ପେଟ ଚିନ୍ତାରେ କୁମ୍ଭକାର ପରିବାର

ଖଇରା, ୨।୧: କାହାର ଅଷ୍ଟପ୍ରହର ନାମଯଜ୍ଞ ହେଉ କି ବିବାହ ବ୍ରତ ଭଳି ଶୁଭକର୍ମ ହେଉ ଏଭଳି ସମୟରେ ଦରକାର ପଡେ ମାଟି ପାତ୍ର। ବୈଶାଖ ମାସ ଆରମ୍ଭ ନ ହେଉଣୁ ଥଣ୍ଡା ପାଣି ପାଇଁ ଖୋଜାପଡେ ସୁରେଇ। ଏହି ମାଟି ପାତ୍ର କଥା ଉଠିବା ମାତ୍ରେ ଲୋକେ ବାଲେଶ୍ୱର ଜିଲା ଖଇରା ବଜାରଠାରୁ ଅନ୍ୟୁନ ୨କି.ମି. ଦୂର ବଟେଶ୍ୱର ଗ୍ରାମର କୁମ୍ଭାର ସାହିକୁ ଛୁଟି ଯାଇଥାନ୍ତି। ଯିଏ ଯାହାର ମନ ପସନ୍ଦର ମାଟି ତିଆରି ଜିନିଷ ପାଇଁ ଅଗ୍ରୀମ ଦେଇଯାନ୍ତି। ହେଲେ ପ୍ଲାଷ୍ଟିକ ଓ ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁ ପ୍ରତିକୂଳ ପରିସ୍ଥିତିର ସାମ୍‌ନା କରିବାକୁ ପଡୁଛି ଏହି ସମ୍ପ୍ରଦାୟର ପରିବାରକୁ। ବହୁ ପରିବାର ଏହି ପରିସ୍ଥିତିରେ ନିଜକୁ ଖାପଖୁଆଇ ନ ପାରି ବୃତ୍ତିକୁ ଛାଡି ଅନ୍ୟ ଧନ୍ଦାରେ ମାତିଥିବା ବେଳେ ୫ ପରିବାର ବାପା ଜେଜେବାପା ଶିଖାଇ ଦେଇଯାଇଥିବା ମାଟି ଜିନିଷ ତିଆରି କୌଳିକ ବୃତ୍ତିକୁ ଛାଡି ପାରିନାହାନ୍ତି। କୋଭିଡ ସମୟରେ ମାଟିରେ ତିଆରି ସାମଗ୍ରୀ ବିକ୍ରିବଟା ନ ଥିବା ବେଳେ କେହି କାଣି କଉଡିଟିଏ ସହାୟତା ଦେଇନାହାନ୍ତି। ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଖଇରା ତଥା ଆଖପାଖ ଅଞ୍ଚଳକୁ ମାଟିପାତ୍ର ଯୋଗାଉଥିବା ଏହି ପରିବାର ବୃତ୍ତି ଛାଡିବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି।
ମହତୀପୁର ପଞ୍ଚାୟତ ଅଧୀନ ବଟେଶ୍ୱର କୁମ୍ଭାରସାହି ମାଟିପାତ୍ରର ସ୍ବତନ୍ତ୍ର ଚାହିଦା ରହିଛି। ୩୦ କି ୪୦ବର୍ଷ ପୂର୍ବେ ୨୫ରୁ ଊର୍ଦ୍ଧ୍ୱ ପରିବାର ମାଟି ତିଆରି ହାଣ୍ଡି, ସୁରେଇ, କଳସୀ, ସରା ଆଦି ବିକି ଦୈନିକ ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ଧୀରେ ଧୀରେ ପ୍ଳାଷ୍ଟିକ ଜିନିଷ ଉଦ୍ଭାବନ ହେବା ସହ ଆଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ସାମଗ୍ରୀ କମ୍‌ଦାମ୍‌ରେ ବଜାରରେ ବିଭିନ୍ନ ସରଞ୍ଜମ ମିଳୁଛି। ଫଳରେ ମାଟିପାତ୍ର ଜିନିଷର ବ୍ୟବହାର କମିଯାଇଥିଲା। ପରିବାର ଚଳାଇବା କଷ୍ଟ ହେବାରୁ ଅନେକ ପରିବାର ବୃତ୍ତିକୁ ଛାଡିବାକୁ ବାଧ୍ୟ ହୋଇଥିଲେ। ଏବେ ଏମାନଙ୍କ ମଧ୍ୟରୁ ଡମ୍ବରୁଧର ବେହେରା, ଅନାମ ବେହେରା, ମହେନ୍ଦ୍ର ବେହେରା, ଗୋବିନ୍ଦ ବେହେରା, ଜଗବନ୍ଧୁ ବେହେରା ଆଜି ବି ପାରମ୍ପରିକ ବୃତ୍ତିକୁ ଜାବୁଡି ଧରିଛନ୍ତିି। ପରିଶ୍ରମ ଅନୁସାରେ ମୂଲ୍ୟ ମିଳୁ ନ ଥିଲେ ବି ପୂର୍ବପିଢିର ବୃତ୍ତିକୁ ଛାଡି ପାରୁ ନ ଥିବା ଭାଗବତ ବେହେରା କହିଛନ୍ତି। ଏମାନଙ୍କ ପାଇଁ ସରକାରୀ ପକ୍କା ଗୃହ ସ୍ବପ୍ନ ହୋଇଯାଇଥିବା ବେଳେ ଗୋଟିଏ ନଳକୂପରେ ପାନୀୟଜଳ ସମସ୍ୟା ମେଣ୍ଟିପାରୁନାହିଁ। ପ୍ରତ୍ୟେକ ପରିବାରକୁ ନିର୍ମାଣ ଶ୍ରମିକକାର୍ଡ ଖଣ୍ଡେ ଖଣ୍ଡେ ମିଳିଥିଲେ ହେଁ ଏଯାବତ୍‌ ସାମାନ୍ୟତମ ସୁବିଧା ମିଳିପାରିନାହିଁ। ସାଧାରଣତଃ ଯେଉଁ ସ୍ଥାନ(କୁମ୍ଭାରଶାଳ)ରେ ମାଟିପାତ୍ର ପୋଡାଯାଇଥାଏ ସେହି ଘରଟି ଅଗ୍ନି ନିର୍ବାପକ ହେବା କଥା। ହେଲେ ଉପରୋକ୍ତ ପରିବାରଗୁଡିକ ବିପଜ୍ଜନକ ଭାବେ ଛପର ଘରେ ନିଆଁରେ ମାଟିପାତ୍ର ପୋଡୁଥିଲେ ବି ଘର ଖଣ୍ଡେ ତିଆରି ପାଇଁ ସରକାରୀ ସ୍ତରରେ କିଛି ପ୍ରକାର ସୁବିଧା ଦିଆଯାଇନାହିଁ। ଯେଉଁମାନେ ପଞ୍ଚାୟତକୁ ଦୌଡି ଧରାଧରି କରିପାରୁଛନ୍ତି କେବଳ ସେହିମାନଙ୍କୁ ସୁବିଧା ମିଳୁଛି ବୋଲି ଗ୍ରାମର ଗୋବିନ୍ଦ ବେହେରା ଅଭିଯୋଗ କରିଛନ୍ତି।

(ଉତ୍କଳବନ୍ଧୁ ପଣ୍ଡା)


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri