ରାଜପଥ ସଂଯୋଗୀକରଣ ରାସ୍ତାରେ ଗର୍ତ୍ତ

ବାଲିଚନ୍ଦ୍ରପୁର,୨୪।୯(ଗିରିଜା ପ୍ରସାଦ ସାହୁ): ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଛକରେ ଗ୍ରାମାଞ୍ଚଳ ଓ ବାଲିଚନ୍ଦ୍ରପୁର ବଜାରକୁ ସଂଯୋଗ ପାଇଁ ରାଜପଥର ଉଭୟ ପାର୍ଶ୍ୱରେ ରହିଛି ସଂଯୋଗୀକରଣ ରାସ୍ତା। ଦୀର୍ଘଦିନ ହେବ ଏହି ରାସ୍ତାରେ ବିରାଟ ବରାଟ ଗର୍ତ୍ତ ସୃଷ୍ଟି ହୋଇ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଜାତୀୟ ରାଜପଥରୁ ପଟାମୁଣ୍ଡାଇ କେନାଲ ବନ୍ଧକୁ ସଂଯୋଗୀକରଣ ଏହି ରାସ୍ତାଟି ଏବେ ମରଣଯନ୍ତାରେ ପରିଣତ ହୋଇଛି। ଏବେ ବର୍ଷା ଋତୁ ଥିବାରୁ ଗର୍ତ୍ତ ଗୁଡ଼ିକରେ ପାଣି ଭର୍ତ୍ତି ହୋଇ ରହୁଛି। ଏହି ରାସ୍ତା ଦେଇ ୧୦ ପଞ୍ଚାୟତର ଲୋକ ଯାତୟାତା କରୁଛନ୍ତି। ସେହିପରି ସ୍କୁଲ, କଲେଜର ଛାତ୍ରୀଛାତ୍ର ଏହି ରାସ୍ତାରେ ଯିବାଆସିବା କରୁଛନ୍ତି। ବାଲିଚନ୍ଦ୍ରପୁର ବଜାର ଏକ ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳି ହୋଇଥିବାରୁ ଏଠାକୁ ବଡ଼ବଡ଼ ଗାଡ଼ିରେ ମାଲ ପରିବହନ ହୋଇଥାଏ। ଉକ୍ତ ରାସ୍ତାଟି ଏବେ ଶୋଚନୀୟ ହୋଇପଡ଼ିଥିବାରୁ ଅନେକ ସମୟରେ ସେହି ଗର୍ତ୍ତରେ ପଡ଼ି ବାଇକ୍‌ ଆରୋହୀ ଗୁରୁତର ହୋଇଥିବା ଦେଖାଯାଇଛି।
ସ୍ଥାନୀୟ ଅଞ୍ଚଳର ଯୁବକମାନେ ବାଲିଚନ୍ଦ୍ରପୁର ବଜାରରେ ପରିବା ବ୍ୟବସାୟ କରନ୍ତି। ସେମାନଙ୍କ ମଧ୍ୟରୁ ୨/୩ ଜଣ ଉକ୍ତ ରାସ୍ତାର ଗର୍ତ୍ତରେ ପଡ଼ି ଗୁରୁତର ହୋଇଛନ୍ତି। ଏପରିକି ସେଠାରେ କେତେବେଳେ ଟ୍ରାକ୍ଟର ଓଲଟି ପଡୁଛି ତ କେତେବେଳେ କାର ଓ ଟ୍ରକ୍‌ ଓଲଟି ପଡ଼ିଥିବା ଦେଖାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ପହଞ୍ଚି ଆଇନଗତ ଦିଗ ଉପରେ ନଜର ଦେଉଥିବାବେଳେ ଜାତୀୟ ରାଜପଥ ସୁରକ୍ଷା ଦାୟିତ୍ୱରେ ଥିବା ଠିକା କମ୍ପାନୀ କର୍ମଚାରୀ ପହଞ୍ଚି ରାସ୍ତାରୁ ଗାଡ଼ିମୋଟରଗୁଡ଼ିକ ହଟାଇ ଦେଇ ଚୁପ ବସୁଛନ୍ତି। ଅନେକ ସମୟରେ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀଙ୍କ ପକ୍ଷରୁ ଅସ୍ଥାୟୀଭାବେ ଉକ୍ତ ରାସ୍ତାକୁ ମରାମତ କରାଯାଉଥିଲେ ମଧ୍ୟ ରାସ୍ତାର ଅବସ୍ଥାରେ ସୁଧାର ଆସିପାରୁନାହିଁ। ଏସବୁ ଘଟଣା ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଏହି ରାସ୍ତାରେ ଦୈନିକ ଧନଜୀବନ ହାନି ଘଟୁଛି। ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି। ଯଦି ରାସ୍ତା ମରାମତ କରା ନ ଯାଏ ତାହା ହେଲେ ବାଧ୍ୟ ହୋଇ ସ୍ଥାନୀୟ ଜନସାଧାରଣ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri