତ ଚୁକ୍ତି ମଧ୍ୟ ହୋଇଛି। ତେବେ ନୋଟାରି ମାଧ୍ୟମରେ ବୁଝାମଣା କରି ପୌଷ୍ୟସନ୍ତାନ ଗ୍ରହଣ କରିବା ପାଇଁ ନିୟମ ନ ଥିବା ବେଳେ ଦମ୍ପତି ଜଣକ କିଭଳି ଶିଶୁକନ୍ୟାକୁ ଗ୍ରହଣକଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିଶୁ ସୁରକ୍ଷା ବିଭାଗର (ଆଇନ ପରିବେଶ) ନିରାକାର ପାଢ଼ୀ, ଶିଶୁ ମଙ୍ଗଳ କମିଟି ସଦସ୍ୟା ପ୍ରିୟଦର୍ଶିନୀ ମହାକୁଡ, ସତ୍ୟପ୍ରିୟା ପ୍ରଧାନ ପ୍ରମୁଖ ତଦନ୍ତ କରିଛନ୍ତି। ଏନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀଙ୍କୁ ପଚାରିବାରୁ ଖବରପାଇବା ପରେ ସିଡବ୍ଲ୍ୟୁସି ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି ଏବଂ ତଦନ୍ତ ଶେଷ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri