Categories: ଜାତୀୟ

ହଟାଗଲା ୟାସିନ ମଲିକ, ମନମୋହନ ସିଂଙ୍କ ଫଟୋ ଥିବା ପୋଷ୍ଟର, କଂଗ୍ରେସକୁ ଭୋଟ ଦେବାକୁ କରାଯାଇଥିଲା ଅପିଲ

ନୂଆଦିଲ୍ଲୀ,୩୦।୪: ଆତଙ୍କବାଦ ପାଣ୍ଠି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେ.କେ.ଏଲ.ଏଫ) ମୁଖ୍ୟ ୟାସିନ ମଲିକଙ୍କ ପୋଷ୍ଟରକୁ ଦିଲ୍ଲୀ ପୋଲିସ ହଟାଇ ଦେଇଛି । ପୋଷ୍ଟରରେ ୟାସିନ ମଲିକଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ନଜର ଆସିଛନ୍ତି ଏବଂ କଂଗ୍ରେସକୁ ଭୋଟ ଦେବାକୁ ଆବେଦନ କରାଯାଇଛି।

ମଲିଙ୍କ ପୋଷ୍ଟର ମଣ୍ଡି ହାଉସ ସର୍କଲ ନିକଟରେ ରଖାଯାଇଥିଲା। ଏଥି ସହ ଭାଜପା ସମଗ୍ର ପ୍ରସଙ୍ଗରେ କଂଗ୍ରେସ ଉପରେ ଆକ୍ରମଣ କରୁଛି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟର ଶେୟାର କରୁଥିବାବେଳେ ଭାଜପା ଆଇଟି ସେଲର ମୁଖ୍ୟ ଲେଖିଛନ୍ତି ଯେ କଂଗ୍ରେସକୁ ସମର୍ଥନ କରି ଦିଲ୍ଲୀରେ ପୋଷ୍ଟର ଲଗାଯାଇଛି।
ସୂଚନାଯୋଗ୍ୟ, କୋର୍ଟ ୨୦୨୨ରେ ୟାସିନ ମଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଦୋଷୀ ସାବ୍ୟସ୍ତ ହେବା ପରେ ଆତଙ୍କବାଦୀ ଆର୍ଥିକ ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ମଲିକଙ୍କୁ ମୃତ୍ୟୁଦଣ୍ଡ ଦାବିରେ ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶକୁ ଏନଆଇଏ ଚ୍ୟାଲେଞ୍ଜ କରିଛି।
ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (ୟାସିନ ମଲିକ ଗୋଷ୍ଠୀ) କୁ ‘ବେଆଇନ ସଙ୍ଗଠନ’ ଘୋଷଣା କରିଛି। ଏ ସମ୍ପର୍କରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ନିଷିଦ୍ଧ ସଂଗଠନ ଜମ୍ମୁ କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରୁଥିବା କାର୍ଯ୍ୟରେ ନିୟୋଜିତ ଅଛି। ଜାତିର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତିଙ୍କୁ କଠୋର ଆଇନଗତ ପରିଣାମର ସାମ୍ନା କରିବାକୁ ପଡିବ। ଯେଉଁମାନେ ଏହା କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share