ଘୁଞ୍ଚିଲା ଓଜେଇଇ ଆବେଦନ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଆବେଦନ ଅବଧିକୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଏହାର ଶେଷ ଅବଧି ଥିଲା । ପରୀକ୍ଷା ଆସନ୍ତା ଜୁନ୍‌ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ କରାଯିବ। ଜୁନ୍‌ ତୃତୀୟ ସପ୍ତାହ ବେଳକୁ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଛାତ୍ରୀଛାତ୍ର ନିଜର ଆଡ୍‌ମିଟ୍‌ କାର୍ଡ ଓଜେଇଇ ୱେବସାଇଟ୍‌ରୁ ଡାଉନ୍‌ଲୋର୍ଡ କରିପାରିବେ।