ବସ୍‌ଷ୍ଟାଣ୍ଡରେ ୪ ଦୁର୍ଦ୍ଦାନ୍ତ ମାଓବାଦୀ ନେତାଙ୍କ ପୋଷ୍ଟର ମାରିଲା ଏନ୍‌ଆଇଏ

କୋରାପୁଟ,୨୧ା୧(ସ୍ବ.ପ୍ର.) କୋଲକାତାସ୍ଥିତ ଏନ୍‌ଆଇଏ ପକ୍ଷରୁ ଶୁକ୍ରବାର ୪ ଦୁର୍ଦ୍ଦାନ୍ତ ମାଓବାଦୀ ନେତାଙ୍କୁ ଧରାଇଦେବା ପାଇଁ କୋରାପୁଟ ବସଷ୍ଟାଣ୍ଡରେ ପୋଷ୍ଟରମାନ ମରାଯାଇଛି। ସେମାନେ ହେଲେ ଗଜରଲା ରବି, ଖିଲୋ ରଞ୍ଜୁ, ମେଦୁରୁ ଜଗାରାଓ ଏବଂ ଜେ. ଶ୍ରୀନୁବାବୁ। ଏମାନେ ସମସ୍ତେ ଆନ୍ଧ୍ର ପ୍ରଦେଶର ହାର୍ଡକୋର ମାଓବାଦୀ ରୂପେ ପରିଚିତ। ଏହି ଦୁର୍ଦ୍ଦାନ୍ତ ମାଓବାଦୀ ନେତାମାନଙ୍କ ନାମରେ ଅନେକ ମାମଲା ରହିଛି। ଯେ କୌଣସି ବ୍ୟକ୍ତି ସେମାନଙ୍କ ବିଷୟରେ ସୂଚନା ଦେଲେ ତାଙ୍କୁ ଏନଆଇଏ ପକ୍ଷରୁ ୩ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଯାଏ ଆର୍ଥତ୍କ ସହାୟତା ପ୍ରଦାନ କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଯିଏ ଏହି ମାଓବାଦୀ ନେତାଙ୍କ ସମ୍ପର୍କରେ ସୂଚନା ଦେବେ ତାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଗୋପନ ରଖାଯିବ ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି। ପୋଷ୍ଟରରେ ଏନ୍‌ଆଇଏ କୋଲକାତା ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ ଉଲ୍ଲେଖ ଥିବା ବେଳେ କୋରାପୁଟରେ କେତେ ଜଣ ଏନ୍‌ଆଇଏ ଅଧିକାରୀ ପହଞ୍ଚତ୍ଥିବା ଜଣାପଡିଛି। ଅନ୍ୟପକ୍ଷରେ କୋରାପୁଟ ଜିଲାରେ ମାଓବାଦୀଙ୍କ ସ୍ଥିତି ବର୍ତ୍ତମାନ ସେତେଟା ନାହିଁ। ତେବେ କୋରାପୁଟ ବସଷ୍ଟାଣ୍ଡରେ ଗୁରୁବାର ରାତିରେ ଏହି ପୋଷ୍ଟର କିପରି କିଏ ମାରିଲା ସେ ନେଇ ପୋଲିସ ପାଖରେ କୌଣସି ସୂଚନା ନାହଁି।