Posted inଫୁରସତ

ଚର୍ଚ୍ଚାରେ ସରପଞ୍ଚ ପ୍ରାର୍ଥୀଙ୍କ ପୋଷ୍ଟର

ଚଣ୍ଡିଗଡ: ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଭୋଟ ହାତେଇବା ପାଇଁ ଲୋକଙ୍କୁ ନାନା ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଥାନ୍ତି। ସେହିପରି ହରିୟାଣାର ସିରସାଢ଼ ଗ୍ରାମରେ ହେବାକୁ ଥିବା ସରପଞ୍ଚ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜୟକରଣ ଲାଥଓ୍ବାଲ ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇ ଏବେ ଚର୍ଚ୍ଚାରେ। ତାଙ୍କ ପୋଷ୍ଟରରେ ସେ ଏହାକୁ ବର୍ଣ୍ଣନା କରିଥିବା ଦେଖିବାକୁ ମିଳିଛି। ଯଦି ଜୟକରଣ ସରପଞ୍ଚ ହୁଅନ୍ତି ତେବେ ଗ୍ରାମର ସମସ୍ତ ମହିଳାଙ୍କୁ ମାଗଣା ବ୍ୟୁଟି କିଟ୍ସ୍‌ ଦେବେ। ଏଥିସହ ଯେଉଁବ୍ୟକ୍ତିମାନେ ନିୟମିତ ମଦ୍ୟପାନ କରନ୍ତି, ସେମାନଙ୍କୁ ପ୍ରତିଦିନ ଗୋଟିଏ ଲେଖା ମଦ ବୋତଲ ଯୋଗାଯିବ। ଜୟକରଣଙ୍କ ପ୍ରତିଶ୍ରୁତି ସୂଚୀ ଏତିକିରେ ସରୁ ନାହିଁ। ଇନ୍ଧନ ଦର ବୃଦ୍ଧି ନେଇ ଲୋକେ ନାନା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ା ସୌଭାଗ୍ୟବଶତଃ ସେ ଯଦି ସରପଞ୍ଚ ହୁଅନ୍ତି ତେବେ ଇନ୍ଧନ ଲିଟର ପିଛା ୨୦ ଟଙ୍କା କରିବା ସହ ଗ୍ୟାସ୍‌ ସିଲିଣ୍ଡର ଦର ୧୦୦ ଟଙ୍କା କରିଦେବେ। ଏଥିସହ ସେବା ଓ ଜିନିଷରେ ଲାଗୁ ଟାକ୍ସ ସେ ହଟାଇ ଦେବେ। ପ୍ରତ୍ୟେକ ପରିବାରକୁ ମାଗଣା ବାଇକ୍‌ ଓ ଗାଁରେ ମାଗଣା ଓ୍ବାଇଫାଇ ସୁବିଧା ଯୋଗାଇ ଦେବା କଥା ଜୟକରଣ କହିଛନ୍ତି।
ଗ୍ରାମ ସିରସାଢ଼ରୁ ଦିଲ୍ଲୀ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍‌ର ବ୍ୟବସ୍ଥା କରିବା ସହ ପ୍ରତି ୫ ମିନିଟରେ ହାମଲେଟରୁ ଗୋହାନା ହେଲିକପ୍ଟର ଉଡ଼ିବ। ଜୟକରଣଙ୍କ ପ୍ରତିଶ୍ରୁତିର କେତେଅଂଶ ସତ ହେବ ତାହା ଅଜଣା। କିନ୍ତୁ ଏହା ଭୋଟରମାନଙ୍କୁ କେତେ ମାତ୍ରାରେ ଆକୃଷ୍ଟ କରିବ ତାହା ଭୋଟିଂରୁ ହିଁ ଜଣାପଡ଼ିବ। ଜୟକରଣଙ୍କ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଇପିଏସ୍‌ ଅରୁଣ ବୋଥ୍ରା ଏହାର ଫଟୋ ଟୁଇଟରରେ ଶେୟାର କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri