Posted inଜାତୀୟ

ରାଜ୍ୟପାଳଙ୍କୁ ନେଇ ପୋଷ୍ଟର ଯୁଦ୍ଧ

ଚେନ୍ନାଇ,୧୧ା୧: ତାମିଲନାଡୁ ବିଧାନସଭାରେ ଅଭିଭାଷଣକୁ ନେଇ ଶାସକ ଦଳ ଡିଏମ୍‌କେ ଏବଂ ରାଜ୍ୟପାଳ ଆର୍‌.ଏନ୍‌. ରବିଙ୍କ ମଧ୍ୟରେ ବିବାଦର ଦିନକ ପରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ‘ରବି ବାହାରିଯାଅ’ ପୋଷ୍ଟର ଲଗାଯାଇଛି। ଉକ୍ତ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଫଟୋ ରହିଛି। ଶାସକ ଦଳର ଟୁଇଟର ହ୍ୟାଣ୍ଡଲରେ ମଧ୍ୟ ରାଜ୍ୟପାଳଙ୍କୁ ସମାଲୋଚନା କରାଯାଇଛି। ଏହାର ପ୍ରତିବାଦରେ ପୁଡ଼ୁକୋଟ୍ଟାଇଠାରେ ସ୍ଥାନୀୟ ଭାଜପା କାର୍ଯ୍ୟକର୍ତ୍ତାମାନେ ରାଜ୍ୟପାଳଙ୍କୁ ପ୍ରଶଂସା କରି ପୋଷ୍ଟର ଲଗାଇଛନ୍ତି। ଅନେକ ଭାଜପା ଟୁଇଟର ହ୍ୟାଣ୍ଡଲରେ ଶାସକ ଦଳକୁ ନିନ୍ଦା କରାଯାଇଛି।
ସୋମବାର ବିଧାନସଭାରେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ସରକାରୀ ପ୍ରସ୍ତୁତ ଭାଷଣକୁ ବାଦ୍‌ ଦେଇ ରାଜ୍ୟପାଳ ବିଧାନସଭାରେ ନିଜସ୍ବ ଭାଷଣ ଦେବାରୁ ଏହାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ଷ୍ଟାଲିନ ରାଜ୍ୟପାଳଙ୍କ ବିରୋଧରେ ପ୍ରସ୍ତାବ ଗୃହୀତ କରାଇଥିଲେ। ଫଳରେ ରାଜ୍ୟପାଳ ଭାଷଣ ଅଧାରୁ ବିଧାନସଭା ଛାଡ଼ି ପଳାଇଥିଲେ। ସୋମବାର ବିଧାନସଭାରେ ଯାହା ଘଟିଲା ତାହାକୁ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ପ୍ରଶଂସା କରିଛନ୍ତି। ବିଧାନସଭା ଇତିହାସରେ ଏହା ଅଭୂତପୂର୍ବ ବୋଲି ସେ କହିଛନ୍ତି। ସାଧାରଣତଃ ଷ୍ଟାଲିନ୍‌ଙ୍କ ଉତ୍ତରରେ ବିରୋଧୀ ଦଳ କକ୍ଷତ୍ୟାଗ କରିଥାନ୍ତି। କିନ୍ତୁ ଏଥର ରାଜ୍ୟପାଳ ଗୃହ ଛାଡ଼ି ପଳାଇଲେ ବୋଲି ଉଦୟନିଧି କହିଛନ୍ତି।
ଯେ, ସୋମବାର ରାଜ୍ୟପାଳ ବିଧାନସଭାରେ ପାଖାପାଖି ୫୦ ମିନିଟ ଭାଷଣ ଦେଇଥିଲେ। ତାଙ୍କ ଭାଷଣର ତାମିଲ ଭର୍ସନକୁ ବାଚସ୍ପତି ପଢ଼ିଥିଲେ। ସରକାର ରାଜ୍ୟପାଳଙ୍କ ପାଖକୁ ଚିଠା ଅଭିଭାଷଣ ପଠାଇଥିଲେ ଏବଂ ଏହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ଏହା ଛପାଯାଇ ସବୁ ସଦସ୍ୟଙ୍କ ଟାବ୍‌ରେ ରଖାଯାଇଥିଲା। ଯେଉଁମାନେ ହାର୍ଡକପି ଚାହିଁଥିଲେ, ସେମାନଙ୍କୁ ଯୋଗାଇ ଦିଆଯାଇଥିଲା। ସରକାରଙ୍କ ଦ୍ରାବିଡୀୟ ମଡେଲ୍‌ ନୀତିର ବିରୋଧୀ ରାଜ୍ୟପାଳଙ୍କ କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ କହିଥିଲେ। ଆମେ ବିଧାନସଭାର ନୀତିନିୟମକୁ ଅନୁପାଳନ କରିଥିଲୁ ଏବଂ ରାଜ୍ୟପାଳଙ୍କ ଭାଷଣ ଆରମ୍ଭରୁ ବିରୋଧ କରି ନ ଥିଲୁ। ସାମ୍ବିଧାନିକ ନିୟମ ଅନୁଯାୟୀ ଗୃହକୁ ଉଦ୍‌ବୋଧନ ଦେବାକୁ ଆସୁଥିବା ରାଜ୍ୟପାଳଙ୍କ ପ୍ରତି ଶାସକ ଦଳର ପୂର୍ଣ୍ଣ ସମ୍ମାନ ରହିଛି। ତେବେ ରାଜ୍ୟପାଳ କେବଳ ଡିଏମ୍‌କେ ନୀତି ବିରୋଧରେ କାର୍ଯ୍ୟ କଲେ ତାହା ନୁହେଁ, ସେ ସରକାରଙ୍କ ବିରୋଧରେ ଗଲେ। ସରକାର ପ୍ରସ୍ତୁତ କରିଥିବା ଚିଠା ଭାଷଣକୁ ସେ ନ ପଢ଼ିବା ବିଧାନସଭା ପରମ୍ପରାର ଉଲ୍ଲଂଘନ ବୋଲି ଷ୍ଟାଲିନ୍‌ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri