ଫ୍ୟାଶନେବଲ୍‌ ପୋଟ୍‌ଲି ବ୍ୟାଗ୍‌

ପାର୍ଟି ଫଙ୍କ୍‌ସନଗୁଡ଼ିକରେ ଟ୍ରାଡିଶ୍‌ନାଲ ହେଉ ଅବା ଏଥିନିକ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ହାତରେ ହ୍ୟାଣ୍ଡବ୍ୟାଗ୍‌ କିମ୍ବା କ୍ଲଚ୍‌ ନ ଧରିଲେ ଲୁକ୍‌ କେମିତି ଫିକା ଫିକା ଲାଗିଥାଏ। ଆଜିକାଲି ତ ପୋଟ୍‌ଲି ବ୍ୟାଗ୍‌ର ଫ୍ୟାଶନ ବି ଆସିଗଲାଣି। ଏହାର ଅନେକ ଭେରାଇଟି ମଧ୍ୟ ମିଳିଲାଣି, ଯାହାକୁ ଟ୍ରାଏ କରି ଯୁବତୀମାନେ ଗର୍ଜିୟସ୍‌ ଲୁକ୍‌ ପାଇବା ସହ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ବି କରିପାରିବେ…

ଇଣ୍ଡୋ ଓ୍ବେଷ୍ଟର୍ନ ଡ୍ରେସ୍‌ ସହ ପୋଟ୍‌ଲି: କେବଳ ଏଥିନିକ୍‌ ଡ୍ରେସ୍‌ କାହିଁକି ଆପଣ ଚାହିଁଲେ ଇଣ୍ଡୋ ଓ୍ବେଷ୍ଟର୍ନ ଡ୍ରେସ୍‌ ସହିତ ମଧ୍ୟ ପୋଟ୍‌ଲି ବ୍ୟାଗ୍‌କୁ କ୍ୟାରି କରିପାରିବେ। ଖାସ୍‌କରି ଏହି ଡ୍ରେସ୍‌ ସହିତ ମ୍ୟାଚିଂ କରି ଗୋଲ୍ଡେନ୍‌ ହେଉ କିମ୍ବା ସିଲ୍‌ଭର୍‌ କଲର୍‌ର ପୋଟ୍‌ଲି ବ୍ୟାଗ୍‌ ଟ୍ରାଏ କଲେ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ।

ପିଙ୍କ୍‌ ପୋଟ୍‌ଲି: ବାହଘର ପାର୍ଟିରେ ଯଦି ଆପଣଙ୍କର ଶାଢି କିମ୍ବା କୌଣସି ହେଭି ସୁଟ୍‌ ପିନ୍ଧିବାର ପ୍ଲାନିଂ ଥାଏ, ତା’ହେଲେ ଏହା ସହିତ ମ୍ୟାଚିଂ କରି ଆପଣ ଯେ କୌଣସି ଟ୍ରାଡିଶ୍‌ନାଲ ପୋଟ୍‌ଲି ବ୍ୟାଗ୍‌ ଟ୍ରାଏ କରିପାରିବେ। ବିଶେଷ କରି ପିଙ୍କ୍‌ କଲର୍‌ର ପୋଟ୍‌ଲି ବ୍ୟାଗ୍‌କୁ ବାହାଘର ପାର୍ଟିରେ କ୍ୟାରି କଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।

ଲାଇଟ୍‌ କଲର୍‌ର ପୋଟ୍‌ଲି: ଅଧିକାଂଶ ସମୟରେ ଦେଖାଯାଏ, ପ୍ରି-ଓ୍ବେଡିଂ ଫଙ୍କ୍‌ସନ ପ୍ରାୟତଃ ଦିନବେଳା ହିଁ ହୋଇଥାଏ। ଦିନବେଳା ହେଉଥିବା ଏହି ଫଙ୍କ୍‌ସନରେ ଆପଣ ଚାହିଁଲେ ଲାଇଟ୍‌ କଲର୍‌ର ଯେ କୌଣସି ପୋଟ୍‌ଲି ବ୍ୟାଗ୍‌କୁ ଟ୍ରାଏ କରିପାରିବେ। କାରଣ ଏହା ସବୁ ପ୍ରକାରର ଆଉଟ୍‌ଫିଟ୍‌ ସହିତ ଭଲ ମ୍ୟାଚ୍‌ କରିଥାଏ।

ଗ୍ରୀନ୍‌ କଲର୍‌ର ପୋଟ୍‌ଲି: ମେହେନ୍ଦି ଫଙ୍କ୍‌ସନଗୁଡ଼ିକରେ ଗ୍ରୀନ୍‌ କଲର୍‌ର ପୋଟ୍‌ଲି ବ୍ୟାଗ୍‌ କ୍ୟାରି କଲେ ପରଫେକ୍ଟ ଲୁକ୍‌ ମିଳିଥାଏ। ଖାସ୍‌ କରି ଶାଢି ସାଙ୍ଗରେ ହିଁ ଏହି କଲର୍‌ ପୋଟ୍‌ଲି ବ୍ୟାଗ୍‌ ଅଧିକ ସୁନ୍ଦର ଦେଖାଯାଇଥାଏ।

ଫର୍‌ ଡିଜାଇନ୍‌ ପୋଟ୍‌ଲି: ଆଜିକାଲି ଫର୍‌ ଡିଜାଇନ୍‌ର ପୋଟ୍‌ଲି ବ୍ୟାଗ୍‌ ବି ମିଳିଲାଣି। ଖାସ୍‌ କରି ଧଳାରଙ୍ଗର ଫର୍‌ ଡିଜାଇନ୍‌ ହୋଇଥିବା ପୋଟ୍‌ଲି ବ୍ୟାଗ୍‌କୁ ଆପଣ ନେଟ୍‌ ଡିଜାଇନ୍‌ ଶାଢି ସହ କ୍ୟାରି କଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ।

ମ୍ୟାଚିଂ ପୋଟ୍‌ଲି: କେବଳ ଶାଢି, ଲେହେଙ୍ଗା କାହିଁକି ପାର୍ଟି, ଫଙ୍କ୍‌ସନରେ ଯୁବତୀମାନେ ଚାହିଁଲେ ଅନାରକଲି ଡ୍ରେସ୍‌ ହେଉ ଅବା ସାଲଓ୍ବାର୍‌ ସୁଟ୍‌ ସହ ମଧ୍ୟ ମ୍ୟାଚିଂ ପୋଟ୍‌ଲି ବ୍ୟାଗ୍‌ ଟ୍ରାଏ କରିପାରିବେ।

ବ୍ରାଇଡାଲ୍‌ ପୋଟ୍‌ଲି: ବାହାଘର ଦିନ ଲୁକ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ ଲେହେଙ୍ଗାକୁ ମ୍ୟାଚିଂ କରି ଯେ କୌଣସି ଡିଜାଇନ୍‌ର ବ୍ରାଇଡାଲ୍‌ ପୋଟ୍‌ଲି ବ୍ୟାଗ୍‌ କ୍ୟାରି କରାଯାଇପାରିବ।

କିଛି ଟିପ୍ସ
ସାଙ୍ଗରେ ପୋଟ୍‌ଲି ବ୍ୟାଗ୍‌ ଟ୍ରାଏ କରିବା ସମୟରେ ସବୁବେଳେ ଧ୍ୟାନ ଦେବେ, ଯେମିତି ଏହା ଶାଢି ସାଙ୍ଗକୁ ଠିକ୍‌ରେ ହାଇଲାଇଟ୍‌ ହୋଇପାରୁଥିବ।

କିମ୍ବା ଜୁଏଲେରିଖଚିତ ପୋଟ୍‌ଲି ବ୍ୟାଗ୍‌କୁ କେବେ ବି ହେଭି ଓ୍ବାର୍କବାଲା ଆଉଟ୍‌ଫିଟ୍‌ ସହ କ୍ୟାରି କରିବା ଉଚିତ ନୁହେଁ। କାରଣ ଏହାଦ୍ୱାରା ପୋଟ୍‌ଲି ବ୍ୟାଗ୍‌ର ଆକର୍ଷଣ ଫିକା ପଡ଼ିଗଲା ଭଳି ଜଣାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri