କୋରାପୁଟ ଜିଲାରେ ୩, ୭୯୦ ହେକ୍ଟର ଜମିରେ ଆଳୁଚାଷ

କୋରାପୁଟ, ୨୧ା୯(ଅମିତାଭ ବେହେରା): କୋରାପୁଟ ଜିଲାରେ ଚଳିତ ବର୍ଷା ଋତୁରେ ଜିଲା କୃଷି ବିଭାଗ ପକ୍ଷରୁ ୪ ହଜାର ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲାରେ ୩ ହଜାର ୭୯୦ ହେକ୍ଟର ଜମିରେ ଆଳୁଚାଷ କରାଯାଉଥିବା ଜିଲା କୃଷି ଅଧିକାରୀ ସୁଦାମ ଚରଣ ବିଶ୍ୱାଳ କହିଛନ୍ତି। ଜିଲାରେ ଆଳୁ ଚାଷ ପାଇଁ ଅନୁକୂଳ ପରିବେଶ ରହିଥିବାରୁ ଗତ କିଛି ବର୍ଷ ହେଲା ଖରିଫ ଋତୁରେ ଚାଷୀ ଆଳୁଚାଷ କରି ଆର୍ଥତ୍କ ଉନ୍ନତି ଆଣି ପାରୁଥିବାରୁ ଜିଲାରେ ବର୍ଷକୁ ବର୍ଷ ଆଳୁ ଚାଷ ବୃଦ୍ଧି ପାଇଛି । ଚଳିତ ବର୍ଷ ଜିଲାର ଦଶମନ୍ତପୁର, ନନ୍ଦପୁର, ସେମିଳିଗୁଡା, ପଟ୍ଟାଙ୍ଗି ଆଦି ବିଭିନ୍ନ ବ୍ଳକରେ ଆଳୁ ଚାଷ ଆରମ୍ଭ ହୋଇଛି। ଗତ କିଛି ଦିନ ତଳେ କୋରାପୁଟ ଗସ୍ତରେ ଆସିଥିବା କୃଷି ସଚିବ ଅରବିନ୍ଦ ପାଢ଼ୀ ଜିଲା କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀଙ୍କ ସହ ଜିଲାର ଦଶମନ୍ତପୁର ବ୍ଳକ ପୋଡାଗଡ , ପଟ୍ଟାମାଳିଗୁଡା ଅଞ୍ଚଳ ସମେତ ଅନ୍ୟ ଅଞ୍ଚଳ ବୁଲି ସେଠାରେ ହୋଇଥିବା ଆଳୁ ଚାଷ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । କୋରାପୁଟ ଜିଲାରେ ୪ ହଜାର ହେକ୍ଟର ଜମିରେ ବର୍ଷାଦିନିଆ ଆଳୁ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୯୩ ପ୍ରତିଶତ ଅର୍ଥାତ ୩ ହଜାର ୭୯୦ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି । ଦଶମନ୍ତପୁର ବ୍ଲକରେ ସିୱାଇଏସ୍‌ଡି ପକ୍ଷରୁ ଉଦ୍ୟାନ ବିଭାଗ ସହଯୋଗରେ ୬ ପଞ୍ଚାୟତରେ ୩୨୦ ଜଣ ଚାଷୀଙ୍କୁ ନେଇ ୪୧୦ ଏକର ଜମିରେ ଖରିଫ ଆଳୁ ଚାଷ କରାଯାଉଛି । ବର୍ତ୍ତମାନ ଚାଷ ହୋଇଥିବା ଆଳୁ ଗଛରେ ଫୁଲ ଆସିଛି । ଗତ କିଛିଦିନ ତଳେ ବର୍ଷା ଅଭାବ ଯୋଗୁ ଆଳୁ ଅମଳରେ ବାଧା ସୃଷ୍ଟି ହେବ ବୋଲି ଚାଷୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଗତ କିଛି ଦିନ ଧରି ଜିଲାରେ ବର୍ଷାର ପରିମାଣ ବୃଦ୍ଧି ହୋଇଥିବା ଏବଂ ଗଛରେ ଭଲ ଭାବେ ଫୁଲ ଆସିଥିବାରୁ ଚଳିତ ଖରିଫ ଋତୁରେ ଆଳୁ ଭଲ ଅମଳ ହେବ ବୋଲି ପୋଡାଗଡ ପଞ୍ଚାୟତ ପୁରିମୁଣ୍ଡା ଗ୍ରାମର ଚାଷୀ ଲମ୍ବୋଧର ଖରା କହିଛନ୍ତି। ଚଳିତ ବର୍ଷ ସେ ୨ ଏକର ଜମିରେ ଆଳୁ ଚାଷ କରିଥିବା ପ୍ରକାଶ କରିଛନ୍ତି। ଏକର ପିଛା ୨୫ରୁ ୩୦ କୁଇଣ୍ଟାଲ ଆଳୁ ଉତ୍ପାଦାନ ନେଇ ଅଞ୍ଚଳର ଚାଷୀ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ ଗୋଟିଏ ଗୋଟିଏ ପେଚ୍‌ରେ ୨୦ରୁ ୩୦ ଏକର ଜମିରେ ଆଳୁ ଚାଷ ହୋଇଥିବା ସିୱାଇଏସ୍‌ଡିର ସଂଯୋଜକ ଆନନ୍ଦ ମଲିକ କହିଛନ୍ତି। ସୂଚନାଯୋଗ୍ୟ, ଜିଲାର ବହୁ ଜମିରେ କେବଳ ଧାନ, ମାଣ୍ଡିଆ, ସୁଆଁ, ଅଦା ଆଦି ଚାଷ ହେଉଥିବା ବେଳେ ସରକାର ଓ ସିୱାଇଏସ୍‌ଡି ସହଯୋଗରେ ଆଳୁ ଚାଷ ଦିନକୁ ଦିନବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri