Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବିରୋଧୀ ପୋଷ୍ଟର, ୧୦୦ ମାମଲା ରୁଜୁ ,୬ ଗିରଫ…

ନୂଆଦିଲ୍ଲୀ,୨୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗାଇବା ନେଇ ଦିଲ୍ଲୀ ପୋଲିସ ୧୦୦ ଟି ଏଫଆଇଆର ପଞ୍ଜିକରଣ କରିଥିବାବେଳେ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସ୍ବତନ୍ତ୍ର ସିପି ଦୀପେନ୍ଦ୍ର ପାଠକ ନ୍ୟୁଜ ଏଜେନ୍ସିକୁ ଏହି ସୂଚନା ଦେଇଛନ୍ତି। ପ୍ରିଣ୍ଟିଂ ପ୍ରେସ ଆକ୍ଟ ଏବଂ ପ୍ରପର୍ଟି ଆକ୍ଟ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏକ ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଯେଉଁ ପୋଷ୍ଟରରେ ଲଗାଯାଇଥିଲା ସେଥିରେ ପ୍ରିଣ୍ଟିଂ ପ୍ରେସର ସବିଶେଷ ତଥ୍ୟ ନାହିଁ। ଏହା ସହ ଦିଲ୍ଲୀରେ ୫୦ ହଜାର ପୋଷ୍ଟର ଲଗାଇବାକୁ ଯୋଜନା ଥିବା ପୋଲିସ ପ୍ରକାଶ କରିଛି।

ସ୍ପେଶାଲ ସିପି କହିଛନ୍ତି ଯେ ଆମ ଆଦମୀ ପାର୍ଟି (ଏଏପି) କାର୍ଯ୍ୟାଳୟରୁ ବାହାରକୁ ଆସିବାବେଳେ ଏକ ଭ୍ୟାନକୁ ମଧ୍ୟ ଅଟକା ଯାଇଥିଲା, ସେଥିରେ କିଛି ପୋଷ୍ଟର ଜବତ କରାଯାଇ କେତେକଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ କେନ୍ଦ୍ରୀୟ ଜିଲାରେ ୨ ଟି ଏଫଆଇଆର୍‌ ରୁଜୁ ହୋଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କ ମଧ୍ୟରେ ପୋଷ୍ଟର ଧରିଥିବା ଗାଡିର ଡ୍ରାଇଭର ପପୁ ଏବଂ ଗାଡିର ମାଲିକ ବିଷ୍ଣୁ ଶର୍ମା ଅଛନ୍ତି। ଏହା ସହିତ ନାରାୟଣରୁ ପ୍ରିଣ୍ଟିଂ ପ୍ରେସର ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କିଛି ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀର କିଛି ରାଜନୈତିକ ଦଳର ନେତା ଓ କର୍ମୀମାନେ ଏକ ପୋଷ୍ଟର ଯୁଦ୍ଧ ଆରମ୍ଭ କରିଥିଲେ। ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏହି ପ୍ରସଙ୍ଗରେ ପୋଷ୍ଟର ପୋଷ୍ଟିଂ ବିଷୟରେ ଇନପୁଟ ପାଇବା ପରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାସ୍ତାର କାନ୍ଥରୁ ପ୍ରାୟ ୨ ହଜାର ପୋଷ୍ଟର ହଟାଇ ଦେଇଥିଲା। ଏଥି ସହିତ ଆମ ଆଦମୀ ପାର୍ଟି କାର୍ଯ୍ୟାଳୟ ଛାଡିବା ପରେ ଡିଡିୟୁ ରାସ୍ତାରେ ଯାଉଥିବା ଏକ ଭ୍ୟାନ ଜବତ କରିବା ପରେ ପୋଲିସ ଏହା ଭିତରୁ ଦୁଇ ହଜାରରୁ ଅଧିକ ପୋଷ୍ଟର ଜବତ କରିଥିଲା।

Share