ଆଳୁ ପୁରି

ଆବଶ୍ୟକ ସାମଗ୍ରୀ-:
ଅଟା- ୧କପ୍‌, ସୁଜି- ଅଧାକପ୍‌, ସିଝା ଆଳୁ- ୨ଟି, ଅଦା- ଛୋଟ ଖଣ୍ଡେ, କଞ୍ଚାଲଙ୍କା- ୨-୩ଟି, ଧନିଆପତ୍ର କଟା- ୧ ଚାମଚ, ଲଙ୍କାଗୁଣ୍ଡ- ଅଳ୍ପ, ହଳଦୀ ଗୁଣ୍ଡ- ଅଳ୍ପ, ଚିଲି ଫ୍ଲେକ୍ସ- ୧ ଚଉଠ ଚାମଚ, ଜୁଆଣି ଓ ଖାଇବା ସୋଡ଼ା- ୧ ଚଉଠ ଚାମଚ ଲେଖାଏଁ, ଗୁଆ ଘିଅ- ୨ ଚାମଚ, ହେଙ୍ଗୁ ଓ ଜିରା- ଅଳ୍ପ, ଲୁଣ ସ୍ବାଦ ଅନୁସାରେ
ପ୍ରଣାଳୀ- ପ୍ରଥମେ ଆଳୁର ଚୋପା ଛଡାଇ ଚକଟି ରଖନ୍ତୁ। ଅଦାକୁ ବାଟି ରଖନ୍ତୁ। ଧନିଆପତ୍ର ଓ କଞ୍ଚା ଲଙ୍କାକୁ ଛୋଟ ଛୋଟ କାଟି ରଖନ୍ତୁ। ଆଳୁରେ ସୁଜି, ଅଟା, ହେଙ୍ଗୁ, ଲୁଣ, ଜିରା, ଲଙ୍କାଗୁଣ୍ଡ, ହଳଦୀ, ଖାଇବା ସୋଡ଼ା, ଜୁଆଣି, ଚିଲି ଫ୍ଲେକ୍ସ, ଅଦା, କଞ୍ଚା ଲଙ୍କା, ଧନିଆଁ ଓ ୨ଚାମଚ ଗୁଆ ଘିଅ ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ଏକ ଓଦା କପଡ଼ାରେ ଏହାକୁ ୧୫ ମିନିଟ୍‌ ଘୋଡ଼ାଇ ରଖନ୍ତୁ।
ଏହାପରେ କଡ଼େଇରେ ତେଲ ପକାଇ ଚୁଲିରେ ବସାଇ ଗରମ କରନ୍ତୁ। ଏବେ ଚକଟା ହୋଇଥିବା ଅଟାକୁ ଛୋଟ ଛୋଟ ଗୁଳା କରି ସେଥିରେ ପୁରି ବେଲି ଦିଅନ୍ତୁ। ତେଲ ଭଲଭାବେ ଗରମ ହେବା ପରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ପୁରି। ଏହାକୁ ଚଟଣି କିମ୍ବା ତରକାରି ସହିତ ଖାଇଲେ ଭଲ ଲାଗିବ।