କୁକୁଡ଼ା ଫାର୍ମ ପ୍ରଦୂଷଣ ବିବାଦ ବଢ଼ିଲା

ଭାପୁର, ୩।୪ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ସଦର ବ୍ଲକ ମହୁଲପୁଞ୍ଜି ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଶୁକ୍ରବାର ଅଞ୍ଚଳବାସୀ, ଫାର୍ମ ମାଲିକ ଏବଂ ପ୍ରଶାସନ ମଧ୍ୟରେ ତ୍ରିପାକ୍ଷିକ ବୈଠକ ବସିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଜିଲାପାଳ ଏଥିରେ ହସ୍ତକ୍ଷେପ ନ ଗଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ଫାର୍ମ ଯୋଗୁ ପ୍ରଦୂଷଣ ବଢୁଛି। ଦୁର୍ଗନ୍ଧରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଏପରି କି ସମସ୍ୟାର ସମାଧାନ ନ ହେଲେ ପଞ୍ଚାୟତ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ। ମତଦାନ ଦିନ ଜିଲାପାଳ ଘଟଣାରେ ହସ୍ତକ୍ଷେପ କରିବା ସହିତ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେବା ପରେ ଭୋଟଦାନ ପ୍ରକ୍ରିୟା ସ୍ବାଭାବିକ ହୋଇଥିଲା। ତେବେ ଜିଲାପାଳଙ୍କ ପ୍ରତିଶ୍ରୁତିକୁ ମାସେ ବିତିଥିବାବେଳେ କୁକୁଡ଼ା ଫାର୍ମ ହଟାଇବା ଦିଗରେ କୌଣସି ପଦକ୍ଷେପ ନିଆଗଲାନାହିଁ। ଏହାକୁ ନେଇ ପୁଣି ଅସନ୍ତୋଷ ତେଜିବା ପରେ ଶୁକ୍ରବାର ଅପରାହ୍ନରେ ଗ୍ରାମ ଯାତ୍ରା ପଡ଼ିଆରେ ତହସିଲଦାର ଅନୁପମା ମୁର୍ମୁଙ୍କ ଅଧ୍ୟକ୍ଷତାରେ ଗ୍ରାମବାସୀ, ଫାର୍ମ ମାଲିକ, ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ, ସିଡିଭିଓ ଏବଂ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ହେଲେ ଗ୍ରାମବାସୀ ଏବଂ ଫାର୍ମ ମାଲିକ ନିଜ ଜିଦ୍‌ରେ ଅଟଳ ରହିବାକୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଜିଲା ପ୍ରଶାସନ ପକ୍ଷରୁ ଏହାର ସମାଧାନ କରା ନ ଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri