Categories: ଜାତୀୟ

ଅଶ୍ଳୀଳ ଇଙ୍ଗିତ କଲେ ସହରରେ ଲାଗିବ ପୋଷ୍ଟର

ଲକ୍ଷ୍ନୌ, ୨୪।୯: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରୋଡ ସାଇଡ୍‌ ରୋମିଓଙ୍କ ପାଇଁ ନୂଆ ଆଇନ ଜାରି କରିଛନ୍ତି। ଏଣିକି ଅଶ୍ଳୀଳ ଇଙ୍ଗିତ କରୁଥିବା ରୋମିଓଙ୍କ ପୋଷ୍ଟର ସହରର ଲଗାଯିବ। ରୋଡ୍‌ ସାଇଡ୍‌ ରୋମିଓଙ୍କୁ ସହାୟତା କରୁଥିବା ବ୍ୟକ୍ତିଙ୍କର ପୋଷ୍ଟର ମଧ୍ୟ ସହରରେ ଲଗାଯିବ। ଏହାଦ୍ୱାରା ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଯଥେଷ୍ଟ କମିବାର ସମ୍ଭାବନା ଥିବା ବୁଦ୍ଧିଜୀବୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି। ଏହାକୁ ‘ମିଶନ ଦୁରାଚାରୀ’ ଭାବେ ନାମିତ କରାଯାଇଛି। ଏହାର ଦାୟିତ୍ୱ ମହିଳା ପୋଲିସଙ୍କୁ ଦିଆଯିବ। ମହିଳା ପୋଲିସ ରୋଡ ସାଇଡ୍‌ ରୋମିଓଙ୍କ ଉପରେ ନଜର ରଖିବେ। ରାଜ୍ୟରେ ମହିଳାଙ୍କ ଉପରେ ନିର୍ଯାତନ ବୃଦ୍ଧି ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି। ପୂର୍ବରୁ ନାଗରିକତ୍ୱ ସଂଶୋଧନ ଆଇନ ସମୟରେ ଭଙ୍ଗରୁଜା କରିଥିବା ବ୍ୟକ୍ତିଙ୍କ ପୋଷ୍ଟର ସହରରେ ଯୋଗୀଙ୍କ ନିର୍ଦ୍ଦେଶରେ ଲଗାଯାଇଥିଲା।

Share