Categories: ଜାତୀୟ

କର୍ନାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସର ପୋଷ୍ଟର ଓ୍ବାର

ବେଙ୍ଗାଲୁରୁ,୧୪।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଭିତରେ ଚାପା ଗୁଞ୍ଜରଣ ଆରମ୍ଭ ହୋଇଛି। ଦଳର କର୍ମୀମାନେ ବି ଦୁଇ ଭାଗ ହୋଇଯାଇଥିବା ଅନୁମାନ କରାଯାଉଛି। ଗୋଟିଏ ପଟେ ଡିକେ ଶିବକୁମାରଙ୍କ ସମର୍ଥକ ରହିଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମର୍ଥକ ରହିଛନ୍ତି। ଏବେ ଏହାକୁ ନେଇ କର୍ନାଟକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପୋଷ୍ଟର ଓ୍ବାର ଆରମ୍ଭ ହୋଇଯାଇଛି।

କର୍ନାଟକରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଏବେ ପର୍ଯ୍ୟନ୍ତ କଂଗ୍ରେସ କୌଣସି ନିଷ୍ପତ୍ତି ନେଇନାହିଁ। ଏହା ପୂର୍ବରୁ କିନ୍ତୁ ସିଦ୍ଧରମୈୟାଙ୍କ ସମର୍ଥକ ବେଙ୍ଗାଲୁରରେ ତାଙ୍କ ଘର ବାହାରେ ପୋଷ୍ଟର ଲାଗାଇ ଦେଇଛନ୍ତି। ଯାହାଙ୍କୁ ଏମାନେ କର୍ନାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି।
ଏପଟେ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାରଙ୍କ ସମର୍ଥକମାନେ ବି ବେଙ୍ଗାଲୁରୁରେ ତାଙ୍କ ଘର ବାହାରେ ଏକ ପୋଷ୍ଟର ଲଗାଇ ତାଙ୍କୁ ରାଜ୍ୟର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଘୋଷଣା କରିବାକୁ ଦାବି କରିଛନ୍ତି।

Share