Categories: ମେଟ୍ରୋ

ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଅଟୋଚାଳକ, ଆଜି ବୁଜିଲେ ଆଖି

ଭୁବନେଶ୍ୱର,୨୨ା୧୧: ପାରିବାରିକ କଳହ ଯୋଗୁ ରାଜଧାନୀର ବଡ଼ଗଡ଼ ଥାନା କେସୁରା ଗାଁର ଲକ୍ଷ୍ମଣ ପ୍ରଧାନଙ୍କ ବୁଧବାର ଏମ୍ସ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମଙ୍ଗଳବାର ଲକ୍ଷ୍ମଣ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଲକ୍ଷ୍ମଣ କିଛି ଦିନ ତଳେ ନିଜ ଶ୍ବଶୁର ଘର ଜମି ବିକି ୩୨ ଲକ୍ଷ ଟଙ୍କା ଧାରରେ ଆଣିଥିଲେ। ନିଜେ ଅଟୋ ଚଳାନ୍ତି ହେଲେ ରାତି ହେଲେ ସାଙ୍ଗମାନଙ୍କ ପିଛାରେ ଲକ୍ଷାଧିକ ଟଙ୍କା ଉଡ଼ାଉଥିଲେ। ଏହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହୁଥିଲା ବୋଲି ସ୍ଥାନୀୟ ଲୋକେ କୁହନ୍ତି। ତେବେ ପୋଲିସ ଘଟଣାର ତଦନ୍ତ କଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ।