ପେଟ ଚିନ୍ତାରେ କୁମ୍ଭକାର ପରିବାର

ଖଇରା, ୨।୧: କାହାର ଅଷ୍ଟପ୍ରହର ନାମଯଜ୍ଞ ହେଉ କି ବିବାହ ବ୍ରତ ଭଳି ଶୁଭକର୍ମ ହେଉ ଏଭଳି ସମୟରେ ଦରକାର ପଡେ ମାଟି ପାତ୍ର। ବୈଶାଖ ମାସ ଆରମ୍ଭ ନ ହେଉଣୁ ଥଣ୍ଡା ପାଣି ପାଇଁ ଖୋଜାପଡେ ସୁରେଇ। ଏହି ମାଟି ପାତ୍ର କଥା ଉଠିବା ମାତ୍ରେ ଲୋକେ ବାଲେଶ୍ୱର ଜିଲା ଖଇରା ବଜାରଠାରୁ ଅନ୍ୟୁନ ୨କି.ମି. ଦୂର ବଟେଶ୍ୱର ଗ୍ରାମର କୁମ୍ଭାର ସାହିକୁ ଛୁଟି ଯାଇଥାନ୍ତି। ଯିଏ ଯାହାର ମନ ପସନ୍ଦର ମାଟି ତିଆରି ଜିନିଷ ପାଇଁ ଅଗ୍ରୀମ ଦେଇଯାନ୍ତି। ହେଲେ ପ୍ଲାଷ୍ଟିକ ଓ ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁ ପ୍ରତିକୂଳ ପରିସ୍ଥିତିର ସାମ୍‌ନା କରିବାକୁ ପଡୁଛି ଏହି ସମ୍ପ୍ରଦାୟର ପରିବାରକୁ। ବହୁ ପରିବାର ଏହି ପରିସ୍ଥିତିରେ ନିଜକୁ ଖାପଖୁଆଇ ନ ପାରି ବୃତ୍ତିକୁ ଛାଡି ଅନ୍ୟ ଧନ୍ଦାରେ ମାତିଥିବା ବେଳେ ୫ ପରିବାର ବାପା ଜେଜେବାପା ଶିଖାଇ ଦେଇଯାଇଥିବା ମାଟି ଜିନିଷ ତିଆରି କୌଳିକ ବୃତ୍ତିକୁ ଛାଡି ପାରିନାହାନ୍ତି। କୋଭିଡ ସମୟରେ ମାଟିରେ ତିଆରି ସାମଗ୍ରୀ ବିକ୍ରିବଟା ନ ଥିବା ବେଳେ କେହି କାଣି କଉଡିଟିଏ ସହାୟତା ଦେଇନାହାନ୍ତି। ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଖଇରା ତଥା ଆଖପାଖ ଅଞ୍ଚଳକୁ ମାଟିପାତ୍ର ଯୋଗାଉଥିବା ଏହି ପରିବାର ବୃତ୍ତି ଛାଡିବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି।
ମହତୀପୁର ପଞ୍ଚାୟତ ଅଧୀନ ବଟେଶ୍ୱର କୁମ୍ଭାରସାହି ମାଟିପାତ୍ରର ସ୍ବତନ୍ତ୍ର ଚାହିଦା ରହିଛି। ୩୦ କି ୪୦ବର୍ଷ ପୂର୍ବେ ୨୫ରୁ ଊର୍ଦ୍ଧ୍ୱ ପରିବାର ମାଟି ତିଆରି ହାଣ୍ଡି, ସୁରେଇ, କଳସୀ, ସରା ଆଦି ବିକି ଦୈନିକ ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ଧୀରେ ଧୀରେ ପ୍ଳାଷ୍ଟିକ ଜିନିଷ ଉଦ୍ଭାବନ ହେବା ସହ ଆଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ସାମଗ୍ରୀ କମ୍‌ଦାମ୍‌ରେ ବଜାରରେ ବିଭିନ୍ନ ସରଞ୍ଜମ ମିଳୁଛି। ଫଳରେ ମାଟିପାତ୍ର ଜିନିଷର ବ୍ୟବହାର କମିଯାଇଥିଲା। ପରିବାର ଚଳାଇବା କଷ୍ଟ ହେବାରୁ ଅନେକ ପରିବାର ବୃତ୍ତିକୁ ଛାଡିବାକୁ ବାଧ୍ୟ ହୋଇଥିଲେ। ଏବେ ଏମାନଙ୍କ ମଧ୍ୟରୁ ଡମ୍ବରୁଧର ବେହେରା, ଅନାମ ବେହେରା, ମହେନ୍ଦ୍ର ବେହେରା, ଗୋବିନ୍ଦ ବେହେରା, ଜଗବନ୍ଧୁ ବେହେରା ଆଜି ବି ପାରମ୍ପରିକ ବୃତ୍ତିକୁ ଜାବୁଡି ଧରିଛନ୍ତିି। ପରିଶ୍ରମ ଅନୁସାରେ ମୂଲ୍ୟ ମିଳୁ ନ ଥିଲେ ବି ପୂର୍ବପିଢିର ବୃତ୍ତିକୁ ଛାଡି ପାରୁ ନ ଥିବା ଭାଗବତ ବେହେରା କହିଛନ୍ତି। ଏମାନଙ୍କ ପାଇଁ ସରକାରୀ ପକ୍କା ଗୃହ ସ୍ବପ୍ନ ହୋଇଯାଇଥିବା ବେଳେ ଗୋଟିଏ ନଳକୂପରେ ପାନୀୟଜଳ ସମସ୍ୟା ମେଣ୍ଟିପାରୁନାହିଁ। ପ୍ରତ୍ୟେକ ପରିବାରକୁ ନିର୍ମାଣ ଶ୍ରମିକକାର୍ଡ ଖଣ୍ଡେ ଖଣ୍ଡେ ମିଳିଥିଲେ ହେଁ ଏଯାବତ୍‌ ସାମାନ୍ୟତମ ସୁବିଧା ମିଳିପାରିନାହିଁ। ସାଧାରଣତଃ ଯେଉଁ ସ୍ଥାନ(କୁମ୍ଭାରଶାଳ)ରେ ମାଟିପାତ୍ର ପୋଡାଯାଇଥାଏ ସେହି ଘରଟି ଅଗ୍ନି ନିର୍ବାପକ ହେବା କଥା। ହେଲେ ଉପରୋକ୍ତ ପରିବାରଗୁଡିକ ବିପଜ୍ଜନକ ଭାବେ ଛପର ଘରେ ନିଆଁରେ ମାଟିପାତ୍ର ପୋଡୁଥିଲେ ବି ଘର ଖଣ୍ଡେ ତିଆରି ପାଇଁ ସରକାରୀ ସ୍ତରରେ କିଛି ପ୍ରକାର ସୁବିଧା ଦିଆଯାଇନାହିଁ। ଯେଉଁମାନେ ପଞ୍ଚାୟତକୁ ଦୌଡି ଧରାଧରି କରିପାରୁଛନ୍ତି କେବଳ ସେହିମାନଙ୍କୁ ସୁବିଧା ମିଳୁଛି ବୋଲି ଗ୍ରାମର ଗୋବିନ୍ଦ ବେହେରା ଅଭିଯୋଗ କରିଛନ୍ତି।

(ଉତ୍କଳବନ୍ଧୁ ପଣ୍ଡା)


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri